ବିରୁଡି ଆକ୍ରମଣରେ ଜଣେ ମୃତ, ଦୁଇ ଗୁରୁତର

କେନ୍ଦୁଝର/ଭଦ୍ର।ସାହି/ଯୋଡ଼ା  : କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା କାଶୀଆ ଠାରେ ଚାଷକାମ କରୁଥିବାବେଳେ ବିରୁଡି ଆକ୍ରମଣରେ ଜଣେ ଶିଶୁକନ୍ୟାର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ କେନ୍ଦୁଝର ଜିଲ୍ଲା  ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବଡ଼ବିଲ ଥାନା କାଶିଆ ଗାଁର ମଝିରାମ ମୁଣ୍ଡାଙ୍କର ଦୁଇ ଝିଅ ସୁଜାତା ମୁଣ୍ଡା ଓ ଲକ୍ଷ୍ମୀ ମୁଣ୍ଡା ସେମାନଙ୍କର ଝିଆରୀ ନନିକା ଲାଗୁରି (୭)କୁ ସାଙ୍ଗରେ ନେଇ ଚାଷ ଜମିକୁ କାମ କରିବାକୁ ଯାଇଥିଲେ । ସେମାନେ […]

ବିରୁଡି ଆକ୍ରମଣରେ ଜଣେ ମୃତ, ଦୁଇ ଗୁରୁତର
One dead two seriously injured in bee attack

କେନ୍ଦୁଝର/ଭଦ୍ର।ସାହି/ଯୋଡ଼ା  : କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା କାଶୀଆ ଠାରେ ଚାଷକାମ କରୁଥିବାବେଳେ ବିରୁଡି ଆକ୍ରମଣରେ ଜଣେ ଶିଶୁକନ୍ୟାର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ କେନ୍ଦୁଝର ଜିଲ୍ଲା  ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବଡ଼ବିଲ ଥାନା କାଶିଆ ଗାଁର ମଝିରାମ ମୁଣ୍ଡାଙ୍କର ଦୁଇ ଝିଅ ସୁଜାତା ମୁଣ୍ଡା ଓ ଲକ୍ଷ୍ମୀ ମୁଣ୍ଡା ସେମାନଙ୍କର ଝିଆରୀ ନନିକା ଲାଗୁରି (୭)କୁ ସାଙ୍ଗରେ ନେଇ ଚାଷ ଜମିକୁ କାମ କରିବାକୁ ଯାଇଥିଲେ । ସେମାନେ ବିଲରେ କାମ କରିବାବେଳେ ସାଙ୍ଗରେ ଥିବା ନାବାଳିକାକୁ ବିଲ ହୁଡ଼ାରେ ଥିବା ଗଛ ମୁଳେ ବସାଇ ଦେଇଥିଲେ।

ନାବାଳିକା ଜଣକ ଗଛତଳେ ଖେଳୁଥିବା ବେଳେ  ବିରୁଡ଼ି ଦଳ  ନାବାଳିକା ଜଣଙ୍କୁ ଆକ୍ରମଣ କରିଥିଲେ ` ବିରୁଡି ଆକ୍ରମଣରେ ନାବାଳିକା ଜଣଙ୍କ ଛଟପଟ ହୋଇ କାନ୍ଦିବାରୁ ବିଲରେ କାମ କରୁଥିବା ତାର ଦୁଇ ମାଉସୀ  ଦୌଡ଼ି ଆସି ତାକୁ ଉଦ୍ଧାର କରିବାବେଳେ  ସେମାନେ ମଧ୍ୟ  ବିରୁଡି ଆକ୍ରମଣର ଶିକାର ହୋଇ ଗୁରୁତର ଆହାତ ହୋଇଥିଲେ। ନିକଟସ୍ଥ ଚାଷ ଜମିରେ କାମ କରୁଥିବା ଲୋକେ ଗୁରୁତର ଅବସ୍ଥାରେ ୩ ଜଣଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ନାବାଳିକା ଜଣଙ୍କର ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର ବ୍ୟବସ୍ଥା ବେଳେ ନାବାଳିକାର ମୃତ୍ୟୁ ହୋଇଛି। ମୃତ ନାବାଳିକାର  ଦୁଇ ଦୁଇ ମାଉସୀ  ସୁଜାତା ଏବଂ ଲକ୍ଷ୍ମୀ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି ।