ଇଭି ମାର୍କେଟରେ ହୋଣ୍ଡା ଟୁ ହ୍ବିଲର୍ସର ଏଣ୍ଟ୍ରି, ଲଞ୍ଚ ହେଲା Activa e
ନୂଆଦିଲ୍ଲୀ: ଦେଶର ଟୁ ହ୍ବିଲର ଇଣ୍ଡଷ୍ଟ୍ରିରେ ଏକ ଭରସାଯୋଗ୍ୟ ବ୍ରାଣ୍ଡ୍ ହୋଇପାରିଛି ହୋଣ୍ଡା । କମ୍ପାନିର ଭିନ୍ନ ଭିନ୍ନ ବାଇକ ଏବଂ ସ୍କୁଟର ଗ୍ରାହକଙ୍କ ମନଜିଣିବାରେ ସଫଳ ହୋଇଛି । ଏଥିପାଇଁ ତ’ ଭାରତରେ ସବୁଠୁ ଅଧିକ ବିକ୍ରି ହେଉଥିବା ସ୍କୁଟର ମଧ୍ୟରେ ରହିଛି ହୋଣ୍ଡାର ନାଁ। ଆଉ ଏହି ଧାରାକୁ ବଜାୟ ରଖିବା ପାଇଁ କମ୍ପାନି ଆଉ ପାଦେ ଆଗେଇଛି। ଭାରତୀୟ ଇଭି ଟୁ ହ୍ବିଲର ମାର୍କେଟରେ ଏଣ୍ଟ୍ରି ମାରିଛି ହୋଣ୍ଡା ଟୁ ହ୍ବିଲର୍ସ ଇଣ୍ଡିଆ। ଲଞ୍ଚ କରିଛି ଦେଶର ସବୁଠୁ ଅଧିକ ବିକ୍ରି ହେଉଥିବା ସ୍କୁଟର ହୋଣ୍ଡା ଆକ୍ଟିଭାର ଇଭି ଭାରିଆଣ୍ଟ ‘Honda Activa e’ । ବୁଧବାର ଆକ୍ଟିଭା ଇଭିର ଲଞ୍ଚ ହୋଇଥିବାବେଳେ, ୨୦୨୫ ଜାନୁଆରୀ ୧ରୁ ଏହାର ବୁକିଂ ଆରମ୍ଭ ହୋଇଯିବ। ସେହିଭଳି ୨୦୨୫ ଫେବ୍ରୁଆରୀ ୧ରୁ ଆରମ୍ଭ ହେବ ଡେଲିଭରୀ। ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଏହାର ଫିଚର୍ସ ଓ ଦାମ୍...ଲଞ୍ଚ ହୋଇଛି ହୋଣ୍ଡା ଟୁ ହ୍ବିଲର୍ସ ଇଣ୍ଡିଆର ନୂଆ ଇଲେକ୍ଟ୍ରିକ୍ ଆକ୍ଟିଭା ସ୍କୁଟର। ଭରପୁର ଫିଚର୍ସ ସହ ମାର୍କେଟକୁ ଆସିବାକୁ ପ୍ରସ୍ତୁତ ହୋଣ୍ଡା ଆକ୍ଟିଭା ଇଭି। ଏହି ଇଭିର ବିଶେଷତ୍ବ ହେଉଛି ସ୍ବାପେବୁଲ ବ୍ୟାଟେରୀ। ଅର୍ଥାତ ବ୍ୟାଟେରୀରୁ ଚାର୍ଜ ସରିଗଲେ, କମ୍ପାନିର ବ୍ୟାଟେରୀ ଷ୍ଟେସନରୁ ଆଉ ଏକ ବ୍ୟାଟେରୀ ନେଇପାରିବେ ଗ୍ରାହକ। କମ୍ପାନି ଏହାକୁ ୨ ଭାରିଆଣ୍ଟରେ ଲଞ୍ଚ କରିଥିବାବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ଦିଲ୍ଲୀ, ମୁମ୍ବାଇ ଏବଂ ବେ
