ଇଂଲଣ୍ଡ ବିପକ୍ଷରେ ଶେଷ ତିନୋଟି ଟେଷ୍ଟ ବି ଖେଳିବେନି କୋହଲି, ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ

ନୂଆଦିଲ୍ଲୀ,୧୦।୨: ପୂର୍ବତନ ଭାରତୀୟ ଅଧିନାୟକ ତଥା ତାରକା ବ୍ୟାଟର ବିରାଟ କୋହଲି ଇଂଲଣ୍ଡ ବିପକ୍ଷରେ ବାକି ତିନିଟି ଟେଷ୍ଟରେ ଟିମ ଇଣ୍ଡିଆର ଅଂଶ ହେବେ ନାହିଁ। ରିପୋର୍ଟ ଅନୁଯାୟୀ, ଇଂଲଣ୍ଡ ବିପକ୍ଷ ଅବଶିଷ୍ଟ ତିନିଟି ଟେଷ୍ଟ ମ୍ୟାଚରୁ କିଙ୍ଗ କୋହଲି ମଧ୍ୟ ତାଙ୍କ ନାମ ପ୍ରତ୍ୟାହାର କରିଛନ୍ତି। ବ୍ୟକ୍ତିଗତ କାରଣରୁ କୋହଲି ପ୍ରଥମ ଦୁଇଟି ଟେଷ୍ଟରେ ମଧ୍ୟ ଖେଳି ନ ଥିଲେ। ଇଂରାଜୀ ଖବରକାଗଜ ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପୂର୍ବତନ ଭାରତୀୟ ଅଧିନାୟକ ବିରାଟ […] The post ଇଂଲଣ୍ଡ ବିପକ୍ଷରେ ଶେଷ ତିନୋଟି ଟେଷ୍ଟ ବି ଖେଳିବେନି କୋହଲି, ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ appeared first on Dharitri Odia News.

ଇଂଲଣ୍ଡ ବିପକ୍ଷରେ ଶେଷ ତିନୋଟି ଟେଷ୍ଟ ବି ଖେଳିବେନି କୋହଲି, ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ

ନୂଆଦିଲ୍ଲୀ,୧୦।୨: ପୂର୍ବତନ ଭାରତୀୟ ଅଧିନାୟକ ତଥା ତାରକା ବ୍ୟାଟର ବିରାଟ କୋହଲି ଇଂଲଣ୍ଡ ବିପକ୍ଷରେ ବାକି ତିନିଟି ଟେଷ୍ଟରେ ଟିମ ଇଣ୍ଡିଆର ଅଂଶ ହେବେ ନାହିଁ। ରିପୋର୍ଟ ଅନୁଯାୟୀ, ଇଂଲଣ୍ଡ ବିପକ୍ଷ ଅବଶିଷ୍ଟ ତିନିଟି ଟେଷ୍ଟ ମ୍ୟାଚରୁ କିଙ୍ଗ କୋହଲି ମଧ୍ୟ ତାଙ୍କ ନାମ ପ୍ରତ୍ୟାହାର କରିଛନ୍ତି। ବ୍ୟକ୍ତିଗତ କାରଣରୁ କୋହଲି ପ୍ରଥମ ଦୁଇଟି ଟେଷ୍ଟରେ ମଧ୍ୟ ଖେଳି ନ ଥିଲେ।

ଇଂରାଜୀ ଖବରକାଗଜ ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ସିରିଜର ଶେଷ ତିନୋଟି ମ୍ୟାଚରୁ ତାଙ୍କ ନାମ ପ୍ରତ୍ୟାହାର କରି ନେଇଛନ୍ତି ଏବଂ ବିସିସିଆଇକୁ ତାଙ୍କ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ କୋହଲି ସିରିଜ ଆରମ୍ଭରେ ଅଧିନାୟକ ରୋହିତ ଶର୍ମାଙ୍କ ସହ କଥା ହୋଇଥିଲେ ଏବଂ ବ୍ୟକ୍ତିଗତ କାରଣରୁ ସେ ପ୍ରଥମ ଦୁଇଟି ଟେଷ୍ଟ ନ ଖେଳିବାକୁ ନିଷ୍ପତ୍ତି ନେଇଥିଲେ।

ବିସିସିଆଇ ଗତ ତିନିଟି ଟେଷ୍ଟ ପାଇଁ ଟିମ ଇଣ୍ଡିଆ ଘୋଷଣା କରିନାହିଁ, ତୃତୀୟ ଟେଷ୍ଟ ଆରମ୍ଭ ପାଇଁ ପାଞ୍ଚ ଦିନରୁ କମ ସମୟ ବାକି ଅଛି। ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଉଥିଲା ଯେ କୋହଲିଙ୍କ କାରଣରୁ ଦଳ ଏ ପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ।

The post ଇଂଲଣ୍ଡ ବିପକ୍ଷରେ ଶେଷ ତିନୋଟି ଟେଷ୍ଟ ବି ଖେଳିବେନି କୋହଲି, ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ appeared first on Dharitri Odia News.