ଇରାକରେ ଫସିଛନ୍ତି ଓଡ଼ିଆ ଯୁବକ; ଉଦ୍ଧାର ପାଇଁ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତଙ୍କ ଉଦ୍ୟମ
ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ। ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଚିଠି ଲେଖିଛନ୍ତି ବୈଜୟନ୍ତ।
ଇରାକରେ ଫସିଥିବା ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ। ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଚିଠି ଲେଖିଛନ୍ତି ବୈଜୟନ୍ତ।
ପୁରୀ ଗଡ଼ିଶାଗୋଦା ଥାନା ବେଢାତଣ୍ଡୁଳର ବିମଳ ରଣଜିତ ଇରାକର ଏକ କଂପାନିରେ ଗତ ଫେବ୍ରୁଆରି ମାସରୁ କାମ କରିଆସୁଛନ୍ତି । ଏ ମଧ୍ୟରେ ତାଙ୍କ ଦେହ ଖରାପ ହୋଇପଡିଥିବା ବେଳେ, କଂପାନି କର୍ତ୍ତୃପକ୍ଷ ଚିକିତ୍ସା ସେବା ଯୋଗାଇ ଦେଉନଥିବା ଅଭିଯୋଗ ହୋଇଛି। ଏପରିକି ଭିସା ନବୀନକରଣ ନକରିବା ସହ ୪ମାସର ବକେୟା ଦେଇନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ପରିବାର ଲୋକ ଏନେଇ ବୈଜୟନ୍ତଙ୍କ ସହ ଯୋଗାଯୋଗ କରି ବିମଳଙ୍କୁ ଫେରାଇ ଆଣିବାକୁ ନିବେଦନ କରିଥିଲେ। ପରିବାର ଲୋକଙ୍କ ଅନୁରୋଧ ରକ୍ଷା କରି ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଇରାକ ସ୍ଥିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ନିବେଦନ କରିଛନ୍ତି ବୈଜୟନ୍ତ ।