‘ଇଏସ୍‌‌ଜି ସମନ୍ୱୟ- ବିଶ୍ୱସ୍ତରୀୟ ଧାରା ଓ ଭାରତର ରଣନୀତିକ ଶ୍ରେଣୀବଦ୍ଧତା’ ଶୀର୍ଷକ ଆଲୋଚନାଚକ୍ର

ପିପିଲି:ଉତ୍କୃଷ୍ଟ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଦେଶରେ ଖ୍ୟାତି ଅର୍ଜନ କରିଥିବା ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ସ୍କୁଲ ଅଫ୍‌‌ ସଷ୍ଟେନେବିଲିଟି ପକ୍ଷରୁ ଭୁବନେଶ୍ୱର ଉପକଣ୍ଠ ନିଜିଗଡ଼କୁରୁକି ସ୍ଥିତ ନୂତନ କ୍ୟାମ୍ପସ ଠାରେ ବାର୍ଷିକ ‘ସିମ୍ଫାଜିୟମ-୨୦୨୪’ ପାଳନ ଅବସରରେ ‘ଇଏସ୍‌‌ଜି ସିନର୍ଜି: ଗ୍ଲୋବାଲ ଟ୍ରେଣ୍ଡସ ଏଣ୍ଡ ଇଣ୍ଡିଆଜ୍‌‌ ଷ୍ଟ୍ରାଟେଜିକ୍‌‌ ଆଲାଇନମେଣ୍ଟ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁ ପ୍ରତିଷ୍ଠିତ ଅନୁଷ୍ଠାନର ବିଶେଷଜ୍ଞମାନେ ଯୋଗଦେଇ ସେମାନଙ୍କ ମୂଲ୍ୟବାନ ମତାମତ ପ୍ରଦାନ କରିଥିଲେ। ସ୍କୁଲ ଅଫ୍‌‌ ସଷ୍ଟେନେବିଲିଟି ର ଡିନ୍‌‌ […]

‘ଇଏସ୍‌‌ଜି ସମନ୍ୱୟ- ବିଶ୍ୱସ୍ତରୀୟ ଧାରା ଓ ଭାରତର ରଣନୀତିକ ଶ୍ରେଣୀବଦ୍ଧତା’ ଶୀର୍ଷକ ଆଲୋଚନାଚକ୍ର

ପିପିଲି:ଉତ୍କୃଷ୍ଟ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଦେଶରେ ଖ୍ୟାତି ଅର୍ଜନ କରିଥିବା ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ସ୍କୁଲ ଅଫ୍‌‌ ସଷ୍ଟେନେବିଲିଟି ପକ୍ଷରୁ ଭୁବନେଶ୍ୱର ଉପକଣ୍ଠ ନିଜିଗଡ଼କୁରୁକି ସ୍ଥିତ ନୂତନ କ୍ୟାମ୍ପସ ଠାରେ ବାର୍ଷିକ ‘ସିମ୍ଫାଜିୟମ-୨୦୨୪’ ପାଳନ ଅବସରରେ ‘ଇଏସ୍‌‌ଜି ସିନର୍ଜି: ଗ୍ଲୋବାଲ ଟ୍ରେଣ୍ଡସ ଏଣ୍ଡ ଇଣ୍ଡିଆଜ୍‌‌ ଷ୍ଟ୍ରାଟେଜିକ୍‌‌ ଆଲାଇନମେଣ୍ଟ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁ ପ୍ରତିଷ୍ଠିତ ଅନୁଷ୍ଠାନର ବିଶେଷଜ୍ଞମାନେ ଯୋଗଦେଇ ସେମାନଙ୍କ ମୂଲ୍ୟବାନ ମତାମତ ପ୍ରଦାନ କରିଥିଲେ।

