ମାଲବାହୀ ଗାଡ଼ି ଧକ୍କାରେ ଶନି ମନ୍ଦିର ଚୁରମାର୍
ବଲାଙ୍ଗୀର,୧୭ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଲୋକନାଥ ମନ୍ଦିର ସମ୍ମୁଖ ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଶ୍ରୀ ଶନିଦେବ ମନ୍ଦିର ଏକ କମ୍ପାନୀ ମାଲବାହୀ ଗାଡି ଧକ୍କାରେ ଚୁରମାର ହୋଇଯାଇଛି। ଗୁରୁବାର ଭୋର ସକାଳୁ ଏହି ଅଘଟଣ ଘଟିଛି। ଏହି ଦୁର୍ଘଟଣାରେ ଗାଡ଼ି ଡ୍ରାଇଭର ଗୁରୁତର ହୋଇ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗାଡିଟି ଭାରସାମ୍ୟ ହରାଇ ରାସ୍ତାର ଡାହାଣ ପଟରେ ଥିବା ଶ୍ରୀ ଶନିଦେବ ମନ୍ଦିରରେ ଧକ୍କା ଦେଇଛି । […] The post ମାଲବାହୀ ଗାଡ଼ି ଧକ୍କାରେ ଶନି ମନ୍ଦିର ଚୁରମାର୍ appeared first on Dharitri Odia News.
ବଲାଙ୍ଗୀର,୧୭ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଲୋକନାଥ ମନ୍ଦିର ସମ୍ମୁଖ ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଶ୍ରୀ ଶନିଦେବ ମନ୍ଦିର ଏକ କମ୍ପାନୀ ମାଲବାହୀ ଗାଡି ଧକ୍କାରେ ଚୁରମାର ହୋଇଯାଇଛି। ଗୁରୁବାର ଭୋର ସକାଳୁ ଏହି ଅଘଟଣ ଘଟିଛି। ଏହି ଦୁର୍ଘଟଣାରେ ଗାଡ଼ି ଡ୍ରାଇଭର ଗୁରୁତର ହୋଇ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ଗାଡିଟି ଭାରସାମ୍ୟ ହରାଇ ରାସ୍ତାର ଡାହାଣ ପଟରେ ଥିବା ଶ୍ରୀ ଶନିଦେବ ମନ୍ଦିରରେ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ଶ୍ରୀ ଶନିଦେବ ମନ୍ଦିର ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର୍ ହୋଇଯାଇଛି । ବାଇପାସ୍ ରାସ୍ତା ନଥିବାରୁ ଭାରୀଯାନ ଗୁଡ଼ିକ ସହର ମଧ୍ୟ ଦେଇ ଯିବା ଆସିବା କରୁଛି ଓ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଛି।
ଦୁର୍ଘଟଣା ପୁର୍ବରୁ ଭକ୍ତ ମାନେ ଶନି ଦେଵ ଙ୍କୁ ଦର୍ଶନ କରି ଘରକୁ ଫେରି ଯାଇଥିବା ବେଳେ ଦୁର୍ଘଟଣା ସମୟରେ ପୂଜକ ଓ ଭକ୍ତମାନେ ମନ୍ଦିରରେ ନ ଥିବାରୁ ବଡ଼ ବିପଦରୁ ଲୋକେ ରକ୍ଷା ପାଇଯାଇଥିଲେ।
The post ମାଲବାହୀ ଗାଡ଼ି ଧକ୍କାରେ ଶନି ମନ୍ଦିର ଚୁରମାର୍ appeared first on Dharitri Odia News.