ଇରାନର ପରମାଣୁ ସ୍ଥଳ ଉପରେ ହମଲା ଗ୍ରହଣୀୟ ନୁହେଁ, ଆମେରିକାର ଏୟାର ଷ୍ଟ୍ରାଇକ୍ରେ ରୁଷ୍ର ତୀବ୍ର ପ୍ରତିକ୍ରିୟା
ମସ୍କୋ : ଯେବେଠାରୁ ଆମେରିକା ଇରାନର ତିନୋଟି ପରମାଣୁ ସ୍ଥଳୀ ଫୋର୍ଦୋ, ଇସ୍ଫାନ ଓ ନତାଞ୍ଜ ଉପରେ ହମଲା କରିଛି, ସେବେଠାରୁ ସାରା ବିଶ୍ୱରେ ଆତଙ୍କ ଖେଳି ଯାଇଛି। ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧରେ ଆମେରିକାର ଏଣ୍ଟ୍ରି ୩ୟ ବିଶ୍ୱଯୁଦ୍ଧର ଆଶଙ୍କା ବଢାଇ ଦେଇଛି। ଆମେରିକୀୟ ସେନାର ଇରାନ ଭିତରେ ହମଲା ପରଠାରୁ ସାରାବିଶ୍ୱର ପ୍ରତିକ୍ରିୟା ଆସୁଛି। ରୁଷ୍ ମଧ୍ୟ ଇରାନ ଉପରେ ହୋଇ ଥିବା ହମଲାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଇଛି। ରୁଷ୍ର ବିଦେଶ ମନ୍ତ୍ରଣାଳୟ ସ୍ପଷ୍ଟ ଶବ୍ଦରେ ଆମେରିକାର ଏହି ପଦକ୍ଷେପକୁ ନିନ୍ଦା କରିଛି। ଏଥିରେ କୁହାଯାଇଛି ଯେ, ଏହା ଏକ ଦାୟିତ୍ୱହୀନ ପଦକ୍ଷେପ ଓ ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ। ଭାରତ ଠାରୁ ପାକିସ୍ତାନକୁ ରକ୍ଷା କରିବାକୁ ଇରାନକୁ ସାହାଯ୍ୟ ମାଗିଥିଲା ୟୁଏସ୍ , ଏବେ ଏହା ଉପରେ କଲା ହମଲାବାସ୍ତବିକ , ଦୁଇ ଦିନ ପୂର୍ବେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଙ୍କେତ ଦେଇଥିଲେ ଯେ, ଇରାନ –ଇସ୍ରାଏଲ ଯୁଦ୍ଧରେ କିଛି ବଡ଼ ହେବାକୁ ଯାଉଛି। ଟ୍ରମ୍ପ ବୟାନରେ ଇରାନକୁ ଦୁଇ ସପ୍ତାହର ମହଲତ ଦେଇଥିଲେ, କିନ୍ତୁ ଦୁଇ ଦିନରେ ହିଁ ଆମେରିକା ଏହି ମହଲତକୁ ଶେଷ କରିଛି ଏବଂ ଇରାନର ପରମାଣୁ ସ୍ଥଳ ଉପରେ ହମଲା କରିଛି। ଇରାନର ପରମାଣୁ ସ୍ଥଳରେ କେତେ କ୍ଷତି ହୋଇଛି, ଏହାର ସଠିକ୍ ଆକଳନ ହେବା ବାକି ରହିଛି।ରୁଷ୍ ପୁଣି ଥରେ ପଶ୍ଚିମ ଏସିଆରେ ସମ୍ଭାବ୍ୟ ସାମରିକ କାର୍ଯ୍ୟାନୁଷ୍ଠାନକୁ ନେଇ