ସ୍କୁଲ ଅଫ୍‌‌ ସଷ୍ଟେନେବିଲିଟି ର ଡିନ୍‌‌ ପ୍ରଫେସର ଡ଼ ସୁତାପା ପତି ଏହି କାର୍ଯ୍ୟକ୍ରମର ଉଦ୍‌‌ଘାଟନ ଅବସରରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସହକାରୀ ଡିନ୍‌‌ ପ୍ରଫେସର ଏଲିଜାବେଥ ଆବା ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଆଲୋଚନାଚକ୍ରରେ ବକ୍ତା ଭାବେ ଜେକେ ସିମେଣ୍ଟ ର ମ୍ୟାନେଜର ନିରଞ୍ଜନ କୁମାର, ଉତ୍କଳ ଗୃପ୍‌‌ ଅଫ୍‌‌ ଇନଷ୍ଟିଚ୍ୟୁସନ ଓ ଓରିଏଣ୍ଟାଲ ସର୍ଭିସେସ୍‌‌ ପ୍ରା.ଲିଃ ର ନିର୍ଦ୍ଦେଶକ ବିଶ୍ୱଭୂଷଣ ସାମନ୍ତରାୟ, ବଜାଜ ଅଟୋ ଲିଃ ର କର୍ପୋରେଟ୍‌‌ ସାମାଜିକ ଦାୟିତ୍ୱ ପରିଚାଳକ ଗ୍ରୀଷ୍ମା ବିଶ୍ୱାଳ, ଆଇଡିଏଫ୍‌‌ସି ଫାଷ୍ଟ ବ୍ୟାଙ୍କ ର ଇଏସ୍‌‌ଜି ପରିଚାଳକ ପ୍ରିଶିତା ପାଣ୍ଡେ ପ୍ରମୁଖ ଯୋଗଦେଇ ଇଏସ୍‌‌ଜି ସଂପର୍କରେ ଆଲୋକପାତ କରିବା ସହ ସମସ୍ତ ଉତ୍ପାଦକ ରକ୍ଷଣାବେକ୍ଷଣ ପରି ସ୍ଥାୟୀ ରକ୍ଷଣାବେକ୍ଷଣର ଅଭ୍ୟାସ, ସବୁଜ ସ୍ଥାୟୀ ଜମା ଭଳି ବ୍ୟାଙ୍କିଙ୍କ ସଂସ୍ଥାରେ କାର୍ଯ୍ୟକାରୀ ହୋଇଥିବା ଗ୍ରୀନ ଫିକ୍ସଡ୍‌‌ ଡିପୋଜିଟ୍‌‌ ପ୍ରଡକ୍ଟ, ଦକ୍ଷତା ବିକାଶ ନୀତି ଏବଂ ପ୍ରଶିକ୍ଷଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।

ଏହି ଆଲୋଚନାଚକ୍ରର ଦ୍ୱିତୀୟ ଅଧିବେଶନରେ ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟ ଅଧିନ ସ୍କୁଲ ଅଫ୍‌‌ ସଷ୍ଟେନେବିଲିଟି ର ଏସ୍‌‌ଏମ୍‌‌ ସେକ୍ରେଟାରୀ ଆଦିତ୍ୟ ଯୁବରାଜ ଯୋଗଦେଇ ଇଏସ୍‌‌ଜି-ପରିବେଶ, ସାମାଜିକ ଓ ଶାସନର ମୌଳିକତା, ଉତ୍ପାଦନ ଏବଂ ସେବା କ୍ଷେତ୍ରରେ ଇଏସ୍‌‌ଜି କାର୍ଯ୍ୟକାରିତା ହାରରେ ବ୍ୟବଧାନ, ଭାରତରେ ଇଏସ୍‌‌ଜି ନୀତି ଓ ଢାଞ୍ଚାର ବିବର୍ତ୍ତନ ଏବଂ ବିଭିନ୍ନ ବ୍ୟବସାୟ ହିତାଧିକାରୀଙ୍କ ଉପରେ ସରକାରୀ ଆଦେଶର ପ୍ରଭାବ ସଂପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।