ଇତିହାସ ରଚିବାର ଦ୍ଵାର ଦେଶରେ ବାଂଲାଦେଶ, ପ୍ରଥମ ଥର ପାକିସ୍ତାନଠୁ ଜିତିବ ଟେଷ୍ଟ ସିରିଜ୍

ନୂଆଦିଲ୍ଲୀ: ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ଦ୍ଵିତୀୟ ମୁକାବିଲା ରାଓ୍ଵଲପିଣ୍ଡିରେ ଖେଳା ଯାଉଛି। ପାକିସ୍ତାନ ଦ୍ଵିତୀୟ ଇନିଂସରେ ମାତ୍ର ୧୭୨ ରନରେ ଅଲଆଉଟ୍ ହେବାରୁ ଦଳ ଉପରେ ଏବେ ପରାଜୟ ଘନ ବାଦଲ ଖେଳି ଯାଇଛି। ବାଂଲାଦେଶ ସମ୍ମୁଖରେ ୧୮୫ ରନର ବିଜୟ ଲକ୍ଷ୍ୟ ରହିଛି। ଯଦି ନଜମୁଲ ସାଣ୍ଟୋଙ୍କ ଅଧିନାୟକତ୍ଵରେ ବାଂଲାଦେଶ ଏହି ମ୍ୟାଚ୍ ଜିତିବାରେ ସଫଳ  ହୁଏ ତେବେ ଦଳ ଇତିହାସ ରଚିବ। କାରଣ ବାଂଲାଦେଶ ଆଜି ପର୍ଯ୍ୟନ୍ତ ପାକିସ୍ତାନ ବିପକ୍ଷରେ କୌଣସି ଟେଷ୍ଟ ଶୃଙ୍ଖଳା ଜିତି ନାହିଁ। ଚତୁର୍ଥ ଦିନରେ ବାଂଲାଦେଶ ଦ୍ରୁତ ବ୍ୟାଟିଂ କରି ବିନା ଓ୍ଵିକେଟ୍‌ରେ ୪୨ ରନ କରି ସାରିଛି। ଦଳ ବିଜୟଠୁ ୧୪୩ ରନ ଦୂରରେ ଥିବା ବେଳେ ହାତରେ ୧୦ ଓ୍ଵିକେଟ୍ ରହିଛି। Also read: ଅଜବ ଢଙ୍ଗରେ ଆଉଟ୍‌ ହୋଇ ଟ୍ରୋଲ୍ ହେଲେ ପାକିସ୍ତାନୀ ୱିକେଟ୍ କିପର, ନିଜକୁ ବି କଲେ ଆହାତପାକିସ୍ତାନ ଓ ବାଂଲାଦେଶ ଦ୍ଵିତୀୟ ଟେଷ୍ଟ ମ୍ୟାଚ୍ର ପ୍ରଥମ ଦିନର ଖେଳ ବର୍ଷାରେ ଧୋଇ ହୋଇ ଯାଇଥିଲା। ଏହାପରେ ଦ୍ଵିତୀୟ ଦିନଠୁ ପିଚ୍ ଦ୍ରୁତ ବୋଲରଙ୍କ ପାଇଁ ବହୁତ ସହାୟ ହୋଇଛି। ଏ ପର୍ଯ୍ୟନ୍ତ ମ୍ୟାଚ୍‌ରେ ୩୦ ଓ୍ଵିକେଟ୍‌ର ପତନ ଘଟି ସାରିଛି। ଏଥିରୁ ୨୨ ଓ୍ଵିକେଟ୍ କେବଳ ଦ୍ରୁତ ବୋଲରମାନେ ହିଁ ନେଇଛନ୍ତି। ତେବେ ବାଂଲାଦେଶ ବ୍ୟାଟିଂରେ ଗଭୀରତା ଥିବାରୁ ଦଳ ଶୀଘ୍ର ମ୍ୟାଚ୍ ସାରିବାକୁ ଉଦ୍ୟମ କରିବ। କିନ୍ତୁ ଚତୁର୍ଥ ଦିନର ଶେଷ ଆଡ଼କ

