ନବୀନଙ୍କୁ କଡ଼ା ସମାଲୋଚନା କରି ଏମିତି କହିଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ୱର,୨୫।୯: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବୁଧବାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି,ଓଡ଼ିଆ କଷ୍ଟ ପାଇଲେ ସରକାର ବଦଳାଇବେ। ଭୋଟ ପାଇଁ ହୀନ ଚକ୍ରାନ୍ତରେ ନବୀନ ନିଜେ ଫସିଗଲେ। ନବୀନଙ୍କ ୨୪ ବର୍ଷର ଶାସନ ରାଜ୍ୟକୁ ବିକାଶ ବଦଳରେ ଧ୍ବଂସ କରିଦେଲା। ନିର୍ବାଚନ ଫଳାଫଳ ଆସିବାର ଇତିମଧ୍ୟରେ ୩ ମାସ ବିତିଗଲାଣି। ୨୪ ବର୍ଷର ବିଜେଡି ଗାଦିକୁ ହଟାଇ ଭାଜପା ପ୍ରଥମଥର ପାଇଁ ରାଜ୍ୟରେ ସରକାର ଗଢିଛି। ଏବେ ବି ବିଜେଡି ପରାଜୟର […] The post ନବୀନଙ୍କୁ କଡ଼ା ସମାଲୋଚନା କରି ଏମିତି କହିଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ appeared first on Dharitri Odia News.
ଭୁବନେଶ୍ୱର,୨୫।୯: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବୁଧବାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି,ଓଡ଼ିଆ କଷ୍ଟ ପାଇଲେ ସରକାର ବଦଳାଇବେ। ଭୋଟ ପାଇଁ ହୀନ ଚକ୍ରାନ୍ତରେ ନବୀନ ନିଜେ ଫସିଗଲେ। ନବୀନଙ୍କ ୨୪ ବର୍ଷର ଶାସନ ରାଜ୍ୟକୁ ବିକାଶ ବଦଳରେ ଧ୍ବଂସ କରିଦେଲା।
ନିର୍ବାଚନ ଫଳାଫଳ ଆସିବାର ଇତିମଧ୍ୟରେ ୩ ମାସ ବିତିଗଲାଣି। ୨୪ ବର୍ଷର ବିଜେଡି ଗାଦିକୁ ହଟାଇ ଭାଜପା ପ୍ରଥମଥର ପାଇଁ ରାଜ୍ୟରେ ସରକାର ଗଢିଛି। ଏବେ ବି ବିଜେଡି ପରାଜୟର କାରଣ ଖୋଜୁଛି। ନିର୍ବାଚନ ହାରିବା ପରେ ବିଜେଡିରେ ବିଦ୍ରୋହ ମୁଣ୍ଡ ଟେକୁଛି । ବିଜେଡି ନେତା ଖୋଲାଖୋଲି ଦଳର ଭିତିରି କଥା ପଦାକୁ ଆଣିଛନ୍ତି। ନିକଟରେ ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ଦଳର ପରାଜୟ ଉପରେ ଖୋଲାଖୋଲି ନିଜ ମନ୍ତବ୍ୟ ରଖିଛନ୍ତି।
ସେ କହିଛନ୍ତି, ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ନ ବୁଲିବା କାରଣରୁ ବିଜେଡିର ପରାଜୟବରଣ କରିଛି। ବିଜେଡିର ସବୁ ସ୍ଥାନରେ ଭୋଟ ଅଛି, କିନ୍ତୁ ନବୀନ ବୁଲିଲେନି। ନବୀନ ସମୟ ଦେଇ ନ ପାରିବାରୁ କିଛି ସ୍ଥାନରେ ସଂଗଠନ କ୍ଷତିଗ୍ରସ୍ତ ହେଲା। ସେ ଆଉଥରେ ବୁଲିଲେ ସଂଗଠନ ଫେରିଆସିବ ବୋଲି ଆଶା ରହିଛି।
ଏହାପୂର୍ବରୁ ବିଜେଡି ନେତା ପ୍ରଦୀପ ମାଝୀ ବିଜେଡି ପରାଜୟ ପାଇଁ ୩ କାରଣକୁ ଦାୟୀ କରିଛନ୍ତି। ନିର୍ବାଚନ ପୂର୍ବରୁ ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା, ଦଳ ମଧ୍ୟରେ ଥିବା ଅନ୍ତଃକନ୍ଦଳ। ଖରାପ ନିର୍ବାଚନ ପରିଚାଳନାକୁ ସେ ପରାଜୟର ମୁଖ୍ୟ କାରଣ ବୋଲି ସ୍ବୀକାର କରିଛନ୍ତି।
ସୂଚନାଯୋଗ୍ୟ,ଗତ ନିର୍ବାଚନରେ ବିଜେଡିର ବଡ଼ ପରାଜୟ ପରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ନେତାଙ୍କ ସହ ପ୍ରାୟତଃ ଆଲୋଚନା କରୁଛନ୍ତି। ଦଳର ପରାଜୟ ପାଇଁ ନେତାମାନେ ବିଭିନ୍ନ କାରଣକୁ ଦାୟୀ କରିଛନ୍ତି। ନବରଙ୍ଗପୁର ଓ କଳାହାଣ୍ଡି ଜିଲା ସାଙ୍ଗଠନିକ ବିଜେଡି କାର୍ଯ୍ୟକର୍ତ୍ତା ସମ୍ମିଳନୀ ଶଙ୍ଖଭବନରେ ଅନୁଷ୍ଠିତ ହୋଇଛି। ବିଭିନ୍ନ ସାଂଗଠନିକ ଜିଲାର କର୍ମକର୍ତ୍ତା ଓ ନେତାଙ୍କୁ ଡାକି ସମୀକ୍ଷା କରୁଥିବା ନବୀନଙ୍କୁ ଦଳ ପରାଜୟର କାରଣ ନେତାମାନେ ଅବଗତ କରୁଥିବା ଦେଖିବାକୁ ମିଳିଛି। ଆଦିବାସୀ ନେତା ପ୍ରଦୀପ ମାଝୀ ସମୀକ୍ଷା ବୈଠକରେ ଦଳ ପରାଜୟର ଯେଉଁ ସବୁ କାରଣ ନବୀନଙ୍କୁ ଅବଗତ କରାଇଛନ୍ତି ତାହାକୁ ଚର୍ଚ୍ଚା ଜୋର ଧରିଛି।
The post ନବୀନଙ୍କୁ କଡ଼ା ସମାଲୋଚନା କରି ଏମିତି କହିଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ appeared first on Dharitri Odia News.