ଇଡି ଅଧିକାରୀର ପରିଚୟ ଦେଇ ୩୫୦ ସହକାରୀ ଅଧିକାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ହଡପ, ୨ ଠକ ଗିରଫ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସ୍ଥାନୀୟ ଦୋଳମଣ୍ଡପ ସାହିର ଦୁଇ ଭାଈ ନିଜକୁ ଇଡିର ଅଧିକାରୀ ବୋଲି ନିଜକୁ ପରିଚୟ ଦେଇ ବିଭିନ୍ନ ସହକାରୀ ଅଧିକାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବାର ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ କ୍ରାଇମ ବ୍ରାଞ୍ଚ ସ୍ପେସାଲ ଟାକ୍ସ ଫୋର୍ସ ଘଟଣାର ତଦନ୍ତ କରି ୨ ଭାଈଙ୍କୁ ଗିରଫ କରିବା ସହିତ ବିଭିନ୍ନ ସାମଗ୍ରୀ ଜବତ କରିଥିବାର ଜଣାପଡିଛି। ସ୍ଥାନୀୟ ଦୋଳମଣ୍ଡର ସାହିର ତାରିଣୀସେନ ମହାପାତ୍ର ଏବଂ ତାଙ୍କ ଭାଈ ବ୍ରହ୍ମଶଙ୍କର ମହାପାତ୍ର […]

ଇଡି ଅଧିକାରୀର ପରିଚୟ ଦେଇ ୩୫୦ ସହକାରୀ ଅଧିକାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ହଡପ, ୨ ଠକ ଗିରଫ
Extortion of lakhs of rupees from 350 assistant officers by introducing ED officer 2 arrested

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସ୍ଥାନୀୟ ଦୋଳମଣ୍ଡପ ସାହିର ଦୁଇ ଭାଈ ନିଜକୁ ଇଡିର ଅଧିକାରୀ ବୋଲି ନିଜକୁ ପରିଚୟ ଦେଇ ବିଭିନ୍ନ ସହକାରୀ ଅଧିକାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବାର ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ କ୍ରାଇମ ବ୍ରାଞ୍ଚ ସ୍ପେସାଲ ଟାକ୍ସ ଫୋର୍ସ ଘଟଣାର ତଦନ୍ତ କରି ୨ ଭାଈଙ୍କୁ ଗିରଫ କରିବା ସହିତ ବିଭିନ୍ନ ସାମଗ୍ରୀ ଜବତ କରିଥିବାର ଜଣାପଡିଛି।

ସ୍ଥାନୀୟ ଦୋଳମଣ୍ଡର ସାହିର ତାରିଣୀସେନ ମହାପାତ୍ର ଏବଂ ତାଙ୍କ ଭାଈ ବ୍ରହ୍ମଶଙ୍କର ମହାପାତ୍ର ଦିର୍ଘ ଦିନ ହେବ ବିହାର ରାଜ୍ୟ ରାଞ୍ଚିରେ ରହିଆସୁଥିଲେ। ତାରିଣୀସେନ ବିକମ ପାଶ କରିଥିବା ବେଳେ ତାଙ୍କ ଭାଇ ବ୍ରହ୍ମ ଡିସିଏ ପାସ କରି ସେଠାରେ ରହୁଥିବା ବେଳେ ସରଳ ଉପାୟରେ ଟଙ୍କା ରୋଗଗାର କରିବା ପାଇଁ ନିଜକୁ ଇଡି ଅଧିକାରୀ ଭାବରେ ପରିଚୟ ଦେଇ ଆସୁଥିଲେ। ଦୁଇ ଭାଈ ପ୍ରଥମେ ବିଭିନ୍ନ ଅଫିସରଙ୍କୁ ଫୋନ ମାଧ୍ୟମରେ ନିଜର ପରିଚୟ ଦେଇ ବ୍ଲାକମେଲିଂ କରିବା ସହିତ ଟଙ୍କା ଦେଲେ ସେମାନଙ୍କ ମାମଲାକୁ ରଫାଦଫା କରିବାକୁ କହୁଥିଲେ। ଏପରିକି ସହକାରୀ ଅଧିକାରୀଙ୍କଠାରୁ ଟଙ୍କା ପାଇବା ପରେ ମିଛ କ୍ଲିଅରାନ୍ସ ରିପୋର୍ଟ ପ୍ରଦାନ କରି ସଂପୃକ୍ତ ଥିବା ଅଧିକାରୀଙ୍କୁ ମାମଲାରୁ ଦୋଷମୁକ୍ତ କରୁଥିଲେ।

ଏଭଳି ଭାବରେ ଉଭୟେ ୩୫୦ରୁ ଉଦ୍ଧ୍ୱର୍ ଅଧିକାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକିଥିବାର ତଦନ୍ତରୁ ଜଣାପଡିଛି। ଠକିବା ପାଇଁ ବ୍ରହ୍ମପୁରର ଜଣେ ଅଧିକାରୀଦେବବତ୍ତ ପଟ୍ଟନାୟକଙ୍କୁ ମଧ୍ୟ ସେ ଫୋନ କରିଥିଲେ। ଦେବଦ୍‌ତ୍ତ ସେମାନଙ୍କୁ ଖାତିର ନକରି ଭିଜିଲାନ୍ସ ବିଭାଗ ଏସଟିଏଫକୁ ଜଣାଇଥିଲେ। ଏସଟିଫ ଏକ ମାମଲା ରୁଜ୍ଜୁ କରି ଘଟଣାରେ ତଦନ୍ତ କରୁଥିବା ବେଳେ ଉଭୟଙ୍କୁ ଗିରଫ କରିବାରେ ସଫଳ ହୋଇଛି। ୨ ଭାଈଙ୍କ ଠାରୁ ଡେକ୍ସଟପ, ମୋବାଇଲ, ବ୍ୟାଙ୍କ ପାସବୁକ, ମିଛ ପରିଚୟ ପତ୍ର, ୧୭ଟି ଏଟିଏମ କାର୍ଡ ଜବତକରାଯାଇଛି। ସେମାନେ ମଧ୍ୟଏକ ଏନଜିଓ ଚଳାଉଥିବାର ଜଣାପଡିଛି। ଏସଟିଏଫ ସେମାନଙ୍କୁ ଗିରଫ କରି ଅଧିକ ତଦନ୍ତଚଳାଇଛି।