ଇନଷ୍ଟାଗ୍ରାମରେ ରିଲ୍ସ କରୁଥିଲେ ପତ୍ନୀ, ବିରକ୍ତି ହୋଇ ଗଛରେ ଝୁଲି ପଡିଲେ ସ୍ବାମୀ

କର୍ଣ୍ଣାଟକ ୧୬।୦୨: କର୍ଣ୍ଣାଟକର ଚାମରାଜାନଗରରୁ ସାମ୍ନାକୁ ଆସିଛି ଏକ ଅଜବ ମାମଲା । ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ଇନଷ୍ଟାଗ୍ରାମ ରିଲ୍ସରେ ବିରକ୍ତି ହୋଇ ଆତ୍ମହତ୍ୟା କରିଛନ୍ତି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଇନଷ୍ଟାଗ୍ରାମ ରିଲ ତିଆରି କରିବାରେ ତାଙ୍କ ପତ୍ନୀ ସବୁବେଳେ ବ୍ୟସ୍ତ ରହୁଥିଲେ । ଯାହାକୁ ନେଇ ବ୍ୟକ୍ତି ଜଣକ ଅସନ୍ତୋଷ ରହୁଥିଲେ । ଏହି କାରଣରୁ ସେ ହନୁରୁ ଅଞ୍ଚଳରେ ଥିବା ଏକ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ପୋଲିସର ପ୍ରାଥମିକ ତଥ୍ୟ ଅନୁଯାୟୀ ବ୍ୟକ୍ତି ଜଣକଙ୍କର ନାଁ ହେଉଛି କୁମାର । ସେ କୁଲି ଭାବେ କାମ କରୁଥିଲେ । କୁମାରଙ୍କୁ ତାଙ୍କ ପତ୍ନୀଙ୍କ ଇନଷ୍ଟାଗ୍ରାମ ରିଲ ତିଆରି କରିବା ପସନ୍ଦ ନଥିଲା । ଏଥିପାଇଁ ସେ ଅନେକ ଥର ପତ୍ନୀଙ୍କୁ ତାଗିଦ ମଧ୍ୟ କରିଥିଲେ । କିନ୍ତୁ ପତ୍ନୀ ଏସବୁ ପ୍ରତି ଧ୍ୟାନ ଦେଇ ନଥିଲେ । ଏଥିପାଇଁ ଦମ୍ପତିଙ୍କ ମଧ୍ୟରେ ବାରମ୍ବାର ଯୁକ୍ତିତର୍କ ହେଉଥିଲା । ଯେତେବେଳେ ଝଗଡା ଅଧିକ ହୋଇଯାଇଥିଲା ସେତେବେଳେ ବ୍ୟକ୍ତି ଜଣକ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା କହିଛନ୍ତି ଜଣେ ବରିଷ୍ଠ ପୋଲିସ ଅଧିକାରୀ । ତେବେ ଘଟଣାସ୍ଥଳରୁ କୌଣସି ସୁଇସାଇଡ଼ ନୋଟ ଉଦ୍ଧାର କରାଯାଇ ନାହିଁ ବୋଲି ପୋଲିସ କହିଛି । ଅନ୍ୟପଟେ ମୃତ ବ୍ୟକ୍ତିଙ୍କ ଶରୀରକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । You Can Read: https://www.prameyanews7.com/wheelchair-unavailable-8

ଇନଷ୍ଟାଗ୍ରାମରେ ରିଲ୍ସ କରୁଥିଲେ ପତ୍ନୀ, ବିରକ୍ତି ହୋଇ ଗଛରେ ଝୁଲି ପଡିଲେ ସ୍ବାମୀ

କର୍ଣ୍ଣାଟକ ୧୬।୦୨: କର୍ଣ୍ଣାଟକର ଚାମରାଜାନଗରରୁ ସାମ୍ନାକୁ ଆସିଛି ଏକ ଅଜବ ମାମଲା । ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ଇନଷ୍ଟାଗ୍ରାମ ରିଲ୍ସରେ ବିରକ୍ତି ହୋଇ ଆତ୍ମହତ୍ୟା କରିଛନ୍ତି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଇନଷ୍ଟାଗ୍ରାମ ରିଲ ତିଆରି କରିବାରେ ତାଙ୍କ ପତ୍ନୀ ସବୁବେଳେ ବ୍ୟସ୍ତ ରହୁଥିଲେ । ଯାହାକୁ ନେଇ ବ୍ୟକ୍ତି ଜଣକ ଅସନ୍ତୋଷ ରହୁଥିଲେ । ଏହି କାରଣରୁ ସେ ହନୁରୁ ଅଞ୍ଚଳରେ ଥିବା ଏକ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ।

ପୋଲିସର ପ୍ରାଥମିକ ତଥ୍ୟ ଅନୁଯାୟୀ ବ୍ୟକ୍ତି ଜଣକଙ୍କର ନାଁ ହେଉଛି କୁମାର । ସେ କୁଲି ଭାବେ କାମ କରୁଥିଲେ । କୁମାରଙ୍କୁ ତାଙ୍କ ପତ୍ନୀଙ୍କ ଇନଷ୍ଟାଗ୍ରାମ ରିଲ ତିଆରି କରିବା ପସନ୍ଦ ନଥିଲା । ଏଥିପାଇଁ ସେ ଅନେକ ଥର ପତ୍ନୀଙ୍କୁ ତାଗିଦ ମଧ୍ୟ କରିଥିଲେ । କିନ୍ତୁ ପତ୍ନୀ ଏସବୁ ପ୍ରତି ଧ୍ୟାନ ଦେଇ ନଥିଲେ ।

ଏଥିପାଇଁ ଦମ୍ପତିଙ୍କ ମଧ୍ୟରେ ବାରମ୍ବାର ଯୁକ୍ତିତର୍କ ହେଉଥିଲା । ଯେତେବେଳେ ଝଗଡା ଅଧିକ ହୋଇଯାଇଥିଲା ସେତେବେଳେ ବ୍ୟକ୍ତି ଜଣକ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା କହିଛନ୍ତି ଜଣେ ବରିଷ୍ଠ ପୋଲିସ ଅଧିକାରୀ । ତେବେ ଘଟଣାସ୍ଥଳରୁ କୌଣସି ସୁଇସାଇଡ଼ ନୋଟ ଉଦ୍ଧାର କରାଯାଇ ନାହିଁ ବୋଲି ପୋଲିସ କହିଛି । ଅନ୍ୟପଟେ ମୃତ ବ୍ୟକ୍ତିଙ୍କ ଶରୀରକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।

You Can Read:

https://www.prameyanews7.com/wheelchair-unavailable-80-year-old-collapses-dies-at-mumbai-airports-immigration-counter/

The post ଇନଷ୍ଟାଗ୍ରାମରେ ରିଲ୍ସ କରୁଥିଲେ ପତ୍ନୀ, ବିରକ୍ତି ହୋଇ ଗଛରେ ଝୁଲି ପଡିଲେ ସ୍ବାମୀ appeared first on Prameya News7.