ଇତିହାସ ରଚିଲା ଭାରତୀୟ ଟିମ୍, ଚେସ୍ ଅଲିମ୍ପିଆଡ୍‌ ଓପନ୍ ବର୍ଗରେ ପ୍ରଥମ ଥର ଜିତିଲା ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଭାରତ ଚେସ୍ ଅଲିମ୍ପିଆଡ୍ ୨୦୨୪ର ଓପନ ବର୍ଗରେ ପ୍ରଥମ ଥର ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛି । ହଙ୍ଗେରୀର ବୁଡାପେଷ୍ଟରେ ରବିବାର ଭାରତ ଐତିହାସିକ ଗୋଲ୍ଡ ଜିତିଛି । ଫାଇନାଲ ରାଉଣ୍ଡରେ ଦ୍ୱିତୀୟ ସ୍ଥାନରେ ଥିବା ଚୀନର ମୁକାବିଲା ଆମେରିକା ସହ ଥିଲା, ଯେଉଁଠି ଚୀନକୁ ଦୁଇ ବୋର୍ଡରେ ପରାଜୟ ସାମନା କରିବାକୁ ପଡ଼ିଛି । ଅନ୍ୟପଟେ ଭାରତ ପାଇଁ ଅର୍ଜୁନ ଏରିଗେସି ଏବଂ ଡି.ଗୁକେଶ ସ୍ଲୋଭେନିଆ ବିପକ୍ଷରେ ବିଜୟୀ ହୋଇଛି ଭାରତରୁ ସ୍ୱର୍ଣ୍ଣ ପଦକ ଦେଇଛନ୍ତି ।Gukesh’s smile says it all ????With this win India secures its first-ever gold in a #ChessOlympiad! ???? pic.twitter.com/Ha1hUeSFPA— International Chess Federation (@FIDE_chess) September 22, 2024ଭାରତୀୟ ଟିମ୍‌ରେ ଗୁକେଶ, ପ୍ରଜ୍ଞାନନ୍ଦ, ଅର୍ଜୁନ ଏରିଗେସି, ବିଦିତ ଗୁଜରାତି, ପେଣ୍ଟାଲା ହରିକୃଷ୍ଣା ଏବଂ ଶ୍ରୀନାଥ ନାରାୟଣନ (କ୍ୟାପ୍ଟେନ) ସାମିଲ ଥିଲେ । ଅର୍ଜୁନ ଏବଂ ଗୁକେଶ ନିଜ ନିଜ ମୁକାବିଲା ଜିତିଥିଲେ ଏବଂ ଦ୍ୱିତୀୟ ସ୍ଥାନରେ ଥିବା ଚୀନ ଆମେରିକା ଠାରୁ ଦୁଇ ଅଙ୍କ ହରାଇଥିଲେ, ଯାହାର ଲାଭ ଭାରତ ମିଳିଥିଲା । ଭାରତୀୟ ଟିମ୍ ଏହି ପ୍ରତିଯୋଗିତାରେ ଚମତ୍କାର ଆରମ୍ଭ କରିଥିଲା । ପୂର୍ବ ସଂସ୍କରଣର ଚାମ୍ପିଅନ ଉଜବେକିସ୍ତାନ ସହ ଡ୍ର' ହେବା ପୂର୍ବରୁ ଟିମ୍ ନିଜର ପ୍ରଥମ ୮ ମୁକାବିଲା ଜିତିଥିଲା । ଭାରତ ୨୦୨୨ରେ ଘରୋଇ ମ

ଇତିହାସ ରଚିଲା ଭାରତୀୟ ଟିମ୍, ଚେସ୍ ଅଲିମ୍ପିଆଡ୍‌ ଓପନ୍ ବର୍ଗରେ ପ୍ରଥମ ଥର ଜିତିଲା ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଭାରତ ଚେସ୍ ଅଲିମ୍ପିଆଡ୍ ୨୦୨୪ର ଓପନ ବର୍ଗରେ ପ୍ରଥମ ଥର ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛି । ହଙ୍ଗେରୀର ବୁଡାପେଷ୍ଟରେ ରବିବାର ଭାରତ ଐତିହାସିକ ଗୋଲ୍ଡ ଜିତିଛି । ଫାଇନାଲ ରାଉଣ୍ଡରେ ଦ୍ୱିତୀୟ ସ୍ଥାନରେ ଥିବା ଚୀନର ମୁକାବିଲା ଆମେରିକା ସହ ଥିଲା, ଯେଉଁଠି ଚୀନକୁ ଦୁଇ ବୋର୍ଡରେ ପରାଜୟ ସାମନା କରିବାକୁ ପଡ଼ିଛି । ଅନ୍ୟପଟେ ଭାରତ ପାଇଁ ଅର୍ଜୁନ ଏରିଗେସି ଏବଂ ଡି.ଗୁକେଶ ସ୍ଲୋଭେନିଆ ବିପକ୍ଷରେ ବିଜୟୀ ହୋଇଛି ଭାରତରୁ ସ୍ୱର୍ଣ୍ଣ ପଦକ ଦେଇଛନ୍ତି ।

