ଇନ୍ଷ୍ଟାଗ୍ରାମରୁ ବିଜେଡି ହଟାଇଲେ ପାଣ୍ଡିଆନ, ପରିବର୍ତ୍ତନ କରି ଲେଖିଲେ…
ଭୁବନେଶ୍ୱର,୫ା୬: ସୋସିଆଲ ମିଡିଆ ଆକାଉଣ୍ଟ ଇନ୍ଷ୍ଟାଗ୍ରାମରୁ କାର୍ତ୍ତିକ ପାଣ୍ଡିଆନ ବିଜେଡି ହଟାଇ ଦେଇଛନ୍ତି। ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ସେ ତାଙ୍କ ପ୍ରୋଫାଇଲରେ ବିଜେଡିର ସଦସ୍ୟ ଲେଖିଥିବା ବେଳେ ଏହାକୁ ପରିବର୍ତ୍ତନ କରି ‘ନବୀନ ପଟ୍ଟନାୟକଙ୍କ ସହ କାମ କରିବା ଏକ ଆଶୀର୍ବାଦ’ ବୋଲି ଲେଖିଛନ୍ତି। ଏହାସହିତ ‘ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ’ ସରକାରୀ ଓ୍ବେବ୍ସାଇଟ୍କୁ ପ୍ରୋଫାଇଲରେ ରଖିଛନ୍ତି । ସୂଚନାଯୋଗ୍ୟ, ଏଥର ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଓଡ଼ିଶା ବିଧାନସଭା ଏବଂ ଲୋକ ସଭା ନିର୍ବାଚନରେ ଐତିହାସିକ […] The post ଇନ୍ଷ୍ଟାଗ୍ରାମରୁ ବିଜେଡି ହଟାଇଲେ ପାଣ୍ଡିଆନ, ପରିବର୍ତ୍ତନ କରି ଲେଖିଲେ… appeared first on Dharitri Odia News.
ଭୁବନେଶ୍ୱର,୫ା୬: ସୋସିଆଲ ମିଡିଆ ଆକାଉଣ୍ଟ ଇନ୍ଷ୍ଟାଗ୍ରାମରୁ କାର୍ତ୍ତିକ ପାଣ୍ଡିଆନ ବିଜେଡି ହଟାଇ ଦେଇଛନ୍ତି। ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ସେ ତାଙ୍କ ପ୍ରୋଫାଇଲରେ ବିଜେଡିର ସଦସ୍ୟ ଲେଖିଥିବା ବେଳେ ଏହାକୁ ପରିବର୍ତ୍ତନ କରି ‘ନବୀନ ପଟ୍ଟନାୟକଙ୍କ ସହ କାମ କରିବା ଏକ ଆଶୀର୍ବାଦ’ ବୋଲି ଲେଖିଛନ୍ତି। ଏହାସହିତ ‘ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ’ ସରକାରୀ ଓ୍ବେବ୍ସାଇଟ୍କୁ ପ୍ରୋଫାଇଲରେ ରଖିଛନ୍ତି ।
ସୂଚନାଯୋଗ୍ୟ, ଏଥର ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଓଡ଼ିଶା ବିଧାନସଭା ଏବଂ ଲୋକ ସଭା ନିର୍ବାଚନରେ ଐତିହାସିକ ପ୍ରଦର୍ଶନ ହାସଲ କରିଛି। ଭାରତୀୟ ଜନତା ପାର୍ଟି ୧୪୭ ସିଟ୍ ବିଶିଷ୍ଟ ବିଧାନସଭାରେ ୭୮ ସିଟ୍ ଜିତିବାରେ ସଫଳ ହୋଇଥିବା ବେଳେ ବିଜେଡିକୁ କେବଳ ୫୧ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଯାହା ୭୪ର ସଂଖ୍ୟା ଗରିଷ୍ଠତାଠାରୁ କମ୍ ଥିବା ବେଳେ ଭାରତୀୟ ଜାତୀୟ କଂଗ୍ରେସ ୧୪ଟି ସିଟ୍ ଜିତିଛି।
ଅନ୍ୟପକ୍ଷରେ ବିଜେଡିର ଏହି ଅମାନତ ପରାଜୟକୁ ନେଇ ସାଧାରଣରେ ପାଣ୍ଡିଆନଙ୍କୁ ଦାୟୀ କରିଛନ୍ତି ଲୋକେ।
The post ଇନ୍ଷ୍ଟାଗ୍ରାମରୁ ବିଜେଡି ହଟାଇଲେ ପାଣ୍ଡିଆନ, ପରିବର୍ତ୍ତନ କରି ଲେଖିଲେ… appeared first on Dharitri Odia News.