ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ ଭାରତ ପାଇଁ କାହିଁକି ଝଟ୍‌କା? ଜାଣନ୍ତୁ କାହାକୁ ହେବ ଲାଭ…

ଦୁବାଇ,୨୧।୫: ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କର ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଆଜରବୈଜାନ ସୀମାନ୍ତ ପ୍ରାର୍ବତ୍ୟାଞ୍ଚଳରେ ରଇସିଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହାପଛରେ ଘନ କୁହୁଡ଼ି ଏବଂ ପ୍ରତିକୂଳ ପାଗ ଥିବା କୁହାଯାଉଛି। ତେବେ ରାଷ୍ଟ୍ରପତିଙ୍କ କର୍ଡନରେ ଅନ୍ୟ ଦୁଇ ହେଲିକପ୍ଟର ସାମିଲ ଥିଲେ। ଏଣୁ ପାଗ ଯଦି ଖରାପ ଥିଲା ତେବେ ଅନ୍ୟ ଦୁଇ ହେଲିକପ୍ଟର ଉପରେ ତାହାର ପ୍ରଭାବ ପଡ଼ିଥାନ୍ତା ବୋଲି ଚର୍ଚ୍ଚା ହେଉଛି। ଏଣୁ ଅନେକେ ଏହାକୁ ଷଡଯନ୍ତ୍ରର ନାମ ଦେଉଛନ୍ତି। ଏମିତିରେ […] The post ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ ଭାରତ ପାଇଁ କାହିଁକି ଝଟ୍‌କା? ଜାଣନ୍ତୁ କାହାକୁ ହେବ ଲାଭ… appeared first on Dharitri Odia News.

ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ ଭାରତ ପାଇଁ କାହିଁକି ଝଟ୍‌କା? ଜାଣନ୍ତୁ କାହାକୁ ହେବ ଲାଭ…

ଦୁବାଇ,୨୧।୫: ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କର ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଆଜରବୈଜାନ ସୀମାନ୍ତ ପ୍ରାର୍ବତ୍ୟାଞ୍ଚଳରେ ରଇସିଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହାପଛରେ ଘନ କୁହୁଡ଼ି ଏବଂ ପ୍ରତିକୂଳ ପାଗ ଥିବା କୁହାଯାଉଛି। ତେବେ ରାଷ୍ଟ୍ରପତିଙ୍କ କର୍ଡନରେ ଅନ୍ୟ ଦୁଇ ହେଲିକପ୍ଟର ସାମିଲ ଥିଲେ। ଏଣୁ ପାଗ ଯଦି ଖରାପ ଥିଲା ତେବେ ଅନ୍ୟ ଦୁଇ ହେଲିକପ୍ଟର ଉପରେ ତାହାର ପ୍ରଭାବ ପଡ଼ିଥାନ୍ତା ବୋଲି ଚର୍ଚ୍ଚା ହେଉଛି। ଏଣୁ ଅନେକେ ଏହାକୁ ଷଡଯନ୍ତ୍ରର ନାମ ଦେଉଛନ୍ତି।

ଏମିତିରେ ପ୍ରଶ୍ନ ଉଠିଛି ଯେ ରଇସିଙ୍କ ମୃତ୍ୟୁରେ ସବୁଠାରୁ ଅଧିକ ଲାଭ କାହାର ହୋଇଥାନ୍ତା। ପ୍ରଥମେ ସନ୍ଦେହ ରଇସିଙ୍କ ନମ୍ବର ୨ ଉପ ରାଷ୍ଟ୍ରପତି ମହମ୍ମଦ ମୋଖବରଙ୍କ ଉପରେ ରହିଛି। ରଇସିଙ୍କ ପଦ ଖାଲି ହେବା ପରେ ସେ ପ୍ରଥମ ଦାବିଦାର ବୋଲି କୁହାଯାଉଛି। ହେଲେ ଏବେ ତାଙ୍କୁ ନିର୍ବାଚନ ଯାଏ ଏହି ଦାୟିତ୍ୱ ମିଳିଛି।

