ଇତିହାସ ରଚି ଭାରତରେ ପହଞ୍ଚିଲା ହକି ଟିମ୍‌: ଜୋରଦାର ସ୍ବାଗତ

ନୂଆଦିଲ୍ଲୀ,୧୩।୮: ଭାରତୀୟ ହକି ଦଳ ଦିଲ୍ଲୀରେ ପହଞ୍ଚିଛି। ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ଜିତିଥିଲା। ଦିଲ୍ଲୀ ବିମାନବନ୍ଦରରେ ହକି ଦଳକୁ ଜବରଦସ୍ତ ସହିତ ସ୍ବାଗତ କରାଯାଇଥିଲା। ଭାରତକୁ ଫେରିବା ପରେ ହକି ଦଳ ଅମୃତସରର ସ୍ବର୍ଣ୍ଣ ମନ୍ଦିରରେ ପହଞ୍ଚି ଆଶୀର୍ବାଦ ନେଇଥିଲେ। ପ୍ୟାରି ଅଲିମ୍ପିକ୍ସରେ ସ୍ପେନକୁ ପରାସ୍ତ କରି ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ଜିତିଛି। ସ୍ପେନ ବିପକ୍ଷ ମ୍ୟାଚରେ ଭାରତୀୟ ଦଳ ୨-୧ରେ ଜିତି ଇତିହାସ ସୃଷ୍ଟି କରିଛି। […] The post ଇତିହାସ ରଚି ଭାରତରେ ପହଞ୍ଚିଲା ହକି ଟିମ୍‌: ଜୋରଦାର ସ୍ବାଗତ appeared first on Dharitri Odia News.

ଇତିହାସ ରଚି ଭାରତରେ ପହଞ୍ଚିଲା ହକି ଟିମ୍‌: ଜୋରଦାର ସ୍ବାଗତ

ନୂଆଦିଲ୍ଲୀ,୧୩।୮: ଭାରତୀୟ ହକି ଦଳ ଦିଲ୍ଲୀରେ ପହଞ୍ଚିଛି। ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ଜିତିଥିଲା। ଦିଲ୍ଲୀ ବିମାନବନ୍ଦରରେ ହକି ଦଳକୁ ଜବରଦସ୍ତ ସହିତ ସ୍ବାଗତ କରାଯାଇଥିଲା। ଭାରତକୁ ଫେରିବା ପରେ ହକି ଦଳ ଅମୃତସରର ସ୍ବର୍ଣ୍ଣ ମନ୍ଦିରରେ ପହଞ୍ଚି ଆଶୀର୍ବାଦ ନେଇଥିଲେ।
ପ୍ୟାରି ଅଲିମ୍ପିକ୍ସରେ ସ୍ପେନକୁ ପରାସ୍ତ କରି ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ଜିତିଛି। ସ୍ପେନ ବିପକ୍ଷ ମ୍ୟାଚରେ ଭାରତୀୟ ଦଳ ୨-୧ରେ ଜିତି ଇତିହାସ ସୃଷ୍ଟି କରିଛି। ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ଇତିହାସ ସୃଷ୍ଟି କରି ୫୨ ବର୍ଷ ପରେ କ୍ରମାଗତ ଅଲିମ୍ପିକ ପଦକ ଜିତିଥିଲା। ଏହାପୂର୍ବରୁ ୨୦୨୧ରେ ଖେଳାଯାଇଥିବା ଟୋକିଓ ଅଲିମ୍ପିକ୍ସରେ ହକି ଦଳ ମଧ୍ୟ ବ୍ରୋଞ୍ଜ ପଦକ ଜିତିଥିଲା।

The post ଇତିହାସ ରଚି ଭାରତରେ ପହଞ୍ଚିଲା ହକି ଟିମ୍‌: ଜୋରଦାର ସ୍ବାଗତ appeared first on Dharitri Odia News.