ଇତିହାସ ରଚିଲେ ଭାରତର ଗୋଲଡେନ ବୟ: ହାସଲ କଲେ ବଡ଼ କାରନାମା
ଦୋହା, ୧୭ା୫:ଭାରତର ତାରକା ଆଥଲେଟ୍ ନୀରଜ ଚୋପ୍ରା ଏଠାରେ ଅନୁଷ୍ଠିତ ଡାଇମଣ୍ଡ ଲିଗ୍ ମିଟିଂରେ ପ୍ରଥମ ଥର ୯୦ମିଟରରୁ ଊର୍ଦ୍ଧ୍ୱ ଜାଭେଲିନ୍ ଥ୍ରୋ କରି ଇତିହାସ ରଚିଛନ୍ତି। ଏହି ସଫଳତା ହାସଲ କରିବାରେ ସେ ଭାରତର ପ୍ରଥମ, ଏସିଆର ୩ୟ ଏବଂ ବିଶ୍ୱର ୨୫ତମ ଆଥଲେଟ ହେବାର ଗୌରବ ଅର୍ଜନ କରିଛନ୍ତି। ଚେକ୍ ରିପବ୍ଲିକର ଜାନ୍ ଜେଲେନ୍ଜୀଙ୍କଠାରୁ କୋଚିଂ ନେଉଥିବା ଏହି ୨୭ବର୍ଷୀୟ ଡବଲ ଅଲିମ୍ପିକ ପଦକ ବିଜେତା ତାଙ୍କ ତୃତୀୟ ପ୍ରଚେଷ୍ଟାରେ ୯୦.୨୩ ମିଟର ଜାଭେଲିନ୍ […] The post ଇତିହାସ ରଚିଲେ ଭାରତର ଗୋଲଡେନ ବୟ: ହାସଲ କଲେ ବଡ଼ କାରନାମା appeared first on Dharitri Odia News.
ଦୋହା, ୧୭ା୫:ଭାରତର ତାରକା ଆଥଲେଟ୍ ନୀରଜ ଚୋପ୍ରା ଏଠାରେ ଅନୁଷ୍ଠିତ ଡାଇମଣ୍ଡ ଲିଗ୍ ମିଟିଂରେ ପ୍ରଥମ ଥର ୯୦ମିଟରରୁ ଊର୍ଦ୍ଧ୍ୱ ଜାଭେଲିନ୍ ଥ୍ରୋ କରି ଇତିହାସ ରଚିଛନ୍ତି। ଏହି ସଫଳତା ହାସଲ କରିବାରେ ସେ ଭାରତର ପ୍ରଥମ, ଏସିଆର ୩ୟ ଏବଂ ବିଶ୍ୱର ୨୫ତମ ଆଥଲେଟ ହେବାର ଗୌରବ ଅର୍ଜନ କରିଛନ୍ତି। ଚେକ୍ ରିପବ୍ଲିକର ଜାନ୍ ଜେଲେନ୍ଜୀଙ୍କଠାରୁ କୋଚିଂ ନେଉଥିବା ଏହି ୨୭ବର୍ଷୀୟ ଡବଲ ଅଲିମ୍ପିକ ପଦକ ବିଜେତା ତାଙ୍କ ତୃତୀୟ ପ୍ରଚେଷ୍ଟାରେ ୯୦.୨୩ ମିଟର ଜାଭେଲିନ୍ ଫିଙ୍ଗି ଜାତୀୟ ରେକର୍ଡ ସୃଷ୍ଟି କରିଛନ୍ତି। ୫ମ ରାଉଣ୍ଡ ସୁଦ୍ଧା ନୀରଜ ଅଗ୍ରଣୀ ରହିଥିଲେ। ତେବେ ଜର୍ମାନୀର ଜୁଲିଆନ ଓ୍ବେବର ୬ଷ୍ଠ ତଥା ଅନ୍ତିମ ପ୍ରଚେଷ୍ଟାରେ ୯୧. ୦୬ ମିଟର ଥ୍ରୋ କରି ପ୍ରଥମ ସ୍ଥାନ ଅଧିକାର କରି ନେଇଥିଲେ। ନୀରଜ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଗ୍ରେନେଡାର ଆଣ୍ଡରସନ ପିଟର୍ସ (୮୫.୬୪ମିଟର) ତୃତୀୟ ହୋଇଥିଲେ। କାତାର ସ୍ପୋଟର୍ସ କ୍ଲବଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଓଡ଼ିଶାର କିଶୋର ଜେନାଙ୍କ ସମେତ ସମଗ୍ର ବିଶ୍ୱରୁ ୧୧ଜଣ ଟପ୍ ଜାଭେଲିନ୍ ଥ୍ରୋୟର ଭାଗ ନେଇଥିଲେ। କିଶୋର ୭୮.୬୦ ମିଟର ସହ ୮ମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ। ପୂର୍ବରୁ ୯୦ ମିଟର ଅତିକ୍ରମ କରିଥିବା ଦୁଇ ଏସୀୟ ଆଥ୍ଲେଟ ହେଲେ ପାକିସ୍ତାନର ଅର୍ଶାଦ ନଦିମ (୯୨.୯୭ ମିଟର) ଓ ଚାଇନିଜ ତାଇପେର ଚାଓ ସୁନ୍ ଚେଙ୍ଗ୍ (୯୧.୩୬ ମିଟର)।
The post ଇତିହାସ ରଚିଲେ ଭାରତର ଗୋଲଡେନ ବୟ: ହାସଲ କଲେ ବଡ଼ କାରନାମା appeared first on Dharitri Odia News.