ନୂଆଦିଲ୍ଲୀ: ଦେଶର ଟୁ ହ୍ବିଲର ଇଣ୍ଡଷ୍ଟ୍ରିରେ ଏକ ଭରସାଯୋଗ୍ୟ ବ୍ରାଣ୍ଡ୍ ହୋଇପାରିଛି ହୋଣ୍ଡା । କମ୍ପାନିର ଭିନ୍ନ ଭିନ୍ନ ବାଇକ ଏବଂ ସ୍କୁଟର ଗ୍ରାହକଙ୍କ ମନଜିଣିବାରେ ସଫଳ ହୋଇଛି । ଏଥିପାଇଁ ତ’ ଭାରତରେ ସବୁଠୁ ଅଧିକ ବିକ୍ରି ହେଉଥିବା ସ୍କୁଟର ମଧ୍ୟରେ ରହିଛି ହୋଣ୍ଡାର ନାଁ। ଆଉ ଏହି ଧାରାକୁ ବଜାୟ ରଖିବା ପାଇଁ କମ୍ପାନି ଆଉ ପାଦେ ଆଗେଇଛି। ଭାରତୀୟ ଇଭି ଟୁ ହ୍ବିଲର ମାର୍କେଟରେ ଏଣ୍ଟ୍ରି ମାରିଛି ହୋଣ୍ଡା ଟୁ ହ୍ବିଲର୍ସ ଇଣ୍ଡିଆ। ଲଞ୍ଚ କରିଛି ଦେଶର ସବୁଠୁ ଅଧିକ ବିକ୍ରି ହେଉଥିବା ସ୍କୁଟର ହୋଣ୍ଡା ଆକ୍ଟିଭାର ଇଭି ଭାରିଆଣ୍ଟ ‘Honda Activa e’ । ବୁଧବାର ଆକ୍ଟିଭା ଇଭିର ଲଞ୍ଚ ହୋଇଥିବାବେଳେ, ୨୦୨୫ ଜାନୁଆରୀ ୧ରୁ ଏହାର ବୁକିଂ ଆରମ୍ଭ ହୋଇଯିବ। ସେହିଭଳି ୨୦୨୫ ଫେବ୍ରୁଆରୀ ୧ରୁ ଆରମ୍ଭ ହେବ ଡେଲିଭରୀ। ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଏହାର ଫିଚର୍ସ ଓ ଦାମ୍...
ଲଞ୍ଚ ହୋଇଛି ହୋଣ୍ଡା ଟୁ ହ୍ବିଲର୍ସ ଇଣ୍ଡିଆର ନୂଆ ଇଲେକ୍ଟ୍ରିକ୍ ଆକ୍ଟିଭା ସ୍କୁଟର। ଭରପୁର ଫିଚର୍ସ ସହ ମାର୍କେଟକୁ ଆସିବାକୁ ପ୍ରସ୍ତୁତ ହୋଣ୍ଡା ଆକ୍ଟିଭା ଇଭି। ଏହି ଇଭିର ବିଶେଷତ୍ବ ହେଉଛି ସ୍ବାପେବୁଲ ବ୍ୟାଟେରୀ। ଅର୍ଥାତ ବ୍ୟାଟେରୀରୁ ଚାର୍ଜ ସରିଗଲେ, କମ୍ପାନିର ବ୍ୟାଟେରୀ ଷ୍ଟେସନରୁ ଆଉ ଏକ ବ୍ୟାଟେରୀ ନେଇପାରିବେ ଗ୍ରାହକ। କମ୍ପାନି ଏହାକୁ ୨ ଭାରିଆଣ୍ଟରେ ଲଞ୍ଚ କରିଥିବାବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ଦିଲ୍ଲୀ, ମୁମ୍ବାଇ ଏବଂ ବେଙ୍ଗାଲୁରୁ ଭଳି ସହରରେ ଉପଲବ୍ଧ ହେବ। ପରେ କମ୍ପାନି ଏହାକୁ ଅନ୍ୟ ସହରରେ ଲଞ୍ଚ କରିବ। କାରଣ ଏହି ସ୍କୁଟର ପାଇଁ କମ୍ପାନି ବ୍ୟାଟେରୀ ସ୍ବାପିଂ ଷ୍ଟେସନ ମଧ୍ୟ ବିକଶିତ କରିବାକୁ ଯାଉଛି। ଆଉ ସ୍ବାପିଂ ଷ୍ଟେସନ ପ୍ରସ୍ତୁତ ହେଲେ ହିଁ ଗାଡ଼ିର ବିକ୍ରିରେ କୌଣସି ଅସୁବିଧା ହେବ ନାହିଁ।
ଦୁଇଟି ଭାରିଆଣ୍ଟରେ ଆସିବ ଇଲେକ୍ଟ୍ରିକ ଆକ୍ଟିଭା
ହୋଣ୍ଡା ଆକ୍ଟିଭା ଇଭିକୁ କମ୍ପାନି ଷ୍ଟାଣ୍ଡାର୍ଡ ଏବଂ ରୋଡସିଙ୍କ ଡୁଓ (RoadSync Duo) ଭାରିଆଣ୍ଟରେ ଆଣୁଛି। ଏଥିରେ ଷ୍ଟାଣ୍ଡାର୍ଡ ଭାରିଆଣ୍ଟର ଓଜନ ୧୧୮ କିଲୋଗ୍ରାମ ଏବଂ ରୋଡସିଙ୍କ୍ ଡୁଓ ଭାରିଆଣ୍ଟର ଓଜନ ୧୧୯ କିଲୋଗ୍ରାମ ହେବ। ଏଥିରେ ଭିନ୍ନ ଭିନ୍ନ ଡିସପ୍ଲେ ଏବଂ ଫିଚର୍ସ ମିଳିବ। ଷ୍ଟାଣ୍ଡାର୍ଡ ଭାରିଆଣ୍ଟରେ ୫ ଇଞ୍ଚର ଟିଏଫଟି ସ୍କ୍ରିନ ଏବଂ ରୋଡସିଙ୍କ୍ ଡୁଓରେ ୭ ଇଞ୍ଚର ସ୍କ୍ରିନ ମିଳିବ। ଏହା ସହ ଏଥିରେ ଆପଣଙ୍କୁ ଟର୍ଣ୍ଣ-ବାଏ-ଟର୍ଣ୍ଣ ନାଭିଗେସନ, ନୋଟିଫିକେସନ ଆଲର୍ଟ ଭଳି ଅନେକ ସୁବିଧା ମଧ୍ୟ ମିଳିବା ନେଇ କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି। ।
Honda Activa e
ସିଙ୍ଗିଲ ଚାର୍ଜରେ ୧୦୨ କିମି ରେଞ୍ଜ