୧୯୭୯ ପରେ ଇରାନରେ ବହୁତ କିଛି ବଦଳି ଯାଇଛି। ସେଠାରେ ଆମେରିକା, ବ୍ରିଟେନ୍‌ ଏବଂ ଭାରତ ଭଳି ଗଣତନ୍ତ୍ରିକ ଉପାୟରେ ନିର୍ବାଚନ ହୋଇ ନ ଥାଏ। ସେନା, ରାଜନୀତି ଏବଂ ଧାର୍ମିକ ଅନୁଷ୍ଠାନରେ ବସିଥିବା କିଛି ବିଶିଷ୍ଟ ଲୋକ ନିଜସ୍ବ ସହମତିରେ ସରକାର ଚୟନ କରିଥାନ୍ତି। ଏଣୁ ରଇସି ଅନ୍ତଃ ରାଜନୀତି ଏବଂ ଷଡଯନ୍ତ୍ରର ଶିକାର ହୋଇପାରନ୍ତି।

ଅପରପକ୍ଷେ ଚାବାହର ପୋର୍ଟକୁ ନେଇ ଭାରତ ଏବଂ ଇରାନ ମଧ୍ୟରେ ଚୁକ୍ତି ହୋଇଛି। ଭାରତ ୧୦ ବର୍ଷ ଯାଏ ଏହି ବନ୍ଦରର ସଞ୍ଚାଳନ କରିବ। ଏଥିଲାଗି ଦେଶ ମୋଟା ଅଙ୍କର ନିବେଶ ମଧ୍ୟ କରୁଛି। ତେବେ ଏହି ଚୁକ୍ତି ଉପରେ ଆମେରିକା ଭାରତ ନାଁ ନନେଇ ପ୍ରତିବନ୍ଧ ଲଗାଇବାର ଧମକ ଦେଇଛି। ଏପରିକି ଏହି ଚୁକ୍ତି ହେବାର କିଛି ଦିନ ପରେ ଏହି ଦୁର୍ଘଟଣା ଘଟିଛି। କ’ଣ ଏହା ସଂଯୋଗ ମାତ୍ର?

ତେବେ ଚାବାହର ପୋର୍ଟକୁ ନେଇ ଭାରତ ଆମେରିକାକୁ କଟାକ୍ଷ କରୁଛି। ଏକ ମଜଭୂତ ଏବଂ ସଶକ୍ତ ଭାରତ ତାଙ୍କୁ ପସନ୍ଦ ଆସୁନାହିଁ। ଆମେରିକା ଭାରତକୁ ମଜଭୂତ ହେବା ଦେଖିବାକୁ ଚାହୁଁଛି, ହେଲେ ନିଜସ୍ବ ସର୍ତ୍ତରେ। ଅପରପକ୍ଷେ ରଇସି ଏହାକୁ ନେଇ ସ୍ପଷ୍ଟ ଥିଲେ, ଏବେ ତାଙ୍କ ନିଧନ ପରେ ଏହି ପ୍ରୋଜେକ୍ଟ କାମ ଧିର ହୋଇପାରେ ବୋଲି କୁହାଯାଉଛି।

କେବଳ ସେତିକି ନୁହେଁ ଚାବାହର ଜରିଆରେ ଭାରତ ନର୍ଥ ସାଉଥ୍‌ ଇକୋନୋମିକ୍‌ କୋରିଡର ସହ ଯୋଡ଼ି ହୋଇଯିବ। ଏହା ଭାରତକୁ ଆଫଗାନିସ୍ତାନ, ମଧ୍ୟ ଏସିଆ, ୟୁରୋପ ଏବଂ ରୁଷିଆ ସହ ଯୋଡ଼ିବ। ଆର୍ଥିକ ଗତିବିଧି ବଢ଼ିଲେ ଭାରତକୁ ଏହାର ଫାଇଦା ହେବ। ଏଣୁ ଭାରତର ଅଭିବୃଦ୍ଧି ଆମେରିକା ଏବଂ ଚାଇନା ଉଭୟଙ୍କୁ ପସନ୍ଦ ଆସୁନାହିଁ।

The post ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ ଭାରତ ପାଇଁ କାହିଁକି ଝଟ୍‌କା? ଜାଣନ୍ତୁ କାହାକୁ ହେବ ଲାଭ… appeared first on Dharitri Odia News.