ଇଟାଭାଟିକୁ କାମ କରିବାକୁ ଆସୁଥିଲେ: ଟ୍ରକ୍ ଧକ୍କାରେ ଖଣ୍ଡଖଣ୍ଡ ହେଲା ଅଟୋ
ଦିଗପହଣ୍ଡି,୨୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଆସିକା ମୁଖ୍ୟରାସ୍ତାର ରାଜପୁର ଗ୍ରାମ ଛକ ନିକଟରେ ମଙ୍ଗଳବାର ଭୋରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ପ୍ଲାଷ୍ଟିକ ପାଇପ ବୋଝେଇ ଟ୍ରକ ନଂ. (ଓଡ଼ି ୦୫ ବି ଏଫ -୮୯୨୯) ଧକ୍କାରେ ଏକ ଯାତ୍ରୀବାହୀ ଅଟୋ ନଂ.(ଓଆର ଏକ୍ସ -୯୦୯୩) ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛ। ଅଟୋରେ ଥିବା କୋରାପୁଟ ଜିଲା ବୈପାରିଗୁଡ଼ା ଥାନା କଟିନିକୁଣ୍ଡ ଗ୍ରାମର ରାମ ପରଜା, ଫୁଲମତି ପରଜା, ରାମନାଥ ପରଜା, କୁନି ପରଜା, […] The post ଇଟାଭାଟିକୁ କାମ କରିବାକୁ ଆସୁଥିଲେ: ଟ୍ରକ୍ ଧକ୍କାରେ ଖଣ୍ଡଖଣ୍ଡ ହେଲା ଅଟୋ appeared first on Dharitri Odia News.
ଦିଗପହଣ୍ଡି,୨୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଆସିକା ମୁଖ୍ୟରାସ୍ତାର ରାଜପୁର ଗ୍ରାମ ଛକ ନିକଟରେ ମଙ୍ଗଳବାର ଭୋରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ପ୍ଲାଷ୍ଟିକ ପାଇପ ବୋଝେଇ ଟ୍ରକ ନଂ. (ଓଡ଼ି ୦୫ ବି ଏଫ -୮୯୨୯) ଧକ୍କାରେ ଏକ ଯାତ୍ରୀବାହୀ ଅଟୋ ନଂ.(ଓଆର ଏକ୍ସ -୯୦୯୩) ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛ। ଅଟୋରେ ଥିବା କୋରାପୁଟ ଜିଲା ବୈପାରିଗୁଡ଼ା ଥାନା କଟିନିକୁଣ୍ଡ ଗ୍ରାମର ରାମ ପରଜା, ଫୁଲମତି ପରଜା, ରାମନାଥ ପରଜା, କୁନି ପରଜା, ବୁଟ ପାଣି ଗ୍ରାମର ପୁରନ୍ଦର ଷଣ୍ଢ ଏବଂ ପାଟପୁର ଥାନା ସାହାସପୁର ଗ୍ରାମର ଅଟୋ ଚାଳକ ରମେଶ ଚନ୍ଦ୍ର ସାହୁ ଗୁରୁତର ହୋଇଥିଲେ। ଗୁରୁତରଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସାପରେ ସମସ୍ତଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରାମନାଥ ପରଜାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ପାଟପୁର ନିକଟ ଏକ ଇଟାଭାଟିରେ କାମ କରିବାକୁ ଶ୍ରମିକମାନେ ଯାଉଥିବା ବେଳେ ବିପରୀତ ଦିଗର ଦୃତଗତିରେ ଆସୁଥିବା ଟ୍ରକଟି ଅଟୋକୁ ଧକ୍କା ଦେଇଥିଲା। ଦିଗପହଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଗସ୍ତ ଟ୍ରକ ଏବଂ ଅଟୋକୁ ଜବତ କରି ମାମଲା ରୁଜୁ କରିଛି। ବ୍ରହ୍ମପୁର ବଡ ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ମୃତଦେ କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
The post ଇଟାଭାଟିକୁ କାମ କରିବାକୁ ଆସୁଥିଲେ: ଟ୍ରକ୍ ଧକ୍କାରେ ଖଣ୍ଡଖଣ୍ଡ ହେଲା ଅଟୋ appeared first on Dharitri Odia News.