ଇନ୍ଦୋରରେ ଗର୍ଜିଲା ବନ୍ଧୁକ; ବିଜେପି ନେତା ମୋନୁ କଲ୍ୟାଣେଙ୍କୁ ଗୁଳିମାରି ହତ୍ୟା
ଇନ୍ଦୋର: ମଧ୍ୟପ୍ରଦେଶ ଇନ୍ଦୋରରେ ଗର୍ଜିଲା ବନ୍ଧୁକ । ରବିବାର ବିଜେପି ଯୁବ ମୋର୍ଚ୍ଚା ନଗର ଉପାଧ୍ୟକ୍ଷ ମୋନୁ କଲ୍ୟାଣେଙ୍କୁ ଗୁଳିମାରି ହତ୍ୟା ଅଭିଯୋଗ । ମୋନୁ, ମଧ୍ୟପ୍ରଦେଶ କ୍ୟାବିନେଟ୍ ମନ୍ତ୍ରୀ କୈଳାସ ବିଜୟବର୍ଗୀଙ୍କ ଘନିଷ୍ଠ ବୋଲି କୁହାଯାଉଛି । ଏହି ହତ୍ୟାକାଣ୍ଡ ସହର ଏମଜୀ ରୋଡ୍ ଥାନା ଅଞ୍ଚଳରେ ହୋଇଛି । ସ୍ଥାନୀୟ ପୋଲିସ୍ ମୁତାବକ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପିୟୁଷ ଓ ଅର୍ଜୁନ ଉଭୟ ମୋନୁଙ୍କୁ ଗୁଳିମାରି ହତ୍ୟା କରିଛନ୍ତି । ମର୍ଡର ପରେ ଦୁଇ ଅଭିଯୁକ୍ତ ଫେରାର୍ ରହିଛନ୍ତି । ଇନ୍ଦୋର ବିଧାନସଭାରୁ କ୍ରମାଗତ ୩ଥର ବିଜୟୀ ହୋଇଥିବା କଲ୍ୟାଣେ କୈଲାସ ବିଜୟବର୍ଗୀଙ୍କ ପୁତ୍ର ପୂର୍ବତନ ବିଧାୟକ ଆକାଶ ବିଜୟବର୍ଗୀଙ୍କ ଖାସ୍ ଲୋକ ଥିଲେ ମୋନୁ । ତାଙ୍କୁ ଗୁଳି ଲାଗିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ମୋନୁଙ୍କୁ ମୃତ ଘୋଷିତ କରିଥିଲେ । ଶନିବାର ରାତିରେ ଗେରୁଆ ଯାତ୍ରା ପ୍ରସ୍ତୁତି ବେଳେ ଦୁଇ ଯୁବକ ପିୟୁଷ ଏବଂ ଅର୍ଜୁନ ବାଇକରେ ଆସି ଚିମନବାଗ ଚୌକ୍ ନିକଟରେ ଗୁଳିମାଡ଼ କରିଥିଲେ । ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସହରର ବିଭିନ୍ନ ସ୍ଥାନରେ ଛାନଭିନ୍ କରୁଛି ।
ଇନ୍ଦୋର: ମଧ୍ୟପ୍ରଦେଶ ଇନ୍ଦୋରରେ ଗର୍ଜିଲା ବନ୍ଧୁକ । ରବିବାର ବିଜେପି ଯୁବ ମୋର୍ଚ୍ଚା ନଗର ଉପାଧ୍ୟକ୍ଷ ମୋନୁ କଲ୍ୟାଣେଙ୍କୁ ଗୁଳିମାରି ହତ୍ୟା ଅଭିଯୋଗ । ମୋନୁ, ମଧ୍ୟପ୍ରଦେଶ କ୍ୟାବିନେଟ୍ ମନ୍ତ୍ରୀ କୈଳାସ ବିଜୟବର୍ଗୀଙ୍କ ଘନିଷ୍ଠ ବୋଲି କୁହାଯାଉଛି । ଏହି ହତ୍ୟାକାଣ୍ଡ ସହର ଏମଜୀ ରୋଡ୍ ଥାନା ଅଞ୍ଚଳରେ ହୋଇଛି । ସ୍ଥାନୀୟ ପୋଲିସ୍ ମୁତାବକ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପିୟୁଷ ଓ ଅର୍ଜୁନ ଉଭୟ ମୋନୁଙ୍କୁ ଗୁଳିମାରି ହତ୍ୟା କରିଛନ୍ତି । ମର୍ଡର ପରେ ଦୁଇ ଅଭିଯୁକ୍ତ ଫେରାର୍ ରହିଛନ୍ତି ।
ଇନ୍ଦୋର ବିଧାନସଭାରୁ କ୍ରମାଗତ ୩ଥର ବିଜୟୀ ହୋଇଥିବା କଲ୍ୟାଣେ କୈଲାସ ବିଜୟବର୍ଗୀଙ୍କ ପୁତ୍ର ପୂର୍ବତନ ବିଧାୟକ ଆକାଶ ବିଜୟବର୍ଗୀଙ୍କ ଖାସ୍ ଲୋକ ଥିଲେ ମୋନୁ । ତାଙ୍କୁ ଗୁଳି ଲାଗିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ମୋନୁଙ୍କୁ ମୃତ ଘୋଷିତ କରିଥିଲେ । ଶନିବାର ରାତିରେ ଗେରୁଆ ଯାତ୍ରା ପ୍ରସ୍ତୁତି ବେଳେ ଦୁଇ ଯୁବକ ପିୟୁଷ ଏବଂ ଅର୍ଜୁନ ବାଇକରେ ଆସି ଚିମନବାଗ ଚୌକ୍ ନିକଟରେ ଗୁଳିମାଡ଼ କରିଥିଲେ । ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସହରର ବିଭିନ୍ନ ସ୍ଥାନରେ ଛାନଭିନ୍ କରୁଛି ।