ଇଭିଏମରେ ସିଲ୍ ହେଲା ଏକାଧିକ ହେଭିୱେଟ୍ ନେତାଙ୍କ ଭାଗ୍ୟ
ନନ୍ଦିଘୋଷ ବ୍ୟୁରୋ : ଇଭିଏମରେ ସିଲ୍ ହୋଇଛି ରାହୁଲ ଗାନ୍ଧି, ରାଜନାଥ ସିଂହ, ପୀୟୂଷ ଗୋଏଲ, ସୃତି ଇରାନି, ଚିରାଗ... The post ଇଭିଏମରେ ସିଲ୍ ହେଲା ଏକାଧିକ ହେଭିୱେଟ୍ ନେତାଙ୍କ ଭାଗ୍ୟ appeared first on .
ନନ୍ଦିଘୋଷ ବ୍ୟୁରୋ : ଇଭିଏମରେ ସିଲ୍ ହୋଇଛି ରାହୁଲ ଗାନ୍ଧି, ରାଜନାଥ ସିଂହ, ପୀୟୂଷ ଗୋଏଲ, ସୃତି ଇରାନି, ଚିରାଗ ପାଶ୍ଵାନ, ଓମାର ଅବଦୁଲ୍ଲାଙ୍କ ପରି ହେଭିୱେଟଙ୍କ ଭାଗ୍ଯ । ସାଧାରଣ ନିର୍ବାଚନର ପଞ୍ଚମ ପର୍ଯ୍ଯାୟରେ ଆଜି ୪୯ ଟି ଲୋକସଭା ଆସନରେ ଆଜି ମତଦାନ ହୋଇଥିଲା। ମହାରାଷ୍ଟ୍ରର ୧୩, ଉତ୍ତର ପ୍ରଦେଶର ୧୪, ପଶ୍ଚିମବଙ୍ଗ ୭ଟି, ଓଡ଼ିଶା ଓ ବିହାରର ୫ଟି ଲେଖାଏଁ ଆସନ ଅଛି। ମଇଦାନରେ ଥିଲେ ୬୯୫ ପ୍ରାର୍ଥୀ, ସେମାନଙ୍କ ମଧ୍ଯରୁ ୮୨ ଜଣ ମହିଳା।
ଏହି ପର୍ଯ୍ଯାୟ ଉପରେ ବିଜେପି ଓ କଂଗ୍ରେସ ପାଇଁ ବେଶ୍ ଗୁରୁତ୍ଵପୂର୍ଣ୍ଣ। …
ମୁମ୍ବାଇରେ ମଧ୍ଯ ଆଜି ଭୋଟ ହୋଇଥିବାରୁ ବହୁ ସେଲିବ୍ରିଟି ବୁଥକୁ ଆସି ମତଦାନ କରିଛନ୍ତି। ସେମାନଙ୍କ ମଧ୍ଯରେ ଅଛନ୍ତି ବଲିଉଡ ବିଗ୍ ବି ଅମିତାଭ ବଚ୍ଚନ ଓ ତାଙ୍କର ପୁରା ପରିବାର। ଧର୍ମେନ୍ଦ୍ର-ହେମାମାଳିନୀ, ଅନୁପମ୍ ଖେର, ଅନୀଲ କପୁର, ସନି ଦେଓଲ, ଅକ୍ଷୟ କୁମାର, ମନୋଜ ବାଜପେୟୀ, ଫରହାନ ଅଖତର, ରଣବୀର ସିଂହ-ଦୀପିକା ଯୋଡ଼ି, ସୈଫ ଅଲୀ ଖାନ- କରୀନା କପୁର, ଟାଇଗର୍ ଶ୍ରଫ୍ ପ୍ରମୁଖ। ବିଶିଷ୍ଟ ଶିଳ୍ପପତି ଅନୀଲ ଅମ୍ବାନି, କୁମାର ମଙ୍ଗଲମ ବିର୍ଲା, ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର ମଧ୍ଯ ଆଜି ଭୋଟ ଦେଇଛନ୍ତି।
The post ଇଭିଏମରେ ସିଲ୍ ହେଲା ଏକାଧିକ ହେଭିୱେଟ୍ ନେତାଙ୍କ ଭାଗ୍ୟ appeared first on .