ଇତିହାସ ରଚିବାର ଦ୍ଵାର ଦେଶରେ ବାଂଲାଦେଶ, ପ୍ରଥମ ଥର ପାକିସ୍ତାନଠୁ ଜିତିବ ଟେଷ୍ଟ ସିରିଜ୍

ନୂଆଦିଲ୍ଲୀ: ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ଦ୍ଵିତୀୟ ମୁକାବିଲା ରାଓ୍ଵଲପିଣ୍ଡିରେ ଖେଳା ଯାଉଛି। ପାକିସ୍ତାନ ଦ୍ଵିତୀୟ ଇନିଂସରେ ମାତ୍ର ୧୭୨ ରନରେ ଅଲଆଉଟ୍ ହେବାରୁ ଦଳ ଉପରେ ଏବେ ପରାଜୟ ଘନ ବାଦଲ ଖେଳି ଯାଇଛି। ବାଂଲାଦେଶ ସମ୍ମୁଖରେ ୧୮୫ ରନର ବିଜୟ ଲକ୍ଷ୍ୟ ରହିଛି। ଯଦି ନଜମୁଲ ସାଣ୍ଟୋଙ୍କ ଅଧିନାୟକତ୍ଵରେ ବାଂଲାଦେଶ ଏହି ମ୍ୟାଚ୍ ଜିତିବାରେ ସଫଳ  ହୁଏ ତେବେ ଦଳ ଇତିହାସ ରଚିବ। କାରଣ ବାଂଲାଦେଶ ଆଜି ପର୍ଯ୍ୟନ୍ତ ପାକିସ୍ତାନ ବିପକ୍ଷରେ କୌଣସି ଟେଷ୍ଟ ଶୃଙ୍ଖଳା ଜିତି ନାହିଁ। ଚତୁର୍ଥ ଦିନରେ ବାଂଲାଦେଶ ଦ୍ରୁତ ବ୍ୟାଟିଂ କରି ବିନା ଓ୍ଵିକେଟ୍‌ରେ ୪୨ ରନ କରି ସାରିଛି। ଦଳ ବିଜୟଠୁ ୧୪୩ ରନ ଦୂରରେ ଥିବା ବେଳେ ହାତରେ ୧୦ ଓ୍ଵିକେଟ୍ ରହିଛି। 

Also read: ଅଜବ ଢଙ୍ଗରେ ଆଉଟ୍‌ ହୋଇ ଟ୍ରୋଲ୍ ହେଲେ ପାକିସ୍ତାନୀ ୱିକେଟ୍ କିପର, ନିଜକୁ ବି କଲେ ଆହାତ

ପାକିସ୍ତାନ ଓ ବାଂଲାଦେଶ ଦ୍ଵିତୀୟ ଟେଷ୍ଟ ମ୍ୟାଚ୍ର ପ୍ରଥମ ଦିନର ଖେଳ ବର୍ଷାରେ ଧୋଇ ହୋଇ ଯାଇଥିଲା। ଏହାପରେ ଦ୍ଵିତୀୟ ଦିନଠୁ ପିଚ୍ ଦ୍ରୁତ ବୋଲରଙ୍କ ପାଇଁ ବହୁତ ସହାୟ ହୋଇଛି। ଏ ପର୍ଯ୍ୟନ୍ତ ମ୍ୟାଚ୍‌ରେ ୩୦ ଓ୍ଵିକେଟ୍‌ର ପତନ ଘଟି ସାରିଛି। ଏଥିରୁ ୨୨ ଓ୍ଵିକେଟ୍ କେବଳ ଦ୍ରୁତ ବୋଲରମାନେ ହିଁ ନେଇଛନ୍ତି। ତେବେ ବାଂଲାଦେଶ ବ୍ୟାଟିଂରେ ଗଭୀରତା ଥିବାରୁ ଦଳ ଶୀଘ୍ର ମ୍ୟାଚ୍ ସାରିବାକୁ ଉଦ୍ୟମ କରିବ। କିନ୍ତୁ ଚତୁର୍ଥ ଦିନର ଶେଷ ଆଡ଼କୁ ଖରାପ ଆଲୋକ ଯୋଗୁଁ ଖେଳ ବନ୍ଦ ରହିଛି। ଜାକିର  ହୁସେନ ୨୩ ବଲ୍‌ରୁ ୩୧ ରନ ଓ ଶାଡମନ ଇସଲାମ ୯ ରନ କରି କ୍ରିଜରେ ଅଛନ୍ତି। ସୂଚନାଯୋଗ୍ୟ, ପାକିସ୍ତାନ ପ୍ରଥମ ଇନିଂସରେ ୨୭୪ ରନ କରିଥିଲା। ଜବାବରେ ବାଂଲାଦେଶ ୨୬୨ ରନ କରି ୧୨ ରନରେ ପଛୁଆ ରହିଥିଲା। ତେବେ ଦ୍ଵିତୀୟ ଇନିଂସରେ ପାକିସ୍ତାନ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୧୭୨ ରନରେ ଅଲଆଉଟ୍ ହୋଇଛି। 

ବାଂଲାଦେଶ ଓ ପାକିସ୍ତାନ ମଧ୍ୟରେ ପ୍ରଥମ ଦ୍ଵିପାକ୍ଷିକ ଟେଷ୍ଟ ସିରିଜ୍ ୨୦୦୨ ମସିହାରେ ଖେଳା ଯାଇଥିଲା। ଏହା ପରଠୁ ଦୁଇ ଦେଶ ମଧ୍ୟରେ ୬ ସିରିଜ୍ ଖେଳା ଯାଇଛି। ଆଉ ପ୍ରତିଥର ପାକିସ୍ତାନ ସିରିଜ୍ ଜିତି ଆସିଛି। ତେବେ ଚଳିତ ସିରିଜ୍‌ରେ ବାଂଲାଦେଶ ପ୍ରଥମ ମ୍ୟାଚ୍‌କୁ ୧୦ ଓ୍ଵିକେଟ୍‌ରେ ଜିତି ନେଇଥିଲା।  ଆଉ ଏବେ ଦ୍ଵିତୀୟ ଟେଷ୍ଟ ଜିତିବା ଦିଗରେ ଅଗ୍ରସର ହେଉଛି ବାଂଲାଦେଶ। ଦଳର ବିଜୟ ସମ୍ଭାବନା ବହୁତ ଅଧିକ ରହିଛି।