ଇରାନ ଉପରେ ଇସ୍ରାଏଲର ଆକ୍ରମଣ ମାମଲା, ଏରୋସ୍ପେସ୍ ଉଲ୍ଲଂଘନ ଅଭିଯୋଗ ନେଇ UN ପହଞ୍ଚିଲା ଇରାକ
ତେଲଆଭିଭ ୨୮।୧୦: ଇସ୍ରାଏଲ ବିରୋଧରେ ଇରାକ୍ ଜାତିସଂଘ (ୟୁଏନ)ରେ ଅଭିଯୋଗ କରିଛି। ଇରାକ୍ ସୋମବାର କହିଛି ଯେ ଇସ୍ରାଏଲ ଯୁଦ୍ଧବିମାନ ତାର ଏରୋସ୍ପେସ୍ ଉଲ୍ଲଂଘନ କରିଛନ୍ତି, ଯାହା ଅନ୍ତର୍ଜାତୀୟ ଆଇନର ଗୁରୁତର ଉଲ୍ଲଂଘନ। ହିଜବୁଲ ମୁଖ୍ୟ ନସରଲ୍ଲାର ମୃତ୍ୟୁ ପରେ ଇରାନ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା। ଏହାର ଜବାବରେ ଇସ୍ରାଏଲ ଗତ ଶନିବାର ନିଜ ଯୁଦ୍ଧ ବିମାନ ପଠାଇ ଇରାନର ସୈନ୍ୟ ଘାଟିମାନଙ୍କୁ ଟାର୍ଗେଟ୍ କରିଛି। ନ୍ୟୁଜ ଏଜେନ୍ସୀ ଅନୁସାରେ ଇରାକ ସରକାର ସୋମବାର ଏରୋସ୍ପେସ୍ ଉଲ୍ଲଂଘନ ମାମଲାରେ ୟୁଏନ ଜେନେରାଲ ସେକ୍ରେଟାରୀ ଆଣ୍ଟୋନିୟୋ ଗୁଟେରସଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଇରାକ ମୁଖପାତ୍ର ବସିମ ଅଲାୱାଦୀ କହିଛନ୍ତି ଯେ ଗୁଟେରସଙ୍କୁ ଲେଟର ଅଫ କମ୍ପ୍ଲିଆଣ୍ଟ ଲେଖି ଆମେ ସ୍ଥିତି ସମ୍ପର୍କରେ ସୂଚିତ କରିଛୁ। ୨୬ ଅକ୍ଟୋବର ଇରାନ ଆକ୍ରମଣ ନିମନ୍ତେ ଜିଓନୀ (ଇସ୍ରାଏଲୀ) ଯୁଦ୍ଧ ବିମାନମାନେ ଆମର ଏରୋସ୍ପେସ୍ ଓ ସାର୍ବଭୌମତ୍ୱର ଘୋର ଉଲ୍ଲଂଘନ କରିଛନ୍ତି। ଇରାନ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରଖୁଥିବା ଇରାକ୍ ଇସ୍ରାଏଲକୁ ଏକ ଦେଶ ରୂପେ ମାନ୍ୟତା ଦିଏ ନାହିଁ, ସେ ଏହାକୁ ଏକ ଇୟୁଦୀ ରାଷ୍ଟ୍ର ବା ଜିୟୋନୀ ୟୁନିଟ୍ ଭାବେ ଦର୍ଶାଏ। ଇରାନ ଆକ୍ରମଣର ଜବାବ ଦେବା ପାଇଁ ପାଖାପାଖି ଇସ୍ରାଏଲର ୧୦୦ଟି ଯୁଦ୍ଧବିମାନ ଗତ ଶନିବାର ଇରାନ ଉପରେ ଜୋରଦାର ଆକ୍ରମଣ କରିଥିଲେ। ତେବେ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ କହିଥି
ତେଲଆଭିଭ ୨୮।୧୦: ଇସ୍ରାଏଲ ବିରୋଧରେ ଇରାକ୍ ଜାତିସଂଘ (ୟୁଏନ)ରେ ଅଭିଯୋଗ କରିଛି। ଇରାକ୍ ସୋମବାର କହିଛି ଯେ ଇସ୍ରାଏଲ ଯୁଦ୍ଧବିମାନ ତାର ଏରୋସ୍ପେସ୍ ଉଲ୍ଲଂଘନ କରିଛନ୍ତି, ଯାହା ଅନ୍ତର୍ଜାତୀୟ ଆଇନର ଗୁରୁତର ଉଲ୍ଲଂଘନ। ହିଜବୁଲ ମୁଖ୍ୟ ନସରଲ୍ଲାର ମୃତ୍ୟୁ ପରେ ଇରାନ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା। ଏହାର ଜବାବରେ ଇସ୍ରାଏଲ ଗତ ଶନିବାର ନିଜ ଯୁଦ୍ଧ ବିମାନ ପଠାଇ ଇରାନର ସୈନ୍ୟ ଘାଟିମାନଙ୍କୁ ଟାର୍ଗେଟ୍ କରିଛି।
