ଇରାନ ରାଷ୍ଟ୍ରପତିଙ୍କ ଅନ୍ତିମ ଯାତ୍ରା: ୬୮ ଦେଶର ନେତାଙ୍କ ସହ ସାମିଲ୍ ହେଲେ ୩୦ ଲକ୍ଷ ଲୋକ

ତେହରାନ: ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କର ଅନ୍ତିମ ଯାତ୍ରାରେ ହଜାର ହଜାର ଲୋକ ସାମିଲ୍ ହୋଇଛନ୍ତି। ମେ ୧୯ ତାରିଖରେ ହେଲିକପ୍ଟର ଦୁର୍ଘଟଣାରେ ରଇସିଙ୍କର ବିୟୋଗ ହୋଇଥିଲା। ଗୁରୁବାର ତାଙ୍କ ଅନ୍ତିମ ଯାତ୍ରାରେ ପାଖାପାଖି ୩୦ ଲକ୍ଷ ଲୋକ ସାମିଲ୍ ହୋଇଛନ୍ତି। ଏଥିସହିତ ୬୮ ଦେଶର ନେତା ଓ ରାଷ୍ଟ୍ରଦୂତମାନେ ମଧ୍ୟ ସାମିଲ୍ ହୋଇଛନ୍ତି। ଆଜି(ମେ ୨୩) ରଇସିଙ୍କୁ ମଶହଦ ସହର ସମନ- ଅଲ-ହଜ୍ଜାଜ ଅଲି ବିନ ମୁସା ଅଲ ରଜାର ଶରିଫ ଦରଗାହ ପାଖରେ ସମାଧି ଦିଆଯିବ। ସମାଧି ପୂର୍ବରୁ ତାଙ୍କ ଅନ୍ତିମ ଯାତ୍ରାରେ ଇରାନରେ ଜନସମୁଦ୍ର ସୃଷ୍ଟି ହୋଇଥିଲା। ପାଖାପାଖି ୩୦ ଲକ୍ଷ ଲୋକେ ରଇସିଙ୍କ ଫଟୋ ଓ ଇରାନ ପତାକା ହାତରେ ଧରି ନିଜ ନେତାଙ୍କ ଅନ୍ତିମ ଯାତ୍ରାରେ ସାମିଲ୍ ହୋଇଥିଲେ। ୬୮ ଦେଶର ନେତାଙ୍କ ମଧ୍ୟରୁ ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, କତାର ଅମୀର ତମୀମ ବିନ ହମଦ ଅଲ ଥାନୀ, ଇରାକ ପ୍ରଧାନମନ୍ତ୍ରୀ ମୋହମ୍ମଦ ଶିଆ ଅଲ୍ ସୁଡାନୀ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ମଧ୍ୟ ସାମିଲ୍ ଥିଲେ।ରଇସିଙ୍କୁ ଶେଷ ବିଦାୟ ଦେବା ପାଇଁ ତାଲିବାନ ଉପପ୍ରଧାନମନ୍ତରୀ ମୁଲ୍ଲା ବରାଦର, ହମାସର ପଲିଟିକାଲ ଲିଡର ଇସ୍ମାଇଲ ହାନିଏ ଓ ହୁତି ବିଦ୍ରୋହୀ ପ୍ରତିନିଧି ପହଞ୍ଚିଥିଲେ।  ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ପରେ ଉପରାଷ୍ଟ୍ରପତି ମହମ୍ମଦ ମୁଖବେର୍ (୬୮) ଙ୍କୁ ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି କରାଯାଇଛି। ଇବ୍ରାହିମ ରାଇସି କାର୍ଯ୍

