ଇରାକରେ ସମଲିଙ୍ଗୀ ସମ୍ପର୍କ ଅପରାଧ, ସଂସଦରେ ବିଲ୍ ପାସ୍, ଅମାନ୍ୟ କଲେ ୧୫ ବର୍ଷ ଜେଲ୍

ବାଗ୍‌ଦାଦ, ୨୯/୪: ଇରାକରେ ସମଲିଙ୍ଗୀ ସମ୍ପର୍କ ଅପରାଧ । ଏହାକୁ ଅପରାଧୀକରଣ କରିବା ଲାଗି ସଂସଦରେ ବିଲ୍‌ ପାରିତ ହୋଇଛି । ସମଲିଙ୍ଗୀ ସମ୍ପର୍କ  ରଖିଥିବା ବ୍ୟକ୍ତିଙ୍କୁ ୧୦ରୁ ୧୫ ବର୍ଷ ପର୍ଯ୍ୟନ୍ତ  ଜେଲଦଣ୍ଡ ହୋଇପାରେ ବୋଲି ଏଥିରେ ପ୍ରାବଧାନ ରହିଛି । ଏହି ଆଇନକୁ ସମର୍ଥନ  କରୁଥିବା ଇରାକ କହିଛନ୍ତି, ନୂଆ କାନୁନ ଦ୍ୱାରା ଦେଶର ଧାର୍ମିକ ଭାବନା ସୁରକ୍ଷିତ ରହିପାରିବ । ଆଇନରେ ଆହୁରି ରହିଛି ଯେ, ଇରାକରେ ସମଲୈଙ୍ଗିକତା କିମ୍ବା ଗଣିକାବୃତ୍ତିକୁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତି ଏବଂ ଲିଙ୍ଗ ପରିବର୍ତ୍ତନ କରୁଥିବା ଡାକ୍ତରଙ୍କୁ ମଧ୍ୟ ଜେଲରେ ଭର୍ତ୍ତି କରାଯିବ ।  ଜାଣିଶୁଣି ମହିଳାଙ୍କ ପରି ବ୍ୟବହାର କରୁଥିବା ପୁରୁଷ, ୱାଇଫ୍‌ ସ୍ୱାଇପ୍‌ ବା ସ୍ତ୍ରୀଙ୍କୁ ଅଦଳବଦଳ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ନୂଆ ଆଇନ ବଳରେ ଦଣ୍ଡିତ କରାଯିବ । ସମଲିଙ୍ଗୀ  ସମ୍ପର୍କକୁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତିଙ୍କ ପାଇଁ ୭ ବର୍ଷ ଜେଲଦଣ୍ଡର ପ୍ରାବଧାନ ରହିଛି ।ଇରାକରେ ୧୯୮୦ ମସିହାର ଗଣିକା ବୃତ୍ତି ସମ୍ବନ୍ଧୀୟ ଆଇନରେ ପରିବର୍ତ୍ତନ କରାଯାଇ  ସେଥିରେ ସମଲିଙ୍ଗୀ ସମ୍ପର୍କ ପାଇଁ ମୃତ୍ୟୁ ଦଣ୍ଡାଦେଶ ଯୋଡ଼ା ଯାଇଥିଲା । ଏହାକୁ  ଆମେରିକା ସମେତ ଅନେକ ପାଶ୍ଚାତ୍ୟ ଦେଶ ବିରୋଧରେ କରିବା ପରେ ଏଥିରେ ପୁଣି ସଂଶୋଧନ କରାଯାଇଛି । ଇରାକ୍ ସାଂସଦ ଆମିର-ଅଲ୍‌-ମାମୁରି କହିଛନ୍ତି,   ଇସ୍‌ଲାମ ଏବଂ ସାମାଜିକ ମୂଲ୍ୟବୋଧ ବିରୋଧରେ ଯାଉଥିବା ବ୍ୟକ୍ତିଙ୍କ ଉପ

