ଉତ୍ତରପ୍ରଦେଶରେ ପୋଲିସ ହେପାଜତରେ ଯୁବକଙ୍କ ମୃତ୍ଯୁକୁ ନେଇ ତୀବ୍ର ଉତ୍ତେଜନା

ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶ ପୋଲିସ ବର୍ଦ୍ଦିରେ କଳଙ୍କ। ପୋଲିସ ହେପାଜତରେ ଜଣେ ଯୁବକଙ୍କ ମୃତ୍ଯୁକୁ ନେଇ ତୀବ୍ର ଉତ୍ତେଜନା। ଶହ... The post ଉତ୍ତରପ୍ରଦେଶରେ ପୋଲିସ ହେପାଜତରେ ଯୁବକଙ୍କ ମୃତ୍ଯୁକୁ ନେଇ ତୀବ୍ର ଉତ୍ତେଜନା appeared first on .

ଉତ୍ତରପ୍ରଦେଶରେ ପୋଲିସ ହେପାଜତରେ ଯୁବକଙ୍କ ମୃତ୍ଯୁକୁ ନେଇ ତୀବ୍ର ଉତ୍ତେଜନା

ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶ ପୋଲିସ ବର୍ଦ୍ଦିରେ କଳଙ୍କ। ପୋଲିସ ହେପାଜତରେ ଜଣେ ଯୁବକଙ୍କ ମୃତ୍ଯୁକୁ ନେଇ ତୀବ୍ର ଉତ୍ତେଜନା। ଶହ ଶହ ଲୋକଙ୍କ ନାରାବାଜି। ଚିନହାଟ ପୋଲିସ ଥାନା ଅଞ୍ଚଳରେ ଘଟିଛି ଘଟଣା। ୩୨ ବର୍ଷ ବୟସ୍କ ଡ୍ରେସ ସପ୍ଲାୟର ମୋହିତ ପାଣ୍ଡେଙ୍କ ମୃତ୍ଯୁକୁ ନେଇ ବି ବଢିଛି ରାଜନୀତି। ସେପଟେ ଚିନାହାଟ ପୋଲିସ ଥାନା ଅଧିକାରୀ ଅବିନାଶ କୁମାର ଚତୁର୍ବେଦୀ ଓ ଅନ୍ଯ ୨ ଜଣଙ୍କ ବିରୋଧରେ ହତ୍ଯା ମାମଲା ରୁଜୁ ହୋଇଛି। ଗୋମତୀନଗରର ବୈଭବ କୁଣ୍ଡ ଅଞ୍ଚଳର ମୋହିତ ଏକ ଡ୍ରେସ ପ୍ରସ୍ତୁତ ୟୁନିଟ ଚଳାଉଥିଲେ ଏବଂ ଭାଇ ଶୋଭା ରାମଙ୍କ ସହ ବ୍ଯବସାୟ କରୁଥିଲେ। ଜଣେ ମାଲପରିବହନ କରୁଥିବା ଡ୍ରାଇଭରର ଅଭିଯୋଗ କ୍ରମେ ଗତ ଶୁକ୍ରବାର ଜୈନାବାଦରୁ ପୋଲିସ ମୋହିତଙ୍କୁ ଗିରଫ କରିଥିଲା।  ପରେ ଥାନାକୁ ଭାଇ ଶୋଭାରାମ ଯାଇଥିବାବେଳେ ତାଙ୍କୁ ମଧ୍ଯ ପୋଲିସ ଅଟକ ରଖିଥିଲା। ତେବେ ଥାନାରେ ଥିବାବେଳେ ମୋହିତଙ୍କ ସ୍ବାସ୍ଥ୍ଯାବସ୍ଥା ଗୁରୁତର ହୋଇଥିଲା ଏବଂ ପୋଲିସ ତାଙ୍କୁ ପ୍ରଥମେ ସିଏଚସି ଓ ପରେ RMLIMS ହସ୍ପିଟାଲକୁ ନେଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଏହି ଘଟଣାକୁ ନେଇ ତୀବ୍ର ଉତ୍ତେଜନା ସୃଷ୍ଟିହୋଇଥିଲା। ପରିବାର ଓ ସ୍ଥାନୀୟ ଲୋକେ ହାଜତ ମୃତ୍ଯୁ ଅଭିଯୋଗ କରି ହଙ୍ଗାମା ସୃଷ୍ଟିକରିଥିଲେ। ଭାଇ ଶୋଭାରାମ ଅଭିଯୋଗ କରିଛନ୍ତି- ଥାନାରେ ତାଙ୍କ ଭାଇଙ୍କୁ ପାଣି ବି ଦିଆଯାଇନଥିଲା। ଗୁରୁତର ଅବସ୍ଥାରେ ଥିବା ସତ୍ତ୍ବେ ତାଙ୍କୁ ମେଡିକାଲକୁ ନିଆଯାଇ ନଥିଲା। ପରିବାରକୁ ନ୍ୟାୟ ମିଳିବ ବୋଲି କହିଛନ୍ତି ପୋଲିସ କମିଶନର ଅମରେନ୍ଦ୍ର ସେନଗାର। ସେପଟେ ଏହି ଘଟଣାକୁ ନେଇ ରାଜ୍ଯ ସରକାରଙ୍କ ଉପରେ ବର୍ଷିଛନ୍ତି ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ।

The post ଉତ୍ତରପ୍ରଦେଶରେ ପୋଲିସ ହେପାଜତରେ ଯୁବକଙ୍କ ମୃତ୍ଯୁକୁ ନେଇ ତୀବ୍ର ଉତ୍ତେଜନା appeared first on .