ଇଣ୍ଡିଆନା ଜୋନ୍ସ ଟୋପି ୫ ଲକ୍ଷ ପାଉଣ୍ଡରେ ନିଲାମ, ଫିଲ୍ମ ‘ଟେମ୍ପଲ୍‌ ଅଫ୍‌ ଡୁମ୍‌’ ପାଇଁ ହୋଇଥିଲା ନିର୍ମିତ

ହଲିଉଡ୍‌ ଫିଲ୍ମ ‘ଇଣ୍ଡିଆନା ଜୋନ୍ସ’ ଫିଲ୍ମ ଫ୍ରାଞ୍ଚାଇଜର ୨ୟ  ଭାଗ ‘ଟେମ୍ପଲ୍‌ ଅଫ୍‌ ଡୁମ୍‌’ରେ ଅଭିନେତା ହାରିସନ୍‌ ଫର୍ଡ  ପିନ୍ଧିଥିବା ଟୋପି ପ୍ରାୟ ୫ ଲକ୍ଷ ପାଉଣ୍ଡରେ ନିଲାମ  ହୋଇଛି । ଧୂସର ରଙ୍ଗର ଏହି ଫେଲ୍ଟ ଫେଡୋରା  ଟୋପି ଖାସ୍‌କରି ‘ଟେମ୍ପଲ୍‌ ଅଫ୍‌ ଡୁମ୍‌’ ପାଇଁ  ନିର୍ମିତ ହୋଇଥିଲା । ଲସ୍‌ ଆଞ୍ଜେଲସ୍‌ ସ୍ଥିତ ନିଲାମ  ଘରେ ଏଇଟି ୬୩୦,୦୦୦ ଡଲାର (୪୮୭,୦୦୦  ପାଉଣ୍ଡ)ରେ ବିକ୍ରି ହୋଇଛି । ଫିଲ୍ମର ଅନ୍ୟ ସ୍ମରଣୀୟ  ବସ୍ତୁଗୁଡ଼ିକର ମଧ୍ୟ ନିଲାମ ହୋଇଥିଲା । ଏଥିରେ ଷ୍ଟାର୍‌  ୱାର୍‌, ହ୍ୟାରି ପୋଟର ଓ ଜେମ୍ସ ବଣ୍ଡ ପ୍ରଡକ୍ସନ୍‌ର   ଉପକରଣ ଥିଲା । ଇଣ୍ଡିଆନା ଜୋନ୍ସ ଫ୍ରାଞ୍ଚାଇଜରେ ଜୋନ୍ସ ଜଣେ  ରୋମାଞ୍ଚକର ପ୍ରତ୍ନତତ୍ତ୍ୱବିତ୍‌ ଭୂମିକା ନିର୍ବାହ କରିଛନ୍ତି ।  ଫିଲ୍ମ ଆରମ୍ଭରେ ସେ ଏକ ଟୋପି (ହ୍ୟାଟ୍‌)ରେ ନଜର  ଆସିଛନ୍ତି । ସେ ଓ ତାଙ୍କ ସାଥୀମାନେ ଏକ ଦୁର୍ଘଟଣାଗ୍ରସ୍ତ  ବିମାନରୁ ବାୟୁପୂର୍ଣ୍ଣ ଏକ ଡଙ୍ଗାରେ ଡେଇଁଛନ୍ତି । ନିଲାମ   ଗୃହ ଅନୁସାରେ ଏହି ଟୋପି ପ୍ରଯୋଜକ ଜର୍ଜ ଲୁକାସଙ୍କ  ଭିଜୁଆଲ ଇଫେକ୍ଟସ କେନ୍ଦ୍ରରେ ଫଟୋଗ୍ରାଫିରେ ମଧ୍ୟ ବ୍ୟବହୃତ ହୋଇଥିଲା । ୧୯୮୪ ମସିହାରେ ମୁକ୍ତିପ୍ରାପ୍ତ ଫିଲ୍ମ  ‘ଡିନ୍‌ ଫେରାନ୍‌ଡିନି’ରେ ଷ୍ଟଣ୍ଟ୍‌ ଲାଗି ଅଭିନେତା ଫର୍ଡଙ୍କ  ବଡି-ଡବଲ୍‌ ମଧ୍ୟ ଟୋପିକୁ ବ୍ୟବହାର କରିଥିଲେ । ପ୍ରଥମ  ଇଣ୍ଡିଆନା ଜୋନ୍ସ ଫିଲ୍ମ ‘ରେଡର୍ସ ଅଫ୍‌ ଦ ଲଷ୍ଟ୍‌ ଆର୍କ’ରେ  ପ୍ରଦର୍ଶିତ ମୂଳ

ଇଣ୍ଡିଆନା ଜୋନ୍ସ ଟୋପି ୫ ଲକ୍ଷ ପାଉଣ୍ଡରେ ନିଲାମ, ଫିଲ୍ମ ‘ଟେମ୍ପଲ୍‌ ଅଫ୍‌ ଡୁମ୍‌’ ପାଇଁ  ହୋଇଥିଲା ନିର୍ମିତ