ଇରାକରେ ସମଲିଙ୍ଗୀ ସମ୍ପର୍କ ଅପରାଧ, ସଂସଦରେ ବିଲ୍ ପାସ୍, ଅମାନ୍ୟ କଲେ ୧୫ ବର୍ଷ ଜେଲ୍

ବାଗ୍‌ଦାଦ, ୨୯/୪: ଇରାକରେ ସମଲିଙ୍ଗୀ ସମ୍ପର୍କ ଅପରାଧ । ଏହାକୁ ଅପରାଧୀକରଣ କରିବା ଲାଗି ସଂସଦରେ ବିଲ୍‌ ପାରିତ ହୋଇଛି । ସମଲିଙ୍ଗୀ ସମ୍ପର୍କ  ରଖିଥିବା ବ୍ୟକ୍ତିଙ୍କୁ ୧୦ରୁ ୧୫ ବର୍ଷ ପର୍ଯ୍ୟନ୍ତ  ଜେଲଦଣ୍ଡ ହୋଇପାରେ ବୋଲି ଏଥିରେ ପ୍ରାବଧାନ ରହିଛି । ଏହି ଆଇନକୁ ସମର୍ଥନ  କରୁଥିବା ଇରାକ କହିଛନ୍ତି, ନୂଆ କାନୁନ ଦ୍ୱାରା ଦେଶର ଧାର୍ମିକ ଭାବନା ସୁରକ୍ଷିତ ରହିପାରିବ । ଆଇନରେ ଆହୁରି ରହିଛି ଯେ, ଇରାକରେ ସମଲୈଙ୍ଗିକତା କିମ୍ବା ଗଣିକାବୃତ୍ତିକୁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତି ଏବଂ ଲିଙ୍ଗ ପରିବର୍ତ୍ତନ କରୁଥିବା ଡାକ୍ତରଙ୍କୁ ମଧ୍ୟ ଜେଲରେ ଭର୍ତ୍ତି କରାଯିବ ।  ଜାଣିଶୁଣି ମହିଳାଙ୍କ ପରି ବ୍ୟବହାର କରୁଥିବା ପୁରୁଷ, ୱାଇଫ୍‌ ସ୍ୱାଇପ୍‌ ବା ସ୍ତ୍ରୀଙ୍କୁ ଅଦଳବଦଳ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ନୂଆ ଆଇନ ବଳରେ ଦଣ୍ଡିତ କରାଯିବ । ସମଲିଙ୍ଗୀ  ସମ୍ପର୍କକୁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତିଙ୍କ ପାଇଁ ୭ ବର୍ଷ ଜେଲଦଣ୍ଡର ପ୍ରାବଧାନ ରହିଛି ।

ଇରାକରେ ୧୯୮୦ ମସିହାର ଗଣିକା ବୃତ୍ତି ସମ୍ବନ୍ଧୀୟ ଆଇନରେ ପରିବର୍ତ୍ତନ କରାଯାଇ  ସେଥିରେ ସମଲିଙ୍ଗୀ ସମ୍ପର୍କ ପାଇଁ ମୃତ୍ୟୁ ଦଣ୍ଡାଦେଶ ଯୋଡ଼ା ଯାଇଥିଲା । ଏହାକୁ  ଆମେରିକା ସମେତ ଅନେକ ପାଶ୍ଚାତ୍ୟ ଦେଶ ବିରୋଧରେ କରିବା ପରେ ଏଥିରେ ପୁଣି ସଂଶୋଧନ କରାଯାଇଛି । ଇରାକ୍ ସାଂସଦ ଆମିର-ଅଲ୍‌-ମାମୁରି କହିଛନ୍ତି,   ଇସ୍‌ଲାମ ଏବଂ ସାମାଜିକ ମୂଲ୍ୟବୋଧ ବିରୋଧରେ ଯାଉଥିବା ବ୍ୟକ୍ତିଙ୍କ ଉପରେ ଲଗାମ୍ ଲଗାଇବା ଲାଗି ଏହି ଆଇନ  ଜରୁରି ଥିଲା । ତେବେ ଇରାକର ଏହି  ଆଇନକୁ ଆମେରିକା ଏବଂ ୟୁରୋପୀୟ  ସଂଘ ବିରୋଧ କରିଛି । ଆମେରିକା ବିଦେଶ  ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏପରି   ଆଇନ ମାନବାଧିକାରର ଉଲ୍ଲଂଘନ । ଏହାର   ପ୍ରଭାବ ଇରାକର ଅର୍ଥନୀତି ଏବଂ ବିଦେଶୀ   ନିବେଶ ଉପରେ ପଡ଼ିବ ।

ବ୍ରିଟେନ ବିଦେଶ  ମନ୍ତ୍ରୀ ଡେଭିଡ୍‌ କ୍ୟାମରୁନ କହିଛନ୍ତି, ଏହି ଆଇନ ବିପଜ୍ଜନକ ଏବଂ ଚିନ୍ତାଜନକ ମଧ୍ୟ ।  କୌଣସି ବ୍ୟକ୍ତିଙ୍କୁ ତାଙ୍କ ଲିଙ୍ଗଗତ ପରିଚୟ  ଆଧରରେ ଟାର୍ଗେଟ କରାଯାଇପାରିବ ନାହିଁ । ଇରାକ୍ ସରକାର ଦେଶର ସବୁ ନାଗରିକଙ୍କ ମାନବାଧିକାର ଏବଂ ସ୍ୱାଧୀନତାକୁ ବଜାୟ  ରଖିବାକୁ ସେ ଅପିଲ୍ କରିଛନ୍ତି । ଭାରତ  ସମେତ ଅନେକ ଦେଶରେ ଏଲ୍‌ଜିବିଟିକ୍ୟୁ  ସମୁଦାୟ ବିବାହ ଅଧିକାର ପାଇଁ ଲଢ଼େଇ  କରୁଛନ୍ତି । ଦୀର୍ଘ ଦିନର ସଂଘର୍ଷ ପରେ ଫ୍ରାନ୍ସ,   ଜର୍ମାନୀ, ବେଲ୍‌ଜିୟମ, ଆମେରିକା ସମେତ  ଦୁନିଆର ୩୧ ଦେଶରେ ସମଲିଙ୍ଗୀ ବିବାହକୁ  ଆଇନଗତ ମାନ୍ୟତା ମିଳିଛି । ଭାରତରେ  ୨୦୧୮ରେ ସୁପ୍ରିମକୋର୍ଟ ସମଲିଙ୍ଗୀ ସମ୍ପର୍କକୁ  ଅପରାଧମୁକ୍ତ କରିଥିଲେ ହେଁ ଏ ଯାଏ  ବିବାହ ପାଇଁ ଅନୁମତି ମିଳିନି ।