ହୋଣ୍ଡା ଆକ୍ଟିଭା ଇଭିରେ ୧.୫ kWhର ଡୁଆଲ ସ୍ବାପେବୁଲ ବ୍ୟାଟେରୀ ମିଳିବ। ଯାହା ସିଙ୍ଗିଲ ଚାର୍ଜରେ ୧୦୨ କିମିର ରେଞ୍ଜ ଦେବ। ଏହି ବ୍ୟାଟେରୀଙ୍କୁ ହୋଣ୍ଡାର ପାଓ୍ବାର ପ୍ୟାକ୍ ଏକ୍ସଚେଞ୍ଜର ବ୍ୟାଟେରୀ ସ୍ବାପିଂ ଷ୍ଟେସନରେ ବଦଳାଯାଇପାରିବ। ଏବେ କମ୍ପାନି ବେଙ୍ଗାଲୁରୁରେ ଏଭଳି ୮୩ ଷ୍ଟେସନ ଲଗାଇଛି। ଯେତେବେଳେକି ୨୦୨୬ ସୁଦ୍ଧା ବେଙ୍ଗାଲୁରୁରେ ଏଭଳି ପ୍ରାୟ ୨୫୦ ଷ୍ଟେସନ ହେବ, ଯାହା ପ୍ରତି ୫ କିମି ରେଡିୟସ ମଧ୍ୟରେ ଆପଣଙ୍କୁ ବ୍ୟାଟେରୀ ଚେଞ୍ଜ କରିବା ବିକଳ୍ପ ଦେବ। ଏହି କାମ କମ୍ପାନି ଦିଲ୍ଲୀ ଏବଂ ମୁମ୍ବାଇରୁ ଆରମ୍ଭ ହେବ।
ସେହିଭଳି ଏଥିରେ ୧୭୧ ଏମଏମର ଗ୍ରାଉଣ୍ଡ କ୍ଲିୟରାନ୍ସ ଦିଆଯାଇଛି। ଏଥିରେ ୧୨ ଇଞ୍ଚର ହ୍ବିଲ ମିଳିବ। ଆଗରେ ଡିସ୍କ ବ୍ରେକ ଏବଂ ପଛରେ ଡ୍ରମ୍ ବ୍ରେକ ଅପ୍ସନ ଦିଆଯାଇଛି। ଅବଶ୍ୟ ସ୍ବୋପେବୁଲ ବ୍ୟାଟେରୀ କାରଣରୁ ଏଥିରେ ବୁଟ୍ ସ୍ପେଶ କମ୍ ରହିଛି। ସେହିଭଳି କମ୍ପାନି ଆଗରେ ମଧ୍ୟ ଛୋଟ ବୁଟ ସ୍ପେସ ରଖିଛି, ଯେଉଁଥିରେ ମୋବାଇଲ ଚାର୍ଜିଂ ପାଇଁ ୟୁଏସବି ପୋର୍ଟ ମଧ୍ୟ ରହିଛି।
୭.୩ ସେକେଣ୍ଡରେ ୬୦ kmph ସ୍ପିଡ
ଏହି ସ୍କୁଟରରେ ୬ kWର ପାଓ୍ବାର ଏବଂ ୨୨ ଏନଏମର ଟର୍କ ଉତ୍ପନ୍ନ ହେବ। ସ୍କୁଟର ଟପ୍ ସ୍ପିଡ ୮୦ କିମି ପ୍ରତି ଘଣ୍ଟା ରହିଥିବାବେଳେ ମାତ୍ର ୭.୩ ସେକେଣ୍ଡରେ ଏହା ୦-୬୦ kmphର ସ୍ପିଡରେ ପହଞ୍ଚିପାରିବ। ସ୍କୁଟରର ୩ଟି ଡ୍ରାଇଭିଂ ମୋଡ, ଷ୍ଟାଣ୍ଡାର୍ଡ, ସ୍ପୋର୍ଟ ଏବଂ Econ ମିଳିବ। ସ୍କୁଟରରେ ରିଭର୍ସ ମୋଡ ମଧ୍ୟ ରହିବ।
ସେହିଭଳି ହୋଣ୍ଡା ଆକ୍ଟିଭା ଇଭିରେ H- Smart Key ଫିଚର୍ସ ମଧ୍ୟ ମିଳିବ। ଅବଶ୍ୟ ଏହା ରୋଡସିଙ୍କ ଡୁଓ ସ୍ମାର୍ଟଫୋନ ଭାରିଆଣ୍ଟ ସହ ମିଳିବ। ଏଥିରେ ସ୍ମାର୍ଟ ଫାଇଣ୍ଡ, ସ୍ମାର୍ଟ ସେଫ, ସ୍ମାର୍ଟ ଅନଲକ ଏବଂ ସ୍ମାର୍ଟ ଷ୍ଟାର୍ଟ ଭଳି ଫିଚର୍ସ ମିଳିବ।
