ତାମିଲନାଡୁରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ
ଲାଞ୍ଜିଗଡ଼,୩୧ା୮(ରମେଶ ଚନ୍ଦ୍ର ନାୟକ): ଦାଦନ ଖଟିବାକୁ ତାମିଲନାଡୁ ଯାଇଥିବା କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଖବାହାଳି ପଞ୍ଚାୟତ ଦୋରାସାର୍ଲି ଗାଁର ସହଦେବ ହରିଜନ (୨୮)ଙ୍କ ଗୁରୁବାର ସେଠାରେ ମୃତ୍ୟୁ ଘଟିଛି। ସୂଚନାନୁସାରେ ସହଦେବ ୨୦୨୩ ଅଗଷ୍ଟରେ ତାମିଲନାଡୁ ତ୍ରିପୁର ଜିଲାକୁ କାମ କରିବା ପାଇଁ ଯାଇଥିଲେ। ସେଠାରେ ଏକ ମେଟାଲ କ୍ରଶର କମ୍ପାନୀରେ କାମ କରୁଥିବା ବେଳେ ଗୁରୁବାର ହଠାତ୍ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ପାଇ ପରିବାର ଲୋକେ ଭାଙ୍ଗି ପଡିଛନ୍ତି। ସ୍ବାମୀଙ୍କ ମୃତଦେହ […] The post ତାମିଲନାଡୁରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ appeared first on Dharitri Odia News.
ଲାଞ୍ଜିଗଡ଼,୩୧ା୮(ରମେଶ ଚନ୍ଦ୍ର ନାୟକ): ଦାଦନ ଖଟିବାକୁ ତାମିଲନାଡୁ ଯାଇଥିବା କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଖବାହାଳି ପଞ୍ଚାୟତ ଦୋରାସାର୍ଲି ଗାଁର ସହଦେବ ହରିଜନ (୨୮)ଙ୍କ ଗୁରୁବାର ସେଠାରେ ମୃତ୍ୟୁ ଘଟିଛି।
ସୂଚନାନୁସାରେ ସହଦେବ ୨୦୨୩ ଅଗଷ୍ଟରେ ତାମିଲନାଡୁ ତ୍ରିପୁର ଜିଲାକୁ କାମ କରିବା ପାଇଁ ଯାଇଥିଲେ। ସେଠାରେ ଏକ ମେଟାଲ କ୍ରଶର କମ୍ପାନୀରେ କାମ କରୁଥିବା ବେଳେ ଗୁରୁବାର ହଠାତ୍ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ପାଇ ପରିବାର ଲୋକେ ଭାଙ୍ଗି ପଡିଛନ୍ତି। ସ୍ବାମୀଙ୍କ ମୃତଦେହ ଦେଖିବାକୁ ଚାହିଁରହିଛନ୍ତି ସ୍ତ୍ରୀ ଇସପରି ହରିଜନ ଓ ଏକ ବର୍ଷର ପୁଅ ଲୋକନାଥ।
ମୃତଦେହ ଫେରାଇ ଆଣିବାକୁ ଅସମର୍ଥ ଯୋଗୁ ସେମାନେ ଜିଲା ଶ୍ରମ ଅଧିକାରୀଙ୍କୁ ନିବେଦନ କରିଛନ୍ତି। ଏ ସମ୍ପର୍କରେ ଜିଲା ଶ୍ରମ ଅଧିକାରୀ ସୁବାସ ମଣ୍ଡଳଙ୍କୁ ପଚାରିବାରୁ ମୋ ପାଖକୁ ଶୁକ୍ରବାର ପରିବାର ଲୋକେ ଆସିଥିଲେ ଏବଂ ଏହାକୁ ଗୁରୁତ୍ୱ ଦେଇ ମୁଁ ତାମିଲନାଡୁର କମ୍ପାନୀ ମାଲିକ ସହିତ ଯୋଗାଯୋଗ କରି ମୃତଦେହ ବ୍ୟବଚ୍ଛେଦ ପରେ କିପରି ଗ୍ରାମକୁ ଆସିବ ତା’ର ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଥିଲେ।
The post ତାମିଲନାଡୁରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ appeared first on Dharitri Odia News.