ଇତିହାସ ରଚିଲେ କାମ୍ୟା କାର୍ତ୍ତିକେୟନ, ଦେଶ ପାଇଁ ଆଣିଲେ ଗୌରବ
ନୂଆଦିଲ୍ଲୀ : ଇତିହାସ ରଚିଲେ କାମ୍ୟା କାର୍ତ୍ତିକେୟନ। ୧୭ ବର୍ଷୀୟ କାମ୍ୟା ଦୁନିଆର ସବୁଠାରୁ କମ ବୟସର ମହିଳା ପର୍ବତାରୋହୀ... The post ଇତିହାସ ରଚିଲେ କାମ୍ୟା କାର୍ତ୍ତିକେୟନ, ଦେଶ ପାଇଁ ଆଣିଲେ ଗୌରବ appeared first on .
ନୂଆଦିଲ୍ଲୀ : ଇତିହାସ ରଚିଲେ କାମ୍ୟା କାର୍ତ୍ତିକେୟନ। ୧୭ ବର୍ଷୀୟ କାମ୍ୟା ଦୁନିଆର ସବୁଠାରୁ କମ ବୟସର ମହିଳା ପର୍ବତାରୋହୀ ଭାବେ ଗୌରବ ଅର୍ଜନ କରିଛନ୍ତି। ୭ ମହାଦେଶର ସର୍ବୋଚ୍ଚ ଗିରିଶୃଙ୍ଗ ଆରୋହଣ କରି ଇତିହାସ ସୃଷ୍ଟି କରିଛନ୍ତି ପର୍ବତାରୋହୀ କାମ୍ୟା କାର୍ତ୍ତିକେୟନ। ମୁମ୍ବାଇରେ ଥିବା ଭାରତୀୟ ନୌସେନା ବିଦ୍ୟାଳୟର ଦ୍ଵାଦଶ ଶ୍ରେଣୀ ଛାତ୍ରୀ ହେଉଛନ୍ତି କାମ୍ୟା କାର୍ତ୍ତିକେୟନ। ଗତ ୨୪ ତାରିଖରେ ଏହି ଐତିହାସିକ ସଫଳତା ହାସଲ କରିଛନ୍ତି କାମ୍ୟା। ଭାରତୀୟ ସମୟ ଅନୁସାରେ ଅପରାହ୍ନ ୫ଟା ୨୦ ମିନିଟ ସମୟରେ ସେ ଆଣ୍ଟାର୍କାଟିକା ମହାଦେଶର ମାଉଣ୍ଟ ୱିନସନ ଗିରିଶୃଙ୍ଗ ଆରୋହଣ କରିଥିଲେ।ଏହି ଯାତ୍ରାରେ କାମ୍ୟାଙ୍କ ସାଥିରେ ତାଙ୍କ ବାପା, ଭାରତୀୟ ନୌସେନା କମାଣ୍ଡର ମଧ୍ୟ ସାମିଲ ଥିଲେ। ଉଭୟ ଆଣ୍ଟାର୍କାଟିକାର ୧୬ ହଜାର ୫୦ ଫୁଟ ଉପରେ ଥିବା ଗିରିଶୃଙ୍ଖ ଆରୋହଣ କରିଥିଲେ। କାମ୍ୟା କାର୍ତ୍ତିକେୟନ ପର୍ବତାରୋହଣ ୧୩ ବର୍ଷ ବୟସରେ ଆରମ୍ଭ କରିଥିଲେ। ଏହି ସଫଳତା ସାହସ, ଦୃଢ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତିର ଉଦାହରଣ ପାଲଟିଛି। କାମ୍ୟା କାର୍ତ୍ତିକେୟନ ଆଫ୍ରିକାର ମାଉଣ୍ଟ କିଲିମଞ୍ଜରୋ, ୟୁରୋପର ମାଉଣ୍ଟ ଏଲବ୍ରୁସ, ଅଷ୍ଟ୍ରେଲିଆର ମାଉଣ୍ଟ କୋସିୟଜସ୍କୋ, ଦକ୍ଷିଣ ଆମେରିକାରର ମାଉଣ୍ଟ ଅକୌକାଗୁଆ, ଉତ୍ତର ଆମେରିକାର ମାଉଣ୍ଟ ଡେନାଲି, ଏସିଆର ମାଉଣ୍ଟ ଏଭରେଷ୍ଟ ଏବଂ ଆଣ୍ଟାର୍କାଟିକାର ମାଉଣ୍ଟ ୱିନସନ ରହିଛି। କାମ୍ୟା କାର୍ତ୍ତିକେୟନଙ୍କ ଏହି ସଫଳତା ଭାରତ ଏବଂ ଭାରତୀୟ ନୌସେନା ପାଇଁ ଗର୍ବର ମୁହୂର୍ତ୍ତ। ଏହି ଅବସରରେ କାମ୍ୟା ଏବଂ ତାଙ୍କ ବାପାଙ୍କୁ ନୌସେନା ପକ୍ଷରୁ ଅଭିନନ୍ଦନ ପ୍ରଦାନ କରାଯାଇଛି। ସଫଳତାକୁ ଐତିହାସିକ ଉପଲବ୍ଧୀ ଦର୍ଶାଇବା ସହ ଯୁବବର୍ଗଙ୍କ ଏହା ଅସୀମ ସାହସ ଏବଂ କ୍ଷମତାକୁ ଦର୍ଶାଉଅଛି।
The post ଇତିହାସ ରଚିଲେ କାମ୍ୟା କାର୍ତ୍ତିକେୟନ, ଦେଶ ପାଇଁ ଆଣିଲେ ଗୌରବ appeared first on .