ହଲିଉଡ୍‌ ଫିଲ୍ମ ‘ଇଣ୍ଡିଆନା ଜୋନ୍ସ’ ଫିଲ୍ମ ଫ୍ରାଞ୍ଚାଇଜର ୨ୟ  ଭାଗ ‘ଟେମ୍ପଲ୍‌ ଅଫ୍‌ ଡୁମ୍‌’ରେ ଅଭିନେତା ହାରିସନ୍‌ ଫର୍ଡ  ପିନ୍ଧିଥିବା ଟୋପି ପ୍ରାୟ ୫ ଲକ୍ଷ ପାଉଣ୍ଡରେ ନିଲାମ  ହୋଇଛି । ଧୂସର ରଙ୍ଗର ଏହି ଫେଲ୍ଟ ଫେଡୋରା  ଟୋପି ଖାସ୍‌କରି ‘ଟେମ୍ପଲ୍‌ ଅଫ୍‌ ଡୁମ୍‌’ ପାଇଁ  ନିର୍ମିତ ହୋଇଥିଲା । ଲସ୍‌ ଆଞ୍ଜେଲସ୍‌ ସ୍ଥିତ ନିଲାମ  ଘରେ ଏଇଟି ୬୩୦,୦୦୦ ଡଲାର (୪୮୭,୦୦୦  ପାଉଣ୍ଡ)ରେ ବିକ୍ରି ହୋଇଛି । 

ଫିଲ୍ମର ଅନ୍ୟ ସ୍ମରଣୀୟ  ବସ୍ତୁଗୁଡ଼ିକର ମଧ୍ୟ ନିଲାମ ହୋଇଥିଲା । ଏଥିରେ ଷ୍ଟାର୍‌  ୱାର୍‌, ହ୍ୟାରି ପୋଟର ଓ ଜେମ୍ସ ବଣ୍ଡ ପ୍ରଡକ୍ସନ୍‌ର   ଉପକରଣ ଥିଲା । ଇଣ୍ଡିଆନା ଜୋନ୍ସ ଫ୍ରାଞ୍ଚାଇଜରେ ଜୋନ୍ସ ଜଣେ  ରୋମାଞ୍ଚକର ପ୍ରତ୍ନତତ୍ତ୍ୱବିତ୍‌ ଭୂମିକା ନିର୍ବାହ କରିଛନ୍ତି ।  ଫିଲ୍ମ ଆରମ୍ଭରେ ସେ ଏକ ଟୋପି (ହ୍ୟାଟ୍‌)ରେ ନଜର  ଆସିଛନ୍ତି । ସେ ଓ ତାଙ୍କ ସାଥୀମାନେ ଏକ ଦୁର୍ଘଟଣାଗ୍ରସ୍ତ  ବିମାନରୁ ବାୟୁପୂର୍ଣ୍ଣ ଏକ ଡଙ୍ଗାରେ ଡେଇଁଛନ୍ତି । ନିଲାମ   ଗୃହ ଅନୁସାରେ ଏହି ଟୋପି ପ୍ରଯୋଜକ ଜର୍ଜ ଲୁକାସଙ୍କ  ଭିଜୁଆଲ ଇଫେକ୍ଟସ କେନ୍ଦ୍ରରେ ଫଟୋଗ୍ରାଫିରେ ମଧ୍ୟ ବ୍ୟବହୃତ ହୋଇଥିଲା । 

୧୯୮୪ ମସିହାରେ ମୁକ୍ତିପ୍ରାପ୍ତ ଫିଲ୍ମ  ‘ଡିନ୍‌ ଫେରାନ୍‌ଡିନି’ରେ ଷ୍ଟଣ୍ଟ୍‌ ଲାଗି ଅଭିନେତା ଫର୍ଡଙ୍କ  ବଡି-ଡବଲ୍‌ ମଧ୍ୟ ଟୋପିକୁ ବ୍ୟବହାର କରିଥିଲେ । ପ୍ରଥମ  ଇଣ୍ଡିଆନା ଜୋନ୍ସ ଫିଲ୍ମ ‘ରେଡର୍ସ ଅଫ୍‌ ଦ ଲଷ୍ଟ୍‌ ଆର୍କ’ରେ  ପ୍ରଦର୍ଶିତ ମୂଳ ଟୋପିର ଏହା ଉନ୍ନତ ଭର୍ସନ୍‌ ଥିଲା । ଲଣ୍ଡନ ସ୍ଥିତ ହର୍ବଟ ଜନ୍‌ସନ ହ୍ୟାଟ୍‌ କମ୍ପାନି ଏହାକୁ ପ୍ରସ୍ତୁତ  କରିଥିଲା । ଏହାର ଭିତର ପରସ୍ତରେ ସୁନାରେ ‘ଆଇଜେ’  (ଇଣ୍ଡିଆନା ଜୋନ୍ସ) ଉଲ୍ଲେଖ ହୋଇଛି ।