ନ୍ୟୁଜ ଏଜେନ୍ସୀ ଅନୁସାରେ ଇରାକ ସରକାର ସୋମବାର ଏରୋସ୍ପେସ୍ ଉଲ୍ଲଂଘନ ମାମଲାରେ ୟୁଏନ ଜେନେରାଲ ସେକ୍ରେଟାରୀ ଆଣ୍ଟୋନିୟୋ ଗୁଟେରସଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଇରାକ ମୁଖପାତ୍ର ବସିମ ଅଲାୱାଦୀ କହିଛନ୍ତି ଯେ ଗୁଟେରସଙ୍କୁ ଲେଟର ଅଫ କମ୍ପ୍ଲିଆଣ୍ଟ ଲେଖି ଆମେ ସ୍ଥିତି ସମ୍ପର୍କରେ ସୂଚିତ କରିଛୁ। ୨୬ ଅକ୍ଟୋବର ଇରାନ ଆକ୍ରମଣ ନିମନ୍ତେ ଜିଓନୀ (ଇସ୍ରାଏଲୀ) ଯୁଦ୍ଧ ବିମାନମାନେ ଆମର ଏରୋସ୍ପେସ୍ ଓ ସାର୍ବଭୌମତ୍ୱର ଘୋର ଉଲ୍ଲଂଘନ କରିଛନ୍ତି।
ଇରାନ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରଖୁଥିବା ଇରାକ୍ ଇସ୍ରାଏଲକୁ ଏକ ଦେଶ ରୂପେ ମାନ୍ୟତା ଦିଏ ନାହିଁ, ସେ ଏହାକୁ ଏକ ଇୟୁଦୀ ରାଷ୍ଟ୍ର ବା ଜିୟୋନୀ ୟୁନିଟ୍ ଭାବେ ଦର୍ଶାଏ। ଇରାନ ଆକ୍ରମଣର ଜବାବ ଦେବା ପାଇଁ ପାଖାପାଖି ଇସ୍ରାଏଲର ୧୦୦ଟି ଯୁଦ୍ଧବିମାନ ଗତ ଶନିବାର ଇରାନ ଉପରେ ଜୋରଦାର ଆକ୍ରମଣ କରିଥିଲେ। ତେବେ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ କହିଥିଲେ ଯେ ଇସ୍ରାଏଲ ଯୁଦ୍ଧବିମାନ ଇରାନ ପରମାଣୁ କେନ୍ଦ୍ର ଅଥବା ତୈଳ ଫାସେଲିଟିକୁ ଟାର୍ଗେଟ କରି ନାହାନ୍ତି, ବରଂ ସୈନ୍ୟ ଓ ଯୁଦ୍ଧ ସାମଗ୍ରୀ ନିର୍ମାଣ କରୁଥିବା କାରଖାନାଗୁଡିକୁ ଟାର୍ଗେଟ୍ କରିଥିଲେ।
ଏହି ଆକ୍ରମଣ ପରେ ଇରାନ ସର୍ବୋଚ୍ଚ ନେତା ଅଲ୍ଲୀ ଖାମେନେଇ କହିଛନ୍ତି ଯେ ଆମେ ଇସ୍ରାଏଲର ଆକ୍ରମଣକୁ ଅଧିକ ବଢେଇ ଚଢେଇ ନ କହିଲେ ମଧ୍ୟ ଏହାକୁ ଆମେ କମ୍ ମଧ୍ୟ ଆଙ୍କି ପାରିବାନି। ଏଥିରେ ଯାହା ବି କ୍ଷତି ହୋଇଛି ତାର ସଠିକ ସୂଚନା ଦିଆଯିବା ଦରକାର। ଖାମେନେଇ ଏହି ଆକ୍ରମଣର ଇରାନ କିପରି ଜବାବ ଦେବ ସେ ସମ୍ପର୍କରେ କହିଛି କହିନଥିଲେ ମଧ୍ୟ ଇରାନ କିନ୍ତୁ ଏହାର ନିଶ୍ଚିତ ଜବାବ ଦେବ ବୋଲି କହିଛନ୍ତି। ତେବେ ଏହି ଜବାବ କେଉଁ ପ୍ରକାରର ହେବ ତାହା ଇରାନ ସରକାର ନିର୍ଦ୍ଧାରଣ କରିବେ ।
ଅନ୍ୟପଟେ ଆକ୍ରମଣ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ କହିଛନ୍ତି ଯେ ଇରାନ ଯେତେବେଳେ ଆମ ଉପରେ ଆକ୍ରମଣ କଲା ସେତେବେଳେ ଆମେ ସାରା ବିଶ୍ୱ ଓ ନିଜକୁ ଏହି ଆକ୍ରମଣର ଜବାବ ଦେବୁ ବୋଲି ସଂକଳ୍ପ କରିଥିଲୁ। ଆମେ ଆମର ସଂକଳ୍ପ ପୁରା କରିଛୁ। ଇସ୍ରାଏଲ ସେନା ଦ୍ୱାରା ଇରାନ ଉପରେ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସଠିକ ଓ ଶକ୍ତିଶାଳୀ ଥିଲା। ଏହି ଆକ୍ରମଣରେ ଇରାନର ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି ଆକ୍ରମଣ ପରେ ଆମେରିକା ଓ ଇସ୍ରାଏଲ ଉଭୟ ଇରାନକୁ ଧମକ ଦେଇ କହିଛନ୍ତି ଯେ ଯଦି ସେ ଏହା ପରେ ପ୍ରତିଶୋଧାତ୍ମକ କାର୍ଯ୍ୟାନୁଷ୍ଠାନ କରେ ତେବେ ଏଥି ପାଇଁ ବହୁ ମୂଲ୍ୟ ଦେବାକୁ ପଡିବ।