ଇରାନ ଉପରେ ପରମାଣୁ ଅସ୍ତ୍ର ପ୍ରୟୋଗ କରିଥାନ୍ତା ଇସ୍ରାଏଲ; ଲିକ୍ ଗୁଇନ୍ଦା ତଥ୍ୟରୁ ବଡ଼ ଖୁଲାସା
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଆମେରିକାର ଗୁଇନ୍ଦା ତଥ୍ୟ ଲିକ୍ ହେବା ପରେ ସଂଘାତିକ୍ ଷଡ଼ଯନ୍ତ୍ର ସାମ୍ନାକୁ ଆସିଛି । ଇସ୍ରାଏଲ କୌଣସି ମିସାଇଲ ମାଧ୍ୟମରେ ଇରାନ ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲା । ଏହା ମଧ୍ୟମ ଧରଣର ଦୂରଗାମୀ ବାଲାଷ୍ଟିକ୍ ମିସାଇଲ୍ ଜେରିକୋ-୨ ବୋଲି କୁହାଯାଉଛି । ଇସ୍ରାଏଲ ଅକ୍ଟୋବର ୧୬ ତାରିଖରେ ଏହି କ୍ଷେପଣାସ୍ତ୍ର ଯୋଗେ ଇରାନକୁ ଟାର୍ଟେଟ୍ କରିବାକୁ ଯୋଜନା କରିଥିଲା । ମାତ୍ର ଏଥିରେ ଅଣବିକ ଅସ୍ତ୍ର ନଥିଲା । ଇସ୍ରାଏଲ ଯୁଦ୍ଧର ଗୁପ୍ତ ପ୍ଲାନ୍ ଲିକ୍ ହେବା ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ, ଇସ୍ରାଏଲ ସେନା ଜେରିକୋ ମିସାଇଲରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଲେସ୍ କରି ଇରାନ ଉପରେ ହମଲା କରିଥାନ୍ତା । ଇସ୍ରାଏଲ ନିକଟରେ ଅତ୍ୟାଧୁନିକ ଜେରିକୋର ମିସାଇଲର ତିନୋଟି ଭାରିଆଣ୍ଟ ରହିଛି । ଏହାର ଲକ୍ଷ୍ୟଭେଦ କ୍ଷମତା ଯଥାକ୍ରମେ- ୫୦୦ କିଲୋମିଟର, ୧୫୦୦ କି.ମି ଏବ ୪୮୦୦ କି.ମି । ଏହି ତିନି ବାଲଷ୍ଟିକ୍ ମିସାଇଲର ଆକାର ମଧ୍ୟ ଭିନ୍ନ ଭିନ୍ନ । ରେଞ୍ଜ୍ ଓ ସ୍ପିଡ୍ ମଧ୍ୟ ଭିନ୍ନ । ସମସ୍ତ ତିନି ପ୍ରକାରର ମିସାଇଲ୍ ହାଇପରସୋନିକ୍ ବେଗରେ ଟାର୍ଗେଟକୁ ହିଟ୍ କରିପାରିବ ।ଜେରିକୋ-୨ ମିସାଇଲକୁ ଇସ୍ରାଏଲ ଅପ୍ଗ୍ରେଡ୍ ମଧ୍ୟ କରିଛି । ଆମେରିକା ପରସାଇନିଂ-୨ ମିସାଇଲ୍ ବିକ୍ରି କରିବାକୁ ମନା କରିବା ପରେ ଏହାକୁ ଇସ୍ରାଏଲ୍ ଡେଭଲପ୍ କରିବା ଆରମ୍ଭ କରିଥିଲା । ଜେରିକୋ-୨ ମିସାଇଲ୍ ୧୯
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଆମେରିକାର ଗୁଇନ୍ଦା ତଥ୍ୟ ଲିକ୍ ହେବା ପରେ ସଂଘାତିକ୍ ଷଡ଼ଯନ୍ତ୍ର ସାମ୍ନାକୁ ଆସିଛି । ଇସ୍ରାଏଲ କୌଣସି ମିସାଇଲ ମାଧ୍ୟମରେ ଇରାନ ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲା । ଏହା ମଧ୍ୟମ ଧରଣର ଦୂରଗାମୀ ବାଲାଷ୍ଟିକ୍ ମିସାଇଲ୍ ଜେରିକୋ-୨ ବୋଲି କୁହାଯାଉଛି । ଇସ୍ରାଏଲ ଅକ୍ଟୋବର ୧୬ ତାରିଖରେ ଏହି କ୍ଷେପଣାସ୍ତ୍ର ଯୋଗେ ଇରାନକୁ ଟାର୍ଟେଟ୍ କରିବାକୁ ଯୋଜନା କରିଥିଲା । ମାତ୍ର ଏଥିରେ ଅଣବିକ ଅସ୍ତ୍ର ନଥିଲା । ଇସ୍ରାଏଲ ଯୁଦ୍ଧର ଗୁପ୍ତ ପ୍ଲାନ୍ ଲିକ୍ ହେବା ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି ।
ସୂଚନା ଅନୁଯାୟୀ, ଇସ୍ରାଏଲ ସେନା ଜେରିକୋ ମିସାଇଲରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଲେସ୍ କରି ଇରାନ ଉପରେ ହମଲା କରିଥାନ୍ତା । ଇସ୍ରାଏଲ ନିକଟରେ ଅତ୍ୟାଧୁନିକ ଜେରିକୋର ମିସାଇଲର ତିନୋଟି ଭାରିଆଣ୍ଟ ରହିଛି । ଏହାର ଲକ୍ଷ୍ୟଭେଦ କ୍ଷମତା ଯଥାକ୍ରମେ- ୫୦୦ କିଲୋମିଟର, ୧୫୦୦ କି.ମି ଏବ ୪୮୦୦ କି.ମି । ଏହି ତିନି ବାଲଷ୍ଟିକ୍ ମିସାଇଲର ଆକାର ମଧ୍ୟ ଭିନ୍ନ ଭିନ୍ନ । ରେଞ୍ଜ୍ ଓ ସ୍ପିଡ୍ ମଧ୍ୟ ଭିନ୍ନ । ସମସ୍ତ ତିନି ପ୍ରକାରର ମିସାଇଲ୍ ହାଇପରସୋନିକ୍ ବେଗରେ ଟାର୍ଗେଟକୁ ହିଟ୍ କରିପାରିବ ।
ଜେରିକୋ-୨ ମିସାଇଲକୁ ଇସ୍ରାଏଲ ଅପ୍ଗ୍ରେଡ୍ ମଧ୍ୟ କରିଛି । ଆମେରିକା ପରସାଇନିଂ-୨ ମିସାଇଲ୍ ବିକ୍ରି କରିବାକୁ ମନା କରିବା ପରେ ଏହାକୁ ଇସ୍ରାଏଲ୍ ଡେଭଲପ୍ କରିବା ଆରମ୍ଭ କରିଥିଲା । ଜେରିକୋ-୨ ମିସାଇଲ୍ ୧୯୮୯ରୁ ଇସ୍ରାଏଲ ପ୍ରତିରକ୍ଷା ବିଭାଗରେ ସାମିଲ୍ ହୋଇଛି । ଏହି କ୍ଷେପଣାସ୍ତ୍ରର ଆଣବିକ ଅସ୍ତ୍ର କ୍ଷମତା ସମ୍ପନ୍ନ । କୁହାଯାଉଛି, ୨୦୨୬ ବେଳକୁ ଏହାକୁ ଇସ୍ରାଏଲ ଏହାକୁ ତାଲିକାରୁ ହଟାଇ ଦେବ ।...