ଇନଷ୍ଟାଗ୍ରାମରେ ଶ୍ରଦ୍ଧା କପୁରଙ୍କ ଦବ୍ଦବା, ଫଲୋଅର୍ସ ମାମଲାରେ PM ମୋଦିଙ୍କୁ ଟପିଲେ ଅଭିନେତ୍ରୀ
ମୁମ୍ଵାଇ ୨୨।୦୮: ଫିଲ୍ମ ‘ସ୍ତ୍ରୀ-୨’ ବ୍ଲକ୍ବଷ୍ଟର ହେବା ପରଠୁ ଚର୍ଚ୍ଚାର ଶିଖରରେ ରହିଛନ୍ତି ଶ୍ରଦ୍ଧା କପୁର । ଏବେ ସୋସିଆଲ ମିଡିଆରେ ସେ ନୂଆ ରେକର୍ଡ କରିଛନ୍ତି। ଇନ୍ଷ୍ଟାଗ୍ରାମ୍ରେ ତାଙ୍କ ଫଲୋଅର ସଂଖ୍ୟା ୯.୧୫ କୋଟି ହୋଇଛି । ବର୍ତ୍ତମାନ ଶ୍ରଦ୍ଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଛରେ ପକାଇଛନ୍ତି। ସର୍ବାଧିକ ଫଲୋଅର୍ସ ଥିବା ୩ୟ ଭାରତୀୟ ମହିଳା ହୋଇଛନ୍ତି । ଏହା ପୂର୍ବରୁ ମୋଦି ସର୍ବାଧିକ ଫଲୋଅର୍ ଥିବା ଭାରତୀୟ ତାଲିକାର ୩ୟ ସ୍ଥାନରେ ଥିଲେ । ଇନ୍ଷ୍ଟାରେ ମୋଦିଙ୍କର ୯.୧୩ କୋଟି ଫଲୋଅର୍ସ ଅଛନ୍ତି ।‘ସ୍ତ୍ରୀ-୨’ ରିଲିଜ୍ ପରଠୁ ଶ୍ରଦ୍ଧା କପୁରଙ୍କ ଫଲୋଅର୍ସ ସଂଖ୍ୟା ଲଗାତାର ବଢ଼ିଚାଲିଛି । ତେବେ ଏହି ତାଲିକାରେ ସେ ବିରାଟ କୋହଲି ଓ ପ୍ରିୟଙ୍କା ଚୋପ୍ରାଙ୍କ ପଛରେ ଅଛନ୍ତି । ଖୁବ୍ଶୀଘ୍ର ସେ ପ୍ରିୟଙ୍କାଙ୍କୁ ପଛରେ ପକାଇବେ ବୋଲି ଆଶା କରାଯାଉଛି । ଇନ୍ଷ୍ଟାରେ ସର୍ବାଧିକ ଫଲୋଅର୍ସ ଥିବା ୨ୟ ଭାରତୀୟ ହେଉଛନ୍ତି ପ୍ରିୟଙ୍କା । ତାଙ୍କ ଫଲୋଅର୍ସ ସଂଖ୍ୟା ୯.୧୮ କୋଟି । ତାଲିକାର ଶୀର୍ଷରେ ଅଛନ୍ତି ବିରାଟ କୋହଲି । ଇନ୍ଷ୍ଟାରେ ତାଙ୍କ ଫଲୋଅର୍ସ ସଂଖ୍ୟା ୨୭ କୋଟି । ପ୍ରଧାନମନ୍ତ୍ରୀ ମୋଦି ୪ର୍ଥ ସ୍ଥାନକୁ ଖସି ଆସିଥିବାବେଳେ ୮.୫୨ କୋଟି ଫଲୋଅର୍ସ ସହିତ ତାଲିକାର ୫ମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଆଲିୟା ଭଟ୍ଟ । ଗତ ୧୫ ତାରିଖରେ ମୁକ୍ତିଲାଭ କରିଥିବା ‘ସ୍ତ୍ରୀ-୨’ ୬ ଦିନରେ ଭାରତରେ ୨୫୫.୩୫ କୋଟି ଏବଂ ୭ମ
