ଇଡେନ୍‌ ଗାର୍ଡେନ୍‌ରେ ଭାଙ୍ଗିଲା ଅନେକ ରେକର୍ଡ; ଗର୍ଜିଲା ବ୍ୟାଟ୍‌, ଚୌକା-ଛକାର ହେଲା ବର୍ଷା

ନୂଆଦିଲ୍ଲୀ ୨୭।୦୪: ଶୁକ୍ରବାର କୋଲକତାରେ ମୁହାଁମୁହିଁ ହୋଇଥିଲେ ପଞ୍ଜାବ କିଙ୍ଗସ୍ ଏବଂ କେକେଆର । ୨୬୨ ରନ୍‌ର ବିଶାଳ ରନ୍‌କୁ ୮ ବଲ୍‌ ବାକି ଥାଇ ହାସଲ କରିଥିଲା ପଞ୍ଜାବ କିଙ୍ଗ୍‌ସ। ଗତବର୍ଷ ସେଞ୍ଚୁରୀୟନ୍‌ରେ ଦକ୍ଷିଣ ଆଫ୍ରିକା ଓ ୱେଷ୍ଟ ଇଣ୍ଡିଜ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ହୋଇଥିଲା ଏହି ରେକର୍ଡ । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍‌ ୫ ୱିକେଟ୍‌  ହରାଇ ୨୫୮ ରନ୍‌ କରିଥିଲା । ଜବାବରେ ୧୮ ଓଭର ୫ ବଲରେ ୪ ୱିକେଟ୍‌ ହରାଇ  ୨୫୯ ରନରେ ମ୍ୟାଚ୍‌ ଜିତିଥିଲା ଦକ୍ଷିଣ ଆଫ୍ରିକା । ଶୁକ୍ରବାର ଖେଳାଯାଇଥିବା ପଞ୍ଜାବ କିଙ୍ଗସ୍ ଏବଂ କେକେଆର ମ୍ୟାଚ୍‌ରେ ଲାଗିଥିଲା ମୋଟ୍‌ ୪୨ଟି ଛକା । ନାଇଟ୍‌ ରାଇଡର୍ସ ବ୍ୟାଟର ମାରିଥିଲେ ୧୮ଟି ଛକା । ଏହି ଲିଷ୍ଟରେ ଖୁବ୍‌ ଆଗରେ ରହିଥିଲା ପଞ୍ଜାବ କିଙ୍ଗ୍‌ସ । ପଞ୍ଜାବ ବ୍ୟାଟରମାନେ ଲଗାଇଥିଲେ ମୋଟ୍‌ ୨୪ଟି ଛକା । ପୂର୍ବରୁ ଏହି  ରେକର୍ଡ ସନରାଇଜର୍ସ ହାଇଦ୍ରାବାଦ  ଓ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚ୍‌ ନାଁରେ ରହିଥିଲା । ସେହି ମ୍ୟାଚ୍‌ରେ ଉଭୟ ଟିମ୍‌ ମାରିଥିଲେ ମୋଟ୍‌ ୩୮ଟି ଛକା । ଗତ ସପ୍ତାହରେ ସନରାଇଜର୍ସ ଓ ଆରସିବି ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଲାଗିଥିଲା ୩୮ ଛକା । ରୟାଲ୍‌ ଚ୍ୟାଲେଞ୍ଜର୍ସ ବିପକ୍ଷରେ ସନରାଇଜର୍ସ ମାରିଥିଲା ୨୨ଟି ଛକା ।ଆଇପିଏଲ୍‌ ଇତିହାସରେ ଏହା କୌଣସି ଇନିଂସରେ ସର୍ବାଧିକ  ଛକା । ୧୧ଦିନରେ ସର୍ବାଧିକ ଛକା ମାରିବାର ଭାଙ୍ଗିଛି ରେକର୍ଡ । ଉଭୟ ଦଳର ୪ ଓପ