ଭାରତୀୟ ଟିମ୍‌ରେ ଗୁକେଶ, ପ୍ରଜ୍ଞାନନ୍ଦ, ଅର୍ଜୁନ ଏରିଗେସି, ବିଦିତ ଗୁଜରାତି, ପେଣ୍ଟାଲା ହରିକୃଷ୍ଣା ଏବଂ ଶ୍ରୀନାଥ ନାରାୟଣନ (କ୍ୟାପ୍ଟେନ) ସାମିଲ ଥିଲେ । ଅର୍ଜୁନ ଏବଂ ଗୁକେଶ ନିଜ ନିଜ ମୁକାବିଲା ଜିତିଥିଲେ ଏବଂ ଦ୍ୱିତୀୟ ସ୍ଥାନରେ ଥିବା ଚୀନ ଆମେରିକା ଠାରୁ ଦୁଇ ଅଙ୍କ ହରାଇଥିଲେ, ଯାହାର ଲାଭ ଭାରତ ମିଳିଥିଲା । ଭାରତୀୟ ଟିମ୍ ଏହି ପ୍ରତିଯୋଗିତାରେ ଚମତ୍କାର ଆରମ୍ଭ କରିଥିଲା । ପୂର୍ବ ସଂସ୍କରଣର ଚାମ୍ପିଅନ ଉଜବେକିସ୍ତାନ ସହ ଡ୍ର' ହେବା ପୂର୍ବରୁ ଟିମ୍ ନିଜର ପ୍ରଥମ ୮ ମୁକାବିଲା ଜିତିଥିଲା । ଭାରତ ୨୦୨୨ରେ ଘରୋଇ ମାଟିରେ ଆୟୋଜିତ ଚେସ୍ ଅଲିମ୍ପିଆଡ୍‌ରେ କାଂସ୍ୟ ପଦକ ଜିତିଥିଲା । ଭାରତ ୨୦୨୪ରେ ମଧ୍ୟ ବ୍ରୋଞ୍ଜ ପଦକ ଜିତିଥିଲା ।

ଅର୍ଜୁନଙ୍କ ପାଇଁ ଏକା ୨୮୦୦ ରେଟିଂର ନିଶାଣ ପାଇଁ ଆଉ ଏକ ବଡ଼ ଉପଲବ୍ଧି । ଲାଇଭ ରେଟିଂରେ ଅର୍ଜୁନ ଏବେ ୨୭୯୩ ଅଙ୍କରେ ଅଛନ୍ତି । ଯଦି ସେ ୨୮୦୦ ଅଙ୍କ ପାର କରନ୍ତି ତେବେ ଇତିହାସରେ ଏପରି କରିବାରେ ୧୬ତମ ଖେଳାଳି ହେବେ । ବିଶ୍ୱନାଥ ଆନନ୍ଦଙ୍କ ବ୍ୟତୀତ ଅନ୍ୟ କୌଣସି ଭାରତୀୟ ଏପର୍ଯ୍ୟନ୍ତ ପହଞ୍ଚି ନାହାନ୍ତି । ଅନ୍ୟପଟେ ଗୁକେଶ ଲଗାତାର ଆଗକୁ ବଢୁଛନ୍ତି । ଏହି ବିଜୟ ପରେ ତାଙ୍କର ଅଙ୍କ ୨୭୮୫ ରେଟିଂ ଅଙ୍କ ଯାଏ ପହଞ୍ଚିଛି । ଏହା ପ୍ରଥମ ଥର ଯେତେବେଳେ ବିଶ୍ୱ ରାଙ୍କିଂର ଶୀର୍ଷ ପାଞ୍ଚରେ ଦୁଇ ଭାରତୀୟ ଅଛନ୍ତି ।