ହୋଣ୍ଡା ଆକ୍ଟିଭା ଇଲେକ୍ଟ୍ରିକ ସ୍କୁଟର ୫ଟି କଲର ଅପ୍ସନ ସହ ଉପଲବ୍ଧ ହେବ। ଏଥିରେ ଦୁଇ ବ୍ଲୁ କଲର ଭାରିଆଣ୍ଟ ରହିବ। ସେହିଭଳି ହ୍ବାଇଟ, ଗ୍ରେ ଏବଂ ବ୍ଲାକ କଲର ମଧ୍ୟ ମିଳିବ। ତେବେ ଆନୁଷ୍ଠାନିକ ଭାବରେ ଏହାର ମୂଲ୍ୟ କମ୍ପାନି ପକ୍ଷରୁ ଘୋଷଣା କରାଯାଇନାହିଁ।
ବିନା ବ୍ୟାଟେରୀରେ ମଧ୍ୟ କିଣିହେବ
ଗ୍ରାହକ ଏହି ସ୍କୁଟରକୁ ବିନା ବ୍ୟାଟେରୀରେ ମଧ୍ୟ କିଣିପାରିବେ। ଆଉ ‘ବ୍ୟାଟେରୀ ଆଜ ଏ ସର୍ଭିସ ମଡେଲରେ’ ଭଡ଼ାରେ ବ୍ୟାଟେରୀ ନେଇପାରିବେ। ଅବଶ୍ୟ ଏହାର ପ୍ଲାନ ନେଇ ସଂପୂର୍ଣ୍ଣ ତଥ୍ୟ ଦିଆଯାଇନାହିଁ। ଏହି ଇଲେକ୍ଟ୍ରିକ ସ୍କୁଟରର ବିକ୍ରି ହୋଣ୍ଡାର ବର୍ତ୍ତମାନ ଥିବା ସୋ ରୁମରେ ହିଁ ଉପଲବ୍ଧ ହେବ।
Honda QC 1
ଲଞ୍ଚ ଇଭେଣ୍ଟରେ କମ୍ପାନି Honda QC 1ର ମଧ୍ୟ ଝଲକ ଦେଖାଇଛି। ଏହି ଇସ୍କୁଟରରେ ଫିକ୍ସ ବ୍ୟାଟେରୀ ସହ ରହିଛି। ଏହାକୁ ୨୦୨୫ର ଦ୍ବିତୀୟାର୍ଦ୍ଧରେ ଲଞ୍ଚ କରାଯାଇପାରେ। ଏହା ସର୍ଟ ଡିଷ୍ଟାନ୍ସ ଟ୍ରାଭେଲକୁ ଧ୍ୟାନରେ ରଖି ତିଆରି କରାଯାଇଛି। ଏଥିରେ ୧.୫ kWhର ଫିକ୍ସ ବ୍ୟାଟେରୀ ରହିଛି। ଯାହା ୧.୮ kWର ପାଓ୍ବାର ଜେନେରେଟ କରିବ। କମ୍ପାନିର କହିବା ଅନୁଯାୟୀ, ଏଥିରେ ୫ ଇଞ୍ଚର ଏଲସିଡି ଇନଷ୍ଟ୍ରୁମେଣ୍ଟ ପ୍ୟାନେଲ ରହିବ। ଅବଶ୍ୟ ଏଥରେ ବଡ଼ ବୁଟ୍ ସ୍ପେଶ ରହିବ। ଯେଉଁଥିରେ ହେଲମେଟ ସହ ଅନ୍ୟ କିଛି ସାମଗ୍ରୀ ମଧ୍ୟ ରହିପାରିବ। ଏଥିରେ ୟୁଏସବି ଟାଇପ ସି ସକେଟ ମଧ୍ୟ ହେବ, ଯାହା ମୋବାଇଲ ଚାର୍ଜ କରିବା ପାଇଁ କାମରେ ଆସିବ।
Honda QC 1