ଇରାନ ଉପରେ ଆମେରିକାର ଆକ୍ରମଣ ପରେ ଏକ୍ ହେଉଛନ୍ତି ମଧ୍ଯପ୍ରାଚ୍ୟର ସମସ୍ତ ଇସଲାମିକ ରାଷ୍ଟ୍ର

ନନ୍ଦିଘୋଷ ବ୍ୟୁରୋ: ଇରାନ ଉପରେ ଆମେରିକାର ଆକ୍ରମଣ ପରେ ମଧ୍ଯପ୍ରାଚ୍ୟର ସମସ୍ତ ଇସଲାମିକ ରାଷ୍ଟ୍ର ଆମେରିକା ବିରୋଧରେ ଏକ ହେବାରେ... The post ଇରାନ ଉପରେ ଆମେରିକାର ଆକ୍ରମଣ ପରେ ଏକ୍ ହେଉଛନ୍ତି ମଧ୍ଯପ୍ରାଚ୍ୟର ସମସ୍ତ ଇସଲାମିକ ରାଷ୍ଟ୍ର appeared first on .

ଇରାନ ଉପରେ ଆମେରିକାର ଆକ୍ରମଣ ପରେ ଏକ୍ ହେଉଛନ୍ତି ମଧ୍ଯପ୍ରାଚ୍ୟର ସମସ୍ତ ଇସଲାମିକ ରାଷ୍ଟ୍ର

ନନ୍ଦିଘୋଷ ବ୍ୟୁରୋ: ଇରାନ ଉପରେ ଆମେରିକାର ଆକ୍ରମଣ ପରେ ମଧ୍ଯପ୍ରାଚ୍ୟର ସମସ୍ତ ଇସଲାମିକ ରାଷ୍ଟ୍ର ଆମେରିକା ବିରୋଧରେ ଏକ ହେବାରେ ଲାଗିଛନ୍ତି। ଆମେରିକାକୁ ଯାଉଥିବା ପଣ୍ୟବାହୀ ଓ ତୈଳବାହୀ ଜାହାଜଗୁଡ଼ିକ ଯେପରି ନପହଞ୍ଚିପାରିବ ସେଥିପାଇଁ ସମସ୍ତ ଜଳପଥଗୁଡ଼ିକରେ କବଜା କରିଲେଣି। ଇରାନ ଦେଇ ଯାଇଥିବା ହର୍ମୁଜ ଷ୍ଟ୍ରେଟ ସମ୍ପୂର୍ଣ୍ଣ ଏବେ ଇରାନ କବଜାରେ। ଏହି ଚାନେଲ ଦେଇ ମଧ୍ଯପ୍ରାଚ୍ୟରୁ ଆମେରିକା ୨୬ ପ୍ରତିଶତ ଅଶୋଧିତ ତୈଳ ପରିବହନ କରିଥାଏ। ଏବେ ଏହି ଚାନେଲ ଇରାନ କବଜାରେ ଥିବାରୁ ଆମେରିକାକୁ ପଣ୍ୟବାହୀ ଓ ତୈଳବାହୀ ଜାହାଜ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।

ଇରାନକୁ ଲାଗିଥିବା ଇସଲାମିକ ରାଷ୍ଟ୍ର ୟେମେନ ମଧ୍ୟ ଆମେରିକାକୁ ଅର୍ଥନୈତିକ ସ୍ତରରେ ଦୁର୍ବଳ କରିବାକୁ କରିଛି ଯୋଜନା। ଡୋନାଲଡ ଟ୍ରମ୍ପଙ୍କ ଏକପାଖିଆ ଦାଦାଗିରିକୁ କଡ଼ା ଜବାବ ଦେବା ପାଇଁ ଆମେରିକାକୁ ଦେଇଛି ଚେତାବନୀ। ୟେମେନ କବଜାରେ ଥିବା ଲୋହିତ ସାଗରରେ ଆମେରିକାର ଯୁଦ୍ଧପୋତ ଓ ପଣ୍ୟବାହୀ ଜାହାଜ ଡେରା ପକାଇଛନ୍ତି। ଏହାକୁ ତୁରନ୍ତ ଲୋହିତ ସାଗରରୁ ହଟାଇବାକୁ ଆମେରିକାକୁ କହିଛି ୟେମେନ। ଏହି ସବୁ ଜାହାଜ ନହଟାଇଲେ ସମସ୍ତ ଯୁଦ୍ଧପୋତ ଓ ପଣ୍ଯବାହୀ ଜାହାଜକୁ ଧ୍ବଂସ କରିଦେବାକୁ ଆମେରିକାକୁ ଚେତାବନୀ ଦେଇଛି ୟେମେନ। ଏହା ସହ ଇରାନ ସମର୍ଥନରେ ବଳୀୟାନ ଦୁର୍ଦ୍ଧର୍ଷ ଆତଙ୍କବାଦୀ ସଂଗଠନ ହାଉଥି ବି ଖୋଲାଖୋଲି ଆମେରିକା ବିରୋଧରେ ଯୁଦ୍ଧ ଡାକରା ଦେଇଛି। ଗୋଟିଏ ପଟେ ହର୍ମୁଜ ଚାନେଲ ଓ ଅନ୍ୟପଟେ ଲୋହିତ ସାଗରରେ ପରିବହନ ବାଧାପ୍ରାପ୍ତ ହେବା ଯୋଗୁ ଆମେରିକା ମଧ୍ୟପ୍ରାଚ୍ୟରୁ ତୈଳ ଆଣିବା ସମ୍ଭବ ହେବ ନାହିଁ।

The post ଇରାନ ଉପରେ ଆମେରିକାର ଆକ୍ରମଣ ପରେ ଏକ୍ ହେଉଛନ୍ତି ମଧ୍ଯପ୍ରାଚ୍ୟର ସମସ୍ତ ଇସଲାମିକ ରାଷ୍ଟ୍ର appeared first on .