ଇଭିଏମ୍‌ ଭଙ୍ଗାରୁଜା ମାମଲାରେ ପ୍ରଶାନ୍ତ ଜଗଦ୍ଦେବ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପୁଲିସ ଇଭିଏମ୍‌ ଭଙ୍ଗାରୁଜା ମାମଲାରେ ଗିରଫ କରିଛି। ଗିରଫ ପରେ ତାଙ୍କୁ ଖୋର୍ଦ୍ଧା କାରାଗାରକୁ ପଠାଇ ଦିଆଯାଇଛି। ବେଗୁନିଆ ନିର୍ବାଚନମଣ୍ଡଳୀ ରାଜସୁନାଖଳା ନିକଟ କାଉଁରିଆପାଟଣା ୧୧୪ ନଂ ବୁଥ୍‌ରେ ଇଭିଏମ୍‌ ଭଙ୍ଗାରୁଜା ଘଟଣାରେ ତାଙ୍କୁ ପୁଲିସ ଅଟକ ରଖିଥିଲା। ଶନିବାର ରାତିରେ ତାଙ୍କୁ ଗିରଫ କରି କାରାଗାର ପଠାଯାଇଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ସୂଚନା ଅନୁଯାୟୀ, ୧୧୪ ନମ୍ବର ଭୋଟ ଗ୍ରହଣ […]

ଇଭିଏମ୍‌ ଭଙ୍ଗାରୁଜା ମାମଲାରେ ପ୍ରଶାନ୍ତ ଜଗଦ୍ଦେବ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପୁଲିସ ଇଭିଏମ୍‌ ଭଙ୍ଗାରୁଜା ମାମଲାରେ ଗିରଫ କରିଛି। ଗିରଫ ପରେ ତାଙ୍କୁ ଖୋର୍ଦ୍ଧା କାରାଗାରକୁ ପଠାଇ ଦିଆଯାଇଛି। ବେଗୁନିଆ ନିର୍ବାଚନମଣ୍ଡଳୀ ରାଜସୁନାଖଳା ନିକଟ କାଉଁରିଆପାଟଣା ୧୧୪ ନଂ ବୁଥ୍‌ରେ ଇଭିଏମ୍‌ ଭଙ୍ଗାରୁଜା ଘଟଣାରେ ତାଙ୍କୁ ପୁଲିସ ଅଟକ ରଖିଥିଲା। ଶନିବାର ରାତିରେ ତାଙ୍କୁ ଗିରଫ କରି କାରାଗାର ପଠାଯାଇଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ସୂଚନା ଅନୁଯାୟୀ, ୧୧୪ ନମ୍ବର ଭୋଟ ଗ୍ରହଣ କେନ୍ଦ୍ରରେ ଇଭିଏମ ଭାଙ୍ଗିବା ସହ ପ୍ରିଜାଇଡିଂ ଓ ପୁଲିଂ ଅଧିକାରୀଙ୍କୁ ଆକ୍ରମଣ କରି ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କୁ ପ୍ରଥମେ ପୁଲିସ ଅଟକ ରଖି ପଚରାଉଚୁରା କରିଥିଲା। ସେ ନିଜ ଭୋଟ ଦାନ ସମୟରେ ଇଭିଏମକୁ ବାଡେଇ ଭାଙ୍ଗିବା ସହ କାର୍ଯ୍ୟରତ ପ୍ରିଜାଇଡିଂ ଓ ପୋଲିଂ ଅଧିକାରୀଙ୍କ ଉପରେ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ସେ ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ କାରରେ ଯାଉଥିବା ବେଳେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଅଟକ ରଖିଥିଲା ପୁଲିସ।