ଇରାନ ରାଷ୍ଟ୍ରପତିଙ୍କ ଅନ୍ତିମ ଯାତ୍ରା: ୬୮ ଦେଶର ନେତାଙ୍କ ସହ ସାମିଲ୍ ହେଲେ ୩୦ ଲକ୍ଷ ଲୋକ

ତେହରାନ: ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କର ଅନ୍ତିମ ଯାତ୍ରାରେ ହଜାର ହଜାର ଲୋକ ସାମିଲ୍ ହୋଇଛନ୍ତି। ମେ ୧୯ ତାରିଖରେ ହେଲିକପ୍ଟର ଦୁର୍ଘଟଣାରେ ରଇସିଙ୍କର ବିୟୋଗ ହୋଇଥିଲା। ଗୁରୁବାର ତାଙ୍କ ଅନ୍ତିମ ଯାତ୍ରାରେ ପାଖାପାଖି ୩୦ ଲକ୍ଷ ଲୋକ ସାମିଲ୍ ହୋଇଛନ୍ତି। ଏଥିସହିତ ୬୮ ଦେଶର ନେତା ଓ ରାଷ୍ଟ୍ରଦୂତମାନେ ମଧ୍ୟ ସାମିଲ୍ ହୋଇଛନ୍ତି। ଆଜି(ମେ ୨୩) ରଇସିଙ୍କୁ ମଶହଦ ସହର ସମନ- ଅଲ-ହଜ୍ଜାଜ ଅଲି ବିନ ମୁସା ଅଲ ରଜାର ଶରିଫ ଦରଗାହ ପାଖରେ ସମାଧି ଦିଆଯିବ। 

ସମାଧି ପୂର୍ବରୁ ତାଙ୍କ ଅନ୍ତିମ ଯାତ୍ରାରେ ଇରାନରେ ଜନସମୁଦ୍ର ସୃଷ୍ଟି ହୋଇଥିଲା। ପାଖାପାଖି ୩୦ ଲକ୍ଷ ଲୋକେ ରଇସିଙ୍କ ଫଟୋ ଓ ଇରାନ ପତାକା ହାତରେ ଧରି ନିଜ ନେତାଙ୍କ ଅନ୍ତିମ ଯାତ୍ରାରେ ସାମିଲ୍ ହୋଇଥିଲେ। ୬୮ ଦେଶର ନେତାଙ୍କ ମଧ୍ୟରୁ ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, କତାର ଅମୀର ତମୀମ ବିନ ହମଦ ଅଲ ଥାନୀ, ଇରାକ ପ୍ରଧାନମନ୍ତ୍ରୀ ମୋହମ୍ମଦ ଶିଆ ଅଲ୍ ସୁଡାନୀ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ମଧ୍ୟ ସାମିଲ୍ ଥିଲେ।

ରଇସିଙ୍କୁ ଶେଷ ବିଦାୟ ଦେବା ପାଇଁ ତାଲିବାନ ଉପପ୍ରଧାନମନ୍ତରୀ ମୁଲ୍ଲା ବରାଦର, ହମାସର ପଲିଟିକାଲ ଲିଡର ଇସ୍ମାଇଲ ହାନିଏ ଓ ହୁତି ବିଦ୍ରୋହୀ ପ୍ରତିନିଧି ପହଞ୍ଚିଥିଲେ।  

ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ପରେ ଉପରାଷ୍ଟ୍ରପତି ମହମ୍ମଦ ମୁଖବେର୍ (୬୮) ଙ୍କୁ ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି କରାଯାଇଛି। ଇବ୍ରାହିମ ରାଇସି କାର୍ଯ୍ୟଭାର ଗ୍ରହଣ କରିବା ପରେ ମୁଖବେର୍ ୨୦୨୧ରେ ଉପରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ। ସମ୍ବିଧାନର ଧାରା ୧୩୧ ଅନୁଯାୟୀ,ତାଙ୍କୁ ଦାୟିତ୍ୱ ଦିଆଯାଇଛି। ସୂଚନାଯୋଗ୍ୟ ମୁଖବେର ନ୍ୟାୟପାଳିକାର ମୁଖ୍ୟ ତଥା ସଂସଦର ବାଚସ୍ପତି ହେବେ। ଏହି ଦୁଇଟି ପଦବୀରେ ଥିବାବେଳେ ସେ ସମ୍ବିଧାନ ଅନୁଯାୟୀ ଆସନ୍ତା ୫୦ ଦିନ ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତି କରିବେ।