ଇତିହାସ ରଚିଲେ ଅନସୂୟା ସେନଗୁପ୍ତା, ପ୍ରଥମ ଭାରତୀୟ ଅଭିନେତ୍ରୀ ଭାବେ ଜିତିଲେ କାନ୍ସ ବେଷ୍ଟ ଆକ୍ଟ୍ରେସ୍‌ ଆୱାର୍ଡ

ନୂଆଦିଲ୍ଲୀ ୨୫/୫: ଇତିହାସ ରଚିଲେ ଭାରତୀୟ ଅଭିନେତ୍ରୀ ଅନସୂୟା ସେନଗୁପ୍ତା । ପ୍ରଥମ ଭାରତୀୟ ଅଭିନେତ୍ରୀ ଭାବେ ଜିତିଲେ କାନ୍ସ ବେଷ୍ଟ ଆକ୍ଟ୍ରେସ୍‌ ଆୱାର୍ଡ । କାନ୍ସ ଫିଲ୍ମ ଫେଷ୍ଟିଭାଲର ଅନ ସର୍ଟେନ ରିଗାର୍ଡ ସେଗମେଣ୍ଟରେ ଶ୍ରେଷ୍ଠ ଅଭିନେତ୍ରୀର ସମ୍ମାନ ହାସଲ କରିଛନ୍ତି ଅନସୂୟା । ବୁଲଗେରିଆ ଫିଲ୍ମ ନିର୍ମାତା କନଷ୍ଟାଣ୍ଟିନ ବୋଜାନୋଭଙ୍କ ନିର୍ଦ୍ଦେଶିତ ହିନ୍ଦି ଫିଲ୍ମ ‘ସେମଲେସ୍‌’ ପାଇଁ ଆୱାର୍ଡ ଜିତିଛନ୍ତି ଅନସୂୟା ।ଦିଲ୍ଲୀର ଜଣେ ଯୌନକର୍ମୀ କେମିତି ପୋଲିସକୁ ଛୁରାମାଡ କରି କୋଠାରୁ ଚମ୍ପଟ ମାରୁଛି ଓ ତାର ପରବର୍ତ୍ତୀ ଯାତ୍ରା କେମିତି ରହୁଛି ତା ଉପରେ ଫିଲ୍ମର କାହାଣୀ ଗତିଶୀଳ । କାନ୍ସରେ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ପାଇବା ପରେ  ଅନସୂୟା ଏହାକୁ ସମଲିଙ୍ଗୀ ସଂପ୍ରଦାୟ ଓ ବିଶ୍ବର ଅନ୍ୟ ସଂଖ୍ୟାଲଘୁ ସଂପ୍ରଦାୟକୁ ଉତ୍ସର୍ଗ କରିଛନ୍ତି । ଅନସୂୟା କୋଲକାତାର ବାସିନ୍ଦା ହୋଇଥିବାବେଳେ ଏବେ ଗୋଆରେ ରହୁଛନ୍ତି । ମୁମ୍ବାଇରେ ଏକ ପ୍ରଡକ୍ସନ ଡିଜାଇନର ଭାବେ କାମ ଆରମ୍ଭ କରିଥିବା ଅନସୂୟାଙ୍କୁ ଆଜି ପୁରା ବିଶ୍ବ ଚିହ୍ନିସାରିଛି । 

ଇତିହାସ ରଚିଲେ ଅନସୂୟା ସେନଗୁପ୍ତା, ପ୍ରଥମ ଭାରତୀୟ ଅଭିନେତ୍ରୀ ଭାବେ ଜିତିଲେ କାନ୍ସ ବେଷ୍ଟ ଆକ୍ଟ୍ରେସ୍‌ ଆୱାର୍ଡ

ନୂଆଦିଲ୍ଲୀ ୨୫/୫: ଇତିହାସ ରଚିଲେ ଭାରତୀୟ ଅଭିନେତ୍ରୀ ଅନସୂୟା ସେନଗୁପ୍ତା । ପ୍ରଥମ ଭାରତୀୟ ଅଭିନେତ୍ରୀ ଭାବେ ଜିତିଲେ କାନ୍ସ ବେଷ୍ଟ ଆକ୍ଟ୍ରେସ୍‌ ଆୱାର୍ଡ । କାନ୍ସ ଫିଲ୍ମ ଫେଷ୍ଟିଭାଲର ଅନ ସର୍ଟେନ ରିଗାର୍ଡ ସେଗମେଣ୍ଟରେ ଶ୍ରେଷ୍ଠ ଅଭିନେତ୍ରୀର ସମ୍ମାନ ହାସଲ କରିଛନ୍ତି ଅନସୂୟା । ବୁଲଗେରିଆ ଫିଲ୍ମ ନିର୍ମାତା କନଷ୍ଟାଣ୍ଟିନ ବୋଜାନୋଭଙ୍କ ନିର୍ଦ୍ଦେଶିତ ହିନ୍ଦି ଫିଲ୍ମ ‘ସେମଲେସ୍‌’ ପାଇଁ ଆୱାର୍ଡ ଜିତିଛନ୍ତି ଅନସୂୟା ।

ଦିଲ୍ଲୀର ଜଣେ ଯୌନକର୍ମୀ କେମିତି ପୋଲିସକୁ ଛୁରାମାଡ କରି କୋଠାରୁ ଚମ୍ପଟ ମାରୁଛି ଓ ତାର ପରବର୍ତ୍ତୀ ଯାତ୍ରା କେମିତି ରହୁଛି ତା ଉପରେ ଫିଲ୍ମର କାହାଣୀ ଗତିଶୀଳ । କାନ୍ସରେ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ପାଇବା ପରେ  ଅନସୂୟା ଏହାକୁ ସମଲିଙ୍ଗୀ ସଂପ୍ରଦାୟ ଓ ବିଶ୍ବର ଅନ୍ୟ ସଂଖ୍ୟାଲଘୁ ସଂପ୍ରଦାୟକୁ ଉତ୍ସର୍ଗ କରିଛନ୍ତି । 

ଅନସୂୟା କୋଲକାତାର ବାସିନ୍ଦା ହୋଇଥିବାବେଳେ ଏବେ ଗୋଆରେ ରହୁଛନ୍ତି । ମୁମ୍ବାଇରେ ଏକ ପ୍ରଡକ୍ସନ ଡିଜାଇନର ଭାବେ କାମ ଆରମ୍ଭ କରିଥିବା ଅନସୂୟାଙ୍କୁ ଆଜି ପୁରା ବିଶ୍ବ ଚିହ୍ନିସାରିଛି ।