ମୁମ୍ଵାଇ ୨୨।୦୮: ଫିଲ୍ମ ‘ସ୍ତ୍ରୀ-୨’ ବ୍ଲକ୍ବଷ୍ଟର ହେବା ପରଠୁ ଚର୍ଚ୍ଚାର ଶିଖରରେ ରହିଛନ୍ତି ଶ୍ରଦ୍ଧା କପୁର । ଏବେ ସୋସିଆଲ ମିଡିଆରେ ସେ ନୂଆ ରେକର୍ଡ କରିଛନ୍ତି। ଇନ୍ଷ୍ଟାଗ୍ରାମ୍ରେ ତାଙ୍କ ଫଲୋଅର ସଂଖ୍ୟା ୯.୧୫ କୋଟି ହୋଇଛି । ବର୍ତ୍ତମାନ ଶ୍ରଦ୍ଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଛରେ ପକାଇଛନ୍ତି। ସର୍ବାଧିକ ଫଲୋଅର୍ସ ଥିବା ୩ୟ ଭାରତୀୟ ମହିଳା ହୋଇଛନ୍ତି । ଏହା ପୂର୍ବରୁ ମୋଦି ସର୍ବାଧିକ ଫଲୋଅର୍ ଥିବା ଭାରତୀୟ ତାଲିକାର ୩ୟ ସ୍ଥାନରେ ଥିଲେ । ଇନ୍ଷ୍ଟାରେ ମୋଦିଙ୍କର ୯.୧୩ କୋଟି ଫଲୋଅର୍ସ ଅଛନ୍ତି ।
‘ସ୍ତ୍ରୀ-୨’ ରିଲିଜ୍ ପରଠୁ ଶ୍ରଦ୍ଧା କପୁରଙ୍କ ଫଲୋଅର୍ସ ସଂଖ୍ୟା ଲଗାତାର ବଢ଼ିଚାଲିଛି । ତେବେ ଏହି ତାଲିକାରେ ସେ ବିରାଟ କୋହଲି ଓ ପ୍ରିୟଙ୍କା ଚୋପ୍ରାଙ୍କ ପଛରେ ଅଛନ୍ତି । ଖୁବ୍ଶୀଘ୍ର ସେ ପ୍ରିୟଙ୍କାଙ୍କୁ ପଛରେ ପକାଇବେ ବୋଲି ଆଶା କରାଯାଉଛି । ଇନ୍ଷ୍ଟାରେ ସର୍ବାଧିକ ଫଲୋଅର୍ସ ଥିବା ୨ୟ ଭାରତୀୟ ହେଉଛନ୍ତି ପ୍ରିୟଙ୍କା । ତାଙ୍କ ଫଲୋଅର୍ସ ସଂଖ୍ୟା ୯.୧୮ କୋଟି । ତାଲିକାର ଶୀର୍ଷରେ ଅଛନ୍ତି ବିରାଟ କୋହଲି । ଇନ୍ଷ୍ଟାରେ ତାଙ୍କ ଫଲୋଅର୍ସ ସଂଖ୍ୟା ୨୭ କୋଟି ।
ପ୍ରଧାନମନ୍ତ୍ରୀ ମୋଦି ୪ର୍ଥ ସ୍ଥାନକୁ ଖସି ଆସିଥିବାବେଳେ ୮.୫୨ କୋଟି ଫଲୋଅର୍ସ ସହିତ ତାଲିକାର ୫ମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଆଲିୟା ଭଟ୍ଟ । ଗତ ୧୫ ତାରିଖରେ ମୁକ୍ତିଲାଭ କରିଥିବା ‘ସ୍ତ୍ରୀ-୨’ ୬ ଦିନରେ ଭାରତରେ ୨୫୫.୩୫ କୋଟି ଏବଂ ୭ମ ଦିନ ୧୪.୨ କୋଟି ବ୍ୟବସାୟ କରିଛି । ଫିଲ୍ମରେ ଶ୍ରଦ୍ଧାଙ୍କ ସମେତ ମୁଖ୍ୟ ଭୂମିକାରେ ଅଛନ୍ତି ରାଜକୁମାର ରାଓ, ପଙ୍କଜ ତ୍ରିପାଠୀ, ଅପାରଶକ୍ତି ଖୁରାନା ।