ଇପିଏଫଓ ଧାରକଙ୍କ ପାଇଁ ଖୁସି ଖବର, ବଢିବ ଇପିଏଫ ବେତନ ସୀମା!
ନୂଆଦିଲ୍ଲୀ,୧୯।୧୨: କେନ୍ଦ୍ର ସରକାର ଖୁବ ଶୀଘ୍ର କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ) ଯୋଜନା ଅନ୍ତର୍ଗତ ବେତନ ସୀମାକୁ ବଢାଇପାରନ୍ତି। ବର୍ତ୍ତମାନ ଏହା ୧୫,୦୦୦ରୁ, ୨୧, ୦୦୦ ଟଙ୍କାକୁ ବୃଦ୍ଧି କରିବାର ସମ୍ଭାବନା ରହିଛି। ଗତ କିଛି ଦିନ ଧରି ଇପିଏଫ ସୀମା ବୃଦ୍ଧି କରିବାକୁ କର୍ମଚାରୀମାନେ ଦାବି କରିଆସୁଥିଲେ। ବଢୁଥିବା ଚାହିଦାକୁ ଦୃଷ୍ଟିରେ ରଖି ଏହି ଦାବିକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର କାର୍ଯ୍ୟ କରୁଛି ବୋଲି ସୂଚନା ମିଳିଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଶ୍ରମ […] The post ଇପିଏଫଓ ଧାରକଙ୍କ ପାଇଁ ଖୁସି ଖବର, ବଢିବ ଇପିଏଫ ବେତନ ସୀମା! appeared first on Dharitri Odia News.
ନୂଆଦିଲ୍ଲୀ,୧୯।୧୨: କେନ୍ଦ୍ର ସରକାର ଖୁବ ଶୀଘ୍ର କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ) ଯୋଜନା ଅନ୍ତର୍ଗତ ବେତନ ସୀମାକୁ ବଢାଇପାରନ୍ତି। ବର୍ତ୍ତମାନ ଏହା ୧୫,୦୦୦ରୁ, ୨୧, ୦୦୦ ଟଙ୍କାକୁ ବୃଦ୍ଧି କରିବାର ସମ୍ଭାବନା ରହିଛି।
ଗତ କିଛି ଦିନ ଧରି ଇପିଏଫ ସୀମା ବୃଦ୍ଧି କରିବାକୁ କର୍ମଚାରୀମାନେ ଦାବି କରିଆସୁଥିଲେ। ବଢୁଥିବା ଚାହିଦାକୁ ଦୃଷ୍ଟିରେ ରଖି ଏହି ଦାବିକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର କାର୍ଯ୍ୟ କରୁଛି ବୋଲି ସୂଚନା ମିଳିଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ କେନ୍ଦ୍ର ଅର୍ଥ ବିଭାଗକୁ ପ୍ରସ୍ତାବ ପଠାଇଛି। ସାଧାରଣତଃ ଇପିଏଫରେ କର୍ମଚାରୀଙ୍କ ଅବଦାନ ୧୨ ପ୍ରତିଶତ ବେତନରୁ କଟାଯାଇଥାଏ । କମ୍ପାନୀ ପକ୍ଷରୁ ଅନ୍ୟ ୧୨ ପ୍ରତିଶତ ଟଙ୍କା ଯୋଡି ଏହାକୁ PF ଆକାଉଣ୍ଟରେ ଜମା କରନ୍ତି । ତେଣୁ ଯଦି ବର୍ତ୍ତମାନ ସର୍ବାଧିକ ବେତନ ସୀମା ବୃଦ୍ଧି କରାଯାଏ, ତେବେ କର୍ମଚାରୀ ଅଧିକ ଲାଭବାନ ହେବେ ।
ଏହାପୂର୍ବରୁ ସେପ୍ଟେମ୍ବର ୨୦୧୪ ରେ ସରକାର ବେତନ ସୀମାକୁ ଦ୍ୱିଗୁଣିତ କରି ୬,୫୦୦ ରୁ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ କରିଥିଲେ। ବର୍ତ୍ତମାନ ସେହି ସୀମାକୁ ୨୧,୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ସରକାର ଚିନ୍ତା କରୁଛନ୍ତି। ବେତନ ସୀମାରେ ଏହି ବୃଦ୍ଧି ଇପିଏଫ, କର୍ମଚାରୀଙ୍କ ପେନଶନ ସ୍କିମ (ଇପିଏସ) କୁ ପ୍ରଭାବିତ କରିବ । ପ୍ରୋଭିଡେଣ୍ଟ ଫଣ୍ଡ ନିୟମ ଅନୁଯାୟୀ ଯଦି ଜଣେ କର୍ମଚାରୀଙ୍କ ମୌଳିକ ଦରମା ମାସକୁ ୧୫,୦୦୦ ରୁ ଅଧିକ ହୁଏ, ତେବେ ସେମାନେ ଇପିଏଫ ଯୋଜନାରେ ଅଂଶ ହୋଇଥିଲେ ମଧ୍ୟ ସେମାନେ EPS ରେ ଯୋଗ ଦେଇ ପାରିବେ ନାହିଁ ।
The post ଇପିଏଫଓ ଧାରକଙ୍କ ପାଇଁ ଖୁସି ଖବର, ବଢିବ ଇପିଏଫ ବେତନ ସୀମା! appeared first on Dharitri Odia News.