ଚଳଚଞ୍ଚଳ ଶ୍ରୀନଅର ରଥଖଳା,ଜୋରସୋରରେ ଚାଲିଛି ୩ ରଥ ପାଇଁ ତୁମ୍ବ ନିର୍ମାଣ

ପୁରୀ ୨୧/୫: ଜୁଲାଇ ୭ରେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ପ୍ରସ୍ତୁତି ଜୋରଦାର । ଅକ୍ଷୟ ତୃତୀୟାରେ ରଥନିର୍ମାଣ ଅନୁକୂଳ ପରେ ଶନିବାର ବିଧିବଦ୍ଧ ଭାବେ ରଥଖଳାରେ ରଥନିର୍ମାଣ କାମ ଆରମ୍ଭ ହୋଇଛି । ଭୋଇ ସେବାୟତମାନେ ରଥଖଳାରେ ଆବଶ୍ୟକୀୟ କାଠ ପହଞ୍ଚାଇବା ପରେ କରତି ସେବାୟତମାନେ ତୁମ୍ବ ନିର୍ମାଣ ପାଇଁ ଫାଶି କାଠ ଚିରଟ ଆରମ୍ଭ କରିଛନ୍ତି । ପ୍ରଥମେ ୩ରଥ ପାଇଁ ତୁମ୍ବ ନିର୍ମାଣ କାମ ଚାଲିଛି । ରଥ ନିର୍ମାଣରେ ବିଶ୍ବକର୍ମା ମହାରଣା, କରତି, ଭୋଇ ଓ କମାର ସେବାୟତ ମାନେ ନିଷ୍ଠାର ସହ କାମ କରୁଛନ୍ତି । ଶ୍ରୀନଅର ସ୍ଥିତ ରଥଖଳାର ଚାରିପଟେ ଧଳାକନା ଗୁଡାଯାଇ ରଥନିର୍ମାଣ କାମ ଚାଲିଛି । ପ୍ରାଥମିକ ଭାବରେ ତିନିରଥ ପାଇଁ ୪୨ ଗୋଟି ଚକର ଆବଶ୍ୟକତା ଥିବା ବେଳେ ୪୨ ଗୋଟି ତୁମ୍ୱର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି ବିଶ୍ବକର୍ମା ଓ କରତି ସେବାୟତ। ତିନି ରଥ ପାଇଁ ଭୋଇ ସେବାୟତ ମାନେ ୬ ଟି ତୁମ୍ବ ଯୋଗାଇବା ପରେ ରଥର ମୁଖ୍ୟ ବିଶ୍ଵକର୍ମା ନିର୍ଦ୍ଧିଷ୍ଟ ମାପ ଓ ସାଇଜ ଅନୁଯାୟୀ ତୁମ୍ବ ଗୁଡ଼ିକ ସାଇଜ କରୁଛନ୍ତି। ତେବେ ତୁମ୍ବ ନିର୍ମାଣ ସରିବା ପରେ ଏଥିରେ ବିନ୍ଧ ଅନୁକୂଳ କରାଯାଇ ଖୋଦେଇ ସହ ପଇ ଓ ଅର ପର୍ଯ୍ୟାୟ କ୍ରମେ ନିର୍ମାଣ କରାଯିବ। ରଥନିର୍ମାଣରେ ସମ୍ପୃକ୍ତ ସମସ୍ତ ସେବାୟତ ମାନେ ଅତ୍ୟନ୍ତ ନିଷ୍ଠାର ସହ ଶୁଦ୍ଧପୁତ ଭାବରେ ରଥନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି। ସେପଟେ ରଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପ୍

ଚଳଚଞ୍ଚଳ ଶ୍ରୀନଅର ରଥଖଳା,ଜୋରସୋରରେ ଚାଲିଛି ୩ ରଥ ପାଇଁ ତୁମ୍ବ ନିର୍ମାଣ

ପୁରୀ ୨୧/୫: ଜୁଲାଇ ୭ରେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ପ୍ରସ୍ତୁତି ଜୋରଦାର । ଅକ୍ଷୟ ତୃତୀୟାରେ ରଥନିର୍ମାଣ ଅନୁକୂଳ ପରେ ଶନିବାର ବିଧିବଦ୍ଧ ଭାବେ ରଥଖଳାରେ ରଥନିର୍ମାଣ କାମ ଆରମ୍ଭ ହୋଇଛି । ଭୋଇ ସେବାୟତମାନେ ରଥଖଳାରେ ଆବଶ୍ୟକୀୟ କାଠ ପହଞ୍ଚାଇବା ପରେ କରତି ସେବାୟତମାନେ ତୁମ୍ବ ନିର୍ମାଣ ପାଇଁ ଫାଶି କାଠ ଚିରଟ ଆରମ୍ଭ କରିଛନ୍ତି । ପ୍ରଥମେ ୩ରଥ ପାଇଁ ତୁମ୍ବ ନିର୍ମାଣ କାମ ଚାଲିଛି । ରଥ ନିର୍ମାଣରେ ବିଶ୍ବକର୍ମା ମହାରଣା, କରତି, ଭୋଇ ଓ କମାର ସେବାୟତ ମାନେ ନିଷ୍ଠାର ସହ କାମ କରୁଛନ୍ତି । ଶ୍ରୀନଅର ସ୍ଥିତ ରଥଖଳାର ଚାରିପଟେ ଧଳାକନା ଗୁଡାଯାଇ ରଥନିର୍ମାଣ କାମ ଚାଲିଛି । 

ପ୍ରାଥମିକ ଭାବରେ ତିନିରଥ ପାଇଁ ୪୨ ଗୋଟି ଚକର ଆବଶ୍ୟକତା ଥିବା ବେଳେ ୪୨ ଗୋଟି ତୁମ୍ୱର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି ବିଶ୍ବକର୍ମା ଓ କରତି ସେବାୟତ। ତିନି ରଥ ପାଇଁ ଭୋଇ ସେବାୟତ ମାନେ ୬ ଟି ତୁମ୍ବ ଯୋଗାଇବା ପରେ ରଥର ମୁଖ୍ୟ ବିଶ୍ଵକର୍ମା ନିର୍ଦ୍ଧିଷ୍ଟ ମାପ ଓ ସାଇଜ ଅନୁଯାୟୀ ତୁମ୍ବ ଗୁଡ଼ିକ ସାଇଜ କରୁଛନ୍ତି। ତେବେ ତୁମ୍ବ ନିର୍ମାଣ ସରିବା ପରେ ଏଥିରେ ବିନ୍ଧ ଅନୁକୂଳ କରାଯାଇ ଖୋଦେଇ ସହ ପଇ ଓ ଅର ପର୍ଯ୍ୟାୟ କ୍ରମେ ନିର୍ମାଣ କରାଯିବ। 

ରଥନିର୍ମାଣରେ ସମ୍ପୃକ୍ତ ସମସ୍ତ ସେବାୟତ ମାନେ ଅତ୍ୟନ୍ତ ନିଷ୍ଠାର ସହ ଶୁଦ୍ଧପୁତ ଭାବରେ ରଥନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି। ସେପଟେ ରଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ମାନେ ରଥଯାତ୍ରା ପୂର୍ବରୁ ନିଜ ନିଜର କାର୍ଯ୍ୟ ଯେଭଳି ସମ୍ପାଦନା କରିବେ ସେ ନେଇ ପ୍ରୟାସ ଆରମ୍ଭ କରିଛନ୍ତି।