ରାଜୀବ ଗାନ୍ଧୀଙ୍କ ନୀତି, ଆଦର୍ଶକୁ ଅନୁସରଣ କରାଯାଉ
କେସିଙ୍ଗା,୨୨ା୫(ତୁମେଶ୍ବର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା କଂଗ୍ରେସ ଭବନରେ ଗୁରୁବାର ଟାଉନ ସଭାପତି ସୁଭାଷ ଜୈନଙ୍କ ସଭାପତିତ୍ୱରେ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ସୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ରାଜୀବ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ କାଳରେ ହୋଇଥିବା ବିଭିନ୍ନ ଦୃଷ୍ଟାନ୍ତମୂଳକ କାର୍ଯ୍ୟକ୍ରମ ବିଷୟରେ କର୍ମୀମାନେ ଆଲୋଚନା କରିଥିଲେ। ବିଶେଷ କରି ପଞ୍ଚାୟତିରାଜ ବ୍ୟବସ୍ଥା ଲାଗୁ କରିବା ମହତ୍ୱପୂର୍ଣ୍ଣ ବ୍ୟବସ୍ଥା ଥିଲା। ତାଙ୍କ ଆଦର୍ଶ ନୀତିକୁ ଅନୁସରଣ କରିବାକୁ କର୍ମକର୍ତ୍ତା ଆହ୍ବାନ ଦେଇଥିଲେ। ପରେ ସମସ୍ତେ ରାଜୀବ ଗାନ୍ଧୀ ଛକସ୍ଥିତ ତାଙ୍କ […] The post ରାଜୀବ ଗାନ୍ଧୀଙ୍କ ନୀତି, ଆଦର୍ଶକୁ ଅନୁସରଣ କରାଯାଉ appeared first on Dharitri Odia News.
କେସିଙ୍ଗା,୨୨ା୫(ତୁମେଶ୍ବର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା କଂଗ୍ରେସ ଭବନରେ ଗୁରୁବାର ଟାଉନ ସଭାପତି ସୁଭାଷ ଜୈନଙ୍କ ସଭାପତିତ୍ୱରେ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ସୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ରାଜୀବ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ କାଳରେ ହୋଇଥିବା ବିଭିନ୍ନ ଦୃଷ୍ଟାନ୍ତମୂଳକ କାର୍ଯ୍ୟକ୍ରମ ବିଷୟରେ କର୍ମୀମାନେ ଆଲୋଚନା କରିଥିଲେ। ବିଶେଷ କରି ପଞ୍ଚାୟତିରାଜ ବ୍ୟବସ୍ଥା ଲାଗୁ କରିବା ମହତ୍ୱପୂର୍ଣ୍ଣ ବ୍ୟବସ୍ଥା ଥିଲା। ତାଙ୍କ ଆଦର୍ଶ ନୀତିକୁ ଅନୁସରଣ କରିବାକୁ କର୍ମକର୍ତ୍ତା ଆହ୍ବାନ ଦେଇଥିଲେ। ପରେ ସମସ୍ତେ ରାଜୀବ ଗାନ୍ଧୀ ଛକସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ।
ସ୍ମୃତି ସଭାରେ ଜିଲା ଯୁବ କଂଗ୍ରେସ ଇନ୍ଚାର୍ଜ ବିଜୟ ଦୀପ, ବ୍ଲକ ସଭାପତି ରାହସ ସାହୁ, ବରିଷ୍ଠ କଂଗ୍ରେସ ନେତା ମହେନ୍ଦ୍ର ନାଏକ, ଜଗଦୀଶ ପ୍ରସାଦ ଅଗ୍ରୱାଲ, ପ୍ରତାପ ବାଗ, ପୂର୍ବତନ ନଗରପାଳ ରାମଜୀ ମାତଖଣ୍ଡିଆ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାମଲାଲ ସୁନାନୀ ପ୍ରମୁଖ ଯୋଗଦେଇଥିଲେ।
The post ରାଜୀବ ଗାନ୍ଧୀଙ୍କ ନୀତି, ଆଦର୍ଶକୁ ଅନୁସରଣ କରାଯାଉ appeared first on Dharitri Odia News.