ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ୍ ପାଇଁ ଟିମ୍ ଘୋଷଣା କଲା ଭାରତ
ମୁମ୍ବାଇ,୨୯।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଷିଶ୍ଟ ଟେଷ୍ଟ ସିରିଜର ଶେଷ ତଥା ପଞ୍ଚମ ମ୍ୟାଚ୍ ଧର୍ମଶାଳାରେ ଖେଳାଯିବ। ଏହି ମ୍ୟାଚ୍ ପାଇଁ ଭାରତୀୟ ଟିମ୍ ଘୋଷଣା କରାଯାଇଛି। ଭାରତ ଏହି ସିରିଜରେ ୩-୧ ଆଗୁଆ ଅଛି। ପଞ୍ଚମ ମ୍ୟାଚ୍ ପାଇଁ ଭାରତୀୟ ଦଳକୁ ଜସପ୍ରୀତ ବୁମ୍ରା ଫେରିଛନ୍ତି। ରାଞ୍ଚିରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ ମ୍ୟାଚ ପାଇଁ ବୁମ୍ରାଙ୍କୁ ବିଶ୍ରାମ ଦିଆଯାଇଥିଲା, କିନ୍ତୁ ବର୍ତ୍ତମାନ ତାଙ୍କୁ ପୁଣି ଥରେ ଧର୍ମଶାଳାରେ ଦଳ ସହିତ ଦେଖିବାକୁ […] The post ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ୍ ପାଇଁ ଟିମ୍ ଘୋଷଣା କଲା ଭାରତ appeared first on Dharitri Odia News.
ମୁମ୍ବାଇ,୨୯।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଷିଶ୍ଟ ଟେଷ୍ଟ ସିରିଜର ଶେଷ ତଥା ପଞ୍ଚମ ମ୍ୟାଚ୍ ଧର୍ମଶାଳାରେ ଖେଳାଯିବ। ଏହି ମ୍ୟାଚ୍ ପାଇଁ ଭାରତୀୟ ଟିମ୍ ଘୋଷଣା କରାଯାଇଛି। ଭାରତ ଏହି ସିରିଜରେ ୩-୧ ଆଗୁଆ ଅଛି। ପଞ୍ଚମ ମ୍ୟାଚ୍ ପାଇଁ ଭାରତୀୟ ଦଳକୁ ଜସପ୍ରୀତ ବୁମ୍ରା ଫେରିଛନ୍ତି। ରାଞ୍ଚିରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ ମ୍ୟାଚ ପାଇଁ ବୁମ୍ରାଙ୍କୁ ବିଶ୍ରାମ ଦିଆଯାଇଥିଲା, କିନ୍ତୁ ବର୍ତ୍ତମାନ ତାଙ୍କୁ ପୁଣି ଥରେ ଧର୍ମଶାଳାରେ ଦଳ ସହିତ ଦେଖିବାକୁ ମିଳିବେ।
ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ ମ୍ୟାଚ ପାଇଁ ଜଣେ ଖେଳାଳିଙ୍କୁ ମଧ୍ୟ ବାଦ ଦିଆଯାଇଛି। ଟିମ୍ ଇଣ୍ଡିଆ ଏହି ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଦଳ ଘୋଷଣା କରିଥିଲା, ଯେଉଁଠାରେ ପ୍ରଥମ ମ୍ୟାଚ୍ ରେ କିଛି ଖେଳାଳିଙ୍କ ଆଘାତ ଯୋଗୁଁ ଦଳରେ ପରିବର୍ତ୍ତନ କରାଯାଇଥିଲା। ଏହି ସମୟ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ସମୟରେ ୱାଶିଂଟନ୍ ସୁନ୍ଦର ଟିମ୍ ଇଣ୍ଡିଆ ଦଳରେ ସ୍ଥାନ ପାଇଥିଲେ। ଏହା ପରେ ଯେତେବେଳେ ଶେଷ ତିନିଟି ମ୍ୟାଚ୍ ପାଇଁ ଦଳ ଘୋଷଣା କରାଯାଇଥିଲା, ସେତେବେଳେ ସୁନ୍ଦର ଦଳରେ ସୁଯୋଗ ପାଇଥିଲେ, କିନ୍ତୁ ବର୍ତ୍ତମାନ ଯେତେବେଳେ ପଞ୍ଚମ ଟେଷ୍ଟ ପୂର୍ବରୁ ଅପଡେଟ୍ ଆସିଛି, ସେତେବେଳେ ସୁନ୍ଦରଙ୍କ ନାମ ଏଥିରେ ସାମିଲ ନାହିଁ।
ସୂଚନା ଅନୁଯାୟୀ ସୁନ୍ଦରଙ୍କ ଘରୋଇ ଦଳ ତାମିଲନାଡୁ ରଣଜୀ ଟ୍ରଫିରେ ସେମିଫାଇନାଲ ମ୍ୟାଚ୍ ଖେଳିବ। ଏଥିପାଇଁ ତାଙ୍କୁ ରିଲିଜ କରାଯାଇଛି। ତେବେ ସେ ବିସିସିଆଇକୁ ମଧ୍ୟ ସୂଚନା ଦେଇଛନ୍ତି ଯେ ରଣଜୀରେ ସେମିଫାଇନାଲ ମ୍ୟାଚ୍ ପରେ ସେ ଟିମ୍ ଇଣ୍ଡିଆ ଦଳରେ ଯୋଗଦେବେ। କେଏଲ ରାହୁଲ ମଧ୍ୟ ଏହି ଦଳରୁ ବାଦ ପଡ଼ିଛନ୍ତି। ପ୍ରଥମ ଟେଷ୍ଟ ମ୍ୟାଚରେ ଆଘାତ ଲାଗିଥିବାରୁ ସେ ଦଳରୁ ଓହରି ଯାଇଛନ୍ତି। ତୃତୀୟ ତଥା ଚତୁର୍ଥ ଟେଷ୍ଟ ପାଇଁ ବିସିସିଆଇ ତାଙ୍କୁ ଦଳରେ ଅନ୍ତର୍ଭୁକ୍ତ କରିଥିଲା, କିନ୍ତୁ ସେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଫିଟ୍ ନୁହଁନ୍ତି, ଯେଉଁ କାରଣରୁ ତାଙ୍କୁ ଛାଡି ଦିଆଯାଇଛି।
The post ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ୍ ପାଇଁ ଟିମ୍ ଘୋଷଣା କଲା ଭାରତ appeared first on Dharitri Odia News.