‘ଇଣ୍ଡିଆନ୍ ଆଇଡଲ୍ 15′ ରେ ୱିନର ହେଲେ ମାନସୀ ଘୋଷ, ଛୁଟୁଛି ପ୍ରଂଶାସର ସୁଅ

‘ଇଣ୍ଡିଆନ୍ ଆଇଡଲ୍ 15′ ଶେଷ ହୋଇଛି । ଶୋ’ର ଅନ୍ତିମ ପର୍ଯ୍ୟାୟ ଏପ୍ରିଲ୍ ୬, ୨୦୨୫ରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ମାନସୀ ଘୋଷଙ୍କୁ ୱିନର ଭାବରେ ଘୋଷଣା କରାଯାଇଥିଲା । ଏହି ସିଜିନର ଟ୍ରଫି ସହିତ, ମାଦସୀ ଘୋଷଙ୍କୁ ୨୫ ଲକ୍ଷ ଟଙ୍କା ଏବଂ ଏକ କାର୍ ମଧ୍ୟ ପୁରସ୍କାର ମିଳିଛି । ଏହି ସମୟରେ ଶୋ’ର ବିଚାରକ ଶ୍ରେୟା ଘୋଷଲା, ବିଶାଲ ଦଦଲାନି, ରାପର୍ ବାଦଶାହ, ହୋଷ୍ଟ ଆଦିତ୍ୟ ନାରାୟଣଙ୍କ ସହିତ ମିକା ସିଂହ, ଶିଳ୍ପା […] The post ‘ଇଣ୍ଡିଆନ୍ ଆଇଡଲ୍ 15′ ରେ ୱିନର ହେଲେ ମାନସୀ ଘୋଷ, ଛୁଟୁଛି ପ୍ରଂଶାସର ସୁଅ appeared first on KNews Odisha.

‘ଇଣ୍ଡିଆନ୍ ଆଇଡଲ୍ 15′ ରେ ୱିନର ହେଲେ ମାନସୀ ଘୋଷ, ଛୁଟୁଛି ପ୍ରଂଶାସର ସୁଅ
manasi ghos

‘ଇଣ୍ଡିଆନ୍ ଆଇଡଲ୍ 15′ ଶେଷ ହୋଇଛି । ଶୋ’ର ଅନ୍ତିମ ପର୍ଯ୍ୟାୟ ଏପ୍ରିଲ୍ ୬, ୨୦୨୫ରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ମାନସୀ ଘୋଷଙ୍କୁ ୱିନର ଭାବରେ ଘୋଷଣା କରାଯାଇଥିଲା । ଏହି ସିଜିନର ଟ୍ରଫି ସହିତ, ମାଦସୀ ଘୋଷଙ୍କୁ ୨୫ ଲକ୍ଷ ଟଙ୍କା ଏବଂ ଏକ କାର୍ ମଧ୍ୟ ପୁରସ୍କାର ମିଳିଛି । ଏହି ସମୟରେ ଶୋ’ର ବିଚାରକ ଶ୍ରେୟା ଘୋଷଲା, ବିଶାଲ ଦଦଲାନି, ରାପର୍ ବାଦଶାହ, ହୋଷ୍ଟ ଆଦିତ୍ୟ ନାରାୟଣଙ୍କ ସହିତ ମିକା ସିଂହ, ଶିଳ୍ପା ସେଟ୍ଟି, ରବିନା ଟଣ୍ଡନଙ୍କ ଭଳି ଷ୍ଟାରମାନେ ମଧ୍ୟ ଉପସ୍ଥିତ ଥିଲେ । ମାନସୀ ଘୋଷଙ୍କ ସହିତ ପ୍ରିୟାଂଶୁ ଦତ୍ତ, ଅନିରୁଦ୍ଧ ସୁସ୍ବରମ୍, ସ୍ନେହା ଶଙ୍କର, ଶୁଭଜିତ୍ ଚକ୍ରବର୍ତ୍ତୀ ଏବଂ ଚୈତନ୍ୟ ଦେଓଧେଙ୍କୁ ମଧ୍ୟ ଫାଇନାଲ୍ ରେସ୍ ପାଇଁ ମଧ୍ୟ ସାମିଲ୍ ଥିଲେ । ଏପରି ପରିସ୍ଥିତିରେ, ସମସ୍ତେ ମାନସୀ ଘୋଷଙ୍କ ବିଷୟରେ ଜାଣିବାକୁ ଚାହାଁନ୍ତି । ତେବେ ଆସନ୍ତୁ ଜାଣିବା ମାନସୀ ଘୋଷଙ୍କ ବିଷୟରେ କିଛି ଗୁରୁତ୍ବପୂର୍ଣ୍ଣ କଥା ।

ପପୁଲାର୍ ସିଙ୍ଗିଙ୍ଗ ରିଆଲିଟି ଶୋ ‘ଇଣ୍ଡିଆନ୍ ଆଇଡଲ୍ 15’ ର ୱିନର ହୋଇଥିବା ମାନସୀ ଘୋଷ କୋଲକାତାର ବାସିନ୍ଦା । ମାନସୀ ପିଲାଦିନରୁ ଗୀତ ଗାଇବାକୁ ବହୁତ ପସନ୍ଦ କରୁଥିଲେ । ସେ ପିଲାଦିନରୁ ଜଣେ ଗାୟିକା ହେବାର ସ୍ବପ୍ନ ଦେଖୁଛନ୍ତି । ମାନସୀଙ୍କ ବୟସ ୨୪ ବର୍ଷ ଏବଂ ସେ ଖ୍ରୀଷ୍ଟ ଚର୍ଚ୍ଚ ବାଳିକା ବିଦ୍ୟାଳୟରୁ ତାଙ୍କର ସ୍କୁଲ୍ ଶିକ୍ଷା ସମାପ୍ତ କରିଛନ୍ତି । ଏହା ପରେ ସେ ଇଂରାଜୀରେ ସ୍ନାତକ ହାସଲ୍ କରିଥିଲେ । ଇଣ୍ଡିଆନ୍ ଆଇଡଲ୍ 15’ ରେ ନିଜ କଣ୍ଠର ଯାଦୁ ଦେଖାଇଥିବା ମାନସୀ ପୂର୍ବରୁ ଏକ ରିଆଲିଟି ଶୋ ର ମଧ୍ୟ ଅଂଶ ହୋଇସାରିଛନ୍ତି ।