ଇଡେନ୍‌ ଗାର୍ଡେନ୍‌ରେ ଭାଙ୍ଗିଲା ଅନେକ ରେକର୍ଡ; ଗର୍ଜିଲା ବ୍ୟାଟ୍‌, ଚୌକା-ଛକାର ହେଲା ବର୍ଷା

ନୂଆଦିଲ୍ଲୀ ୨୭।୦୪: ଶୁକ୍ରବାର କୋଲକତାରେ ମୁହାଁମୁହିଁ ହୋଇଥିଲେ ପଞ୍ଜାବ କିଙ୍ଗସ୍ ଏବଂ କେକେଆର । ୨୬୨ ରନ୍‌ର ବିଶାଳ ରନ୍‌କୁ ୮ ବଲ୍‌ ବାକି ଥାଇ ହାସଲ କରିଥିଲା ପଞ୍ଜାବ କିଙ୍ଗ୍‌ସ। ଗତବର୍ଷ ସେଞ୍ଚୁରୀୟନ୍‌ରେ ଦକ୍ଷିଣ ଆଫ୍ରିକା ଓ ୱେଷ୍ଟ ଇଣ୍ଡିଜ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ହୋଇଥିଲା ଏହି ରେକର୍ଡ । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍‌ ୫ ୱିକେଟ୍‌  ହରାଇ ୨୫୮ ରନ୍‌ କରିଥିଲା । ଜବାବରେ ୧୮ ଓଭର ୫ ବଲରେ ୪ ୱିକେଟ୍‌ ହରାଇ  ୨୫୯ ରନରେ ମ୍ୟାଚ୍‌ ଜିତିଥିଲା ଦକ୍ଷିଣ ଆଫ୍ରିକା । 


ଶୁକ୍ରବାର ଖେଳାଯାଇଥିବା ପଞ୍ଜାବ କିଙ୍ଗସ୍ ଏବଂ କେକେଆର ମ୍ୟାଚ୍‌ରେ ଲାଗିଥିଲା ମୋଟ୍‌ ୪୨ଟି ଛକା । ନାଇଟ୍‌ ରାଇଡର୍ସ ବ୍ୟାଟର ମାରିଥିଲେ ୧୮ଟି ଛକା । ଏହି ଲିଷ୍ଟରେ ଖୁବ୍‌ ଆଗରେ ରହିଥିଲା ପଞ୍ଜାବ କିଙ୍ଗ୍‌ସ । ପଞ୍ଜାବ ବ୍ୟାଟରମାନେ ଲଗାଇଥିଲେ ମୋଟ୍‌ ୨୪ଟି ଛକା । ପୂର୍ବରୁ ଏହି  ରେକର୍ଡ ସନରାଇଜର୍ସ ହାଇଦ୍ରାବାଦ  ଓ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚ୍‌ ନାଁରେ ରହିଥିଲା । ସେହି ମ୍ୟାଚ୍‌ରେ ଉଭୟ ଟିମ୍‌ ମାରିଥିଲେ ମୋଟ୍‌ ୩୮ଟି ଛକା । ଗତ ସପ୍ତାହରେ ସନରାଇଜର୍ସ ଓ ଆରସିବି ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଲାଗିଥିଲା ୩୮ ଛକା । ରୟାଲ୍‌ ଚ୍ୟାଲେଞ୍ଜର୍ସ ବିପକ୍ଷରେ ସନରାଇଜର୍ସ ମାରିଥିଲା ୨୨ଟି ଛକା ।

ଆଇପିଏଲ୍‌ ଇତିହାସରେ ଏହା କୌଣସି ଇନିଂସରେ ସର୍ବାଧିକ  ଛକା । ୧୧ଦିନରେ ସର୍ବାଧିକ ଛକା ମାରିବାର ଭାଙ୍ଗିଛି ରେକର୍ଡ । ଉଭୟ ଦଳର ୪ ଓପନର ଖେଳିଛନ୍ତି ଅର୍ଦ୍ଧଶତକୀୟ ଇନିଂସ । ଯାହା ଆଇପିଏଲ ଇତିହାସରେ ପ୍ରଥମ । ସମସ୍ତ ଓପରନର୍‌ କରିଛନ୍ତି ମୋଟ୍‌ ୩୦୮ ରନ୍‌ । ମ୍ୟାଚ୍‌ରେ ଲାଗିଛି ୫ ଦ୍ରୁତତମ ଅର୍ଦ୍ଧଶତକ । ସଲ୍ଟ ୨୫ଟି ବଲ୍‌, ନାରାଏନ୍‌ ୨୩ଟି ବଲ୍‌,  ପ୍ରଭସିମରନ ୧୮ଟି ବଲ୍‌, ବେୟାରଷ୍ଟୋ  ୨୩ଟି ବଲ୍‌ ଓ ଶଶାଙ୍କ ସିଂହ ୨୩ଟି ବଲ୍‌ରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ ।

ଟି-ଟ୍ୱେଣ୍ଟି ଇତିହାସରେ ପଞ୍ଜାବ କିଙ୍ଗ୍‌ସ ସର୍ବାଧିକ ୭ଥର ୨୦୦ରୁ ଊଦ୍ଧ୍ୱର୍ ଲକ୍ଷ୍ୟର ପିଛା କରି  ବିଜୟ ହାସଲ କରିଛି ।