ଶିବ ମନ୍ଦିର ସାହିରୁ ବାଇକ୍ ଚୋରି, ଖୋଜି ଖୋଜି ନୟାନ୍ତ ହେବା ପରେ…
ଦାରିଙ୍ଗବାଡି, ୧।୮ (ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶିବ ମନ୍ଦିର ସାହିରୁ ଗୋଟିଏ ବାଇକ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଗତ ୨୮ରେ ଉକ୍ତ ସାହିରେ ମଧ୍ୟପ୍ରଦେଶର ସଲିମ ଶେଖଙ୍କ ଭଡା ଘର ସମ୍ମୁଖରୁ ଚୋରି ହୋଇଥିବା ଅଭିଯୋଗ କରିଛନ୍ତି। ସେ ଏନେଇ ପୋଲିସଙ୍କୁ ଦେଇଥିବା ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ ପ୍ରତିଦିନ ଭଳି ସେ ବାଇକ ନଂ (ଏମ୍ପି ୪୪ ଏମ୍ ଏଲ୍ -୭୩୮୦)କୁ ସାଂରେ ଭଡା ଘର ସମ୍ମୁଖରେ ରଖିଥିଲେ। […] The post ଶିବ ମନ୍ଦିର ସାହିରୁ ବାଇକ୍ ଚୋରି, ଖୋଜି ଖୋଜି ନୟାନ୍ତ ହେବା ପରେ… appeared first on Dharitri Odia News.
ଦାରିଙ୍ଗବାଡି, ୧।୮ (ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶିବ ମନ୍ଦିର ସାହିରୁ ଗୋଟିଏ ବାଇକ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଗତ ୨୮ରେ ଉକ୍ତ ସାହିରେ ମଧ୍ୟପ୍ରଦେଶର ସଲିମ ଶେଖଙ୍କ ଭଡା ଘର ସମ୍ମୁଖରୁ ଚୋରି ହୋଇଥିବା ଅଭିଯୋଗ କରିଛନ୍ତି। ସେ ଏନେଇ ପୋଲିସଙ୍କୁ ଦେଇଥିବା ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ ପ୍ରତିଦିନ ଭଳି ସେ ବାଇକ ନଂ (ଏମ୍ପି ୪୪ ଏମ୍ ଏଲ୍ -୭୩୮୦)କୁ ସାଂରେ ଭଡା ଘର ସମ୍ମୁଖରେ ରଖିଥିଲେ। ସେ ଭୋର ୩ ଟାରେ ପରିସ୍ରା କରିବାକୁ ବାହାରିଥିଲେ। ସେହି ସମୟରେ ତାଙ୍କ ବାଇକଟି ନ ଥିବା ଜାଣି ସାହି ପଡୋଶୀଙ୍କୁ ନିଦରୁ ଉଠାଇ ଖୋଜା ଖୋଜି କରିଥିଲେ। ବାଇକଟି ନ ମିଳିବାରୁ ଥାନାର ଦ୍ୱାରସ୍ଥ ହୋଇଥିବା ସେ କହିଛନ୍ତି।
The post ଶିବ ମନ୍ଦିର ସାହିରୁ ବାଇକ୍ ଚୋରି, ଖୋଜି ଖୋଜି ନୟାନ୍ତ ହେବା ପରେ… appeared first on Dharitri Odia News.