‘ଇଣ୍ଡିଆନ୍ ଆଇଡଲ୍ 15’ ପୂର୍ବରୁ ମାନସୀ ଘୋଷ ସୁପରଷ୍ଟାର ସିଙ୍ଗର ସିଜିନ୍ 3’ ରେ ମଧ୍ୟ ଅଂଶଗ୍ରହଣ କରିଛନ୍ତି । ମାନସୀ ଏହି ଶୋ’ର ପ୍ରଥମ ରନର୍ସ ଅପ୍ ଥିଲେ । ବର୍ତ୍ତମାନ ମାନସୀ ଇଣ୍ଡିଆନ୍ ଆଇଡଲ୍ 15’ ଟ୍ରଫି ଜିତି ଶିରୋନାମାରେ ଅଛନ୍ତି । ନିଜର ଏର୍ନଜିଟିକ୍ ଏବଂ ସୋଲଫୁଳ୍ ପରଫରମାନ୍ସ ପାଇଁ ଖୁବ୍ ଜଣାଶୁଣା ଥିଲେ । ଏଥି ସହ ମାନସୀ ଯେତେବେଳେ ଛୋଟ ଥିଲେ ସେ ତାଙ୍କ ବାପା’ମାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ଘରର ସମସ୍ତ ଦାୟିତ୍ବ ବୁଝିବେ ।

ସିଙ୍ଗିଙ୍ଗରେ ବିଶେଷଜ୍ଞ ମାନସୀ ଘୋଶ ଅନ୍ୟ ଏକ କଳାରେ ମଧ୍ୟ ବିଶେଷଜ୍ଞ । ମାନସୀ ପିଲାଦିନୁ ନ୍ରୁତ୍ୟ ପ୍ରତି ଆଗ୍ରହୀ ଏବଂ ନ୍ରୁତ୍ୟ କ୍ଲାସ୍ ମଧୟ ନେଇଛନ୍ତି । ଏହା ପରେ ଧୀରେ ଧୀରେ ମାନସୀ କେବଳ ଗୀତ ପ୍ରତି ଅଧିକ ଧ୍ୟାନ ଦେଲେ ଏବଂ ତାଙ୍କ କଠିନ ପରିଶ୍ରମ ପାଇଁ ସେ ‘ଇଣ୍ଡିଆନ୍ ଆଇଡଲ୍ 15’ ରେ ବଜେତା ଟାଇଟଲ୍ ଜିତିଛନ୍ତି । ମାନସୀ ତାଙ୍କର ପ୍ରଥମ ବଲିଉଡ୍ ଗୀତ ମଧ୍ୟ ରେକର୍ଡ କରିଛନ୍ତି । ଲଲିତ ପଣ୍ଡିତଙ୍କ ଆଗାମୀ ଚଳଚ୍ଚିତ୍ର ‘ମନ୍ନୁ କ୍ୟା କରେଗେ’ ପାଇଁ ସେ ଗାୟକ ଶାନଙ୍କ ସହ ଏକ ଗୀତ ମଧ୍ୟ ଗାଇଛନ୍ତି ।

ଏଥି ସହ ଫାଇନାଲରେ ଟ୍ରଫି ପାଇଁ ତିନି ଶେଷ୍ଠ ଫାଇନାଲଲିଷ୍ଟ ମାନସୀ ଘୋଷ, ଶୁଭୋଜିତ୍ ଚକ୍ରବର୍ତ୍ତୀ ଏବଂ ସ୍ନୋହା ଶଙ୍କରଙ୍କ ମଧ୍ୟରେ ଏକ କଡ଼ା ଟକ୍କର ହୋଇଥିଲା । ଏହି ତିନିଜଣ ନିଜ କଣ୍ଠସ୍ବରରେ ସମସ୍ତଙ୍କ ହ୍ରୁଦୟ ଜିତିଥିଲେ, କିନ୍ତୁ ମାନସୀ ଘୋଷ ବିଜେତା ହୋଇଥିଲେ । ଏହି ସିଜିନରେ ଜିତିବା ପରେ, ମାନସୀ ବହୁତ ଖୁସି ହୋଇଗଲେ ଏବଂ ତାଙ୍କ ପରିବାରକୁ ମଞ୍ଚ ଉପରକୁ ଡାକିଲେ । ଏହି ସମୟରେ, ବିଚାରପତି ମାନସୀଙ୍କୁ ପ୍ରଶଂସା କରିଥିଲେ ଏବଂ ତାଙ୍କୁ ଆଶିର୍ବାଦ ମଧ୍ୟ ଦେଇଥିଲେ ।

The post ‘ଇଣ୍ଡିଆନ୍ ଆଇଡଲ୍ 15′ ରେ ୱିନର ହେଲେ ମାନସୀ ଘୋଷ, ଛୁଟୁଛି ପ୍ରଂଶାସର ସୁଅ appeared first on KNews Odisha.