ମସ୍କୋ : ଯେବେଠାରୁ ଆମେରିକା ଇରାନର ତିନୋଟି ପରମାଣୁ ସ୍ଥଳୀ ଫୋର୍ଦୋ, ଇସ୍ଫାନ ଓ ନତାଞ୍ଜ ଉପରେ ହମଲା କରିଛି, ସେବେଠାରୁ ସାରା ବିଶ୍ୱରେ ଆତଙ୍କ ଖେଳି ଯାଇଛି। ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧରେ ଆମେରିକାର ଏଣ୍ଟ୍ରି ୩ୟ ବିଶ୍ୱଯୁଦ୍ଧର ଆଶଙ୍କା ବଢାଇ ଦେଇଛି। ଆମେରିକୀୟ ସେନାର ଇରାନ ଭିତରେ ହମଲା ପରଠାରୁ ସାରାବିଶ୍ୱର ପ୍ରତିକ୍ରିୟା ଆସୁଛି। ରୁଷ୍ ମଧ୍ୟ ଇରାନ ଉପରେ ହୋଇ ଥିବା ହମଲାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଇଛି। ରୁଷ୍ର ବିଦେଶ ମନ୍ତ୍ରଣାଳୟ ସ୍ପଷ୍ଟ ଶବ୍ଦରେ ଆମେରିକାର ଏହି ପଦକ୍ଷେପକୁ ନିନ୍ଦା କରିଛି। ଏଥିରେ କୁହାଯାଇଛି ଯେ, ଏହା ଏକ ଦାୟିତ୍ୱହୀନ ପଦକ୍ଷେପ ଓ ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ।
ଭାରତ ଠାରୁ ପାକିସ୍ତାନକୁ ରକ୍ଷା କରିବାକୁ ଇରାନକୁ ସାହାଯ୍ୟ ମାଗିଥିଲା ୟୁଏସ୍ , ଏବେ ଏହା ଉପରେ କଲା ହମଲା
ବାସ୍ତବିକ , ଦୁଇ ଦିନ ପୂର୍ବେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଙ୍କେତ ଦେଇଥିଲେ ଯେ, ଇରାନ –ଇସ୍ରାଏଲ ଯୁଦ୍ଧରେ କିଛି ବଡ଼ ହେବାକୁ ଯାଉଛି। ଟ୍ରମ୍ପ ବୟାନରେ ଇରାନକୁ ଦୁଇ ସପ୍ତାହର ମହଲତ ଦେଇଥିଲେ, କିନ୍ତୁ ଦୁଇ ଦିନରେ ହିଁ ଆମେରିକା ଏହି ମହଲତକୁ ଶେଷ କରିଛି ଏବଂ ଇରାନର ପରମାଣୁ ସ୍ଥଳ ଉପରେ ହମଲା କରିଛି। ଇରାନର ପରମାଣୁ ସ୍ଥଳରେ କେତେ କ୍ଷତି ହୋଇଛି, ଏହାର ସଠିକ୍ ଆକଳନ ହେବା ବାକି ରହିଛି।
ରୁଷ୍ ପୁଣି ଥରେ ପଶ୍ଚିମ ଏସିଆରେ ସମ୍ଭାବ୍ୟ ସାମରିକ କାର୍ଯ୍ୟାନୁଷ୍ଠାନକୁ ନେଇ ବଡ଼ ବୟାନ ଦେଇଛି। ରୁଷୀୟ ନ୍ୟୁଜ୍ ଏଜେନ୍ସି RIA Novosti ( ରିଆ ନୋଭୋଷ୍ଟି) ଅନୁସାରେ, ବିଦେଶ ମନ୍ତ୍ରଣାଳୟ ଏହି କାର୍ଯ୍ୟାନୁଷ୍ଠାନକୁ ଅନ୍ତରାଷ୍ଟ୍ରୀୟ ସ୍ଥିରତା ପାଇଁ ବିପଦ ଦର୍ଶାଇ ବିଶ୍ୱ ସମୁଦାୟକୁ ସଂଯମତା ଅବଲମ୍ୱନ କରିବାକୁ ଅପିଲ କରିଛି। ରୁଷ୍ ବୟାନରେ କହିଛି , ଇରାନ ବିରୋଧରେ ଯେକୌଣସି ପ୍ରକାରର ସାମରିକ କାର୍ଯ୍ୟାନୁଷ୍ଠାନ କେବଳ ଆଞ୍ଚଳିକ ସ୍ଥିରତାକୁ ବିପଦରେ ପକାଇବା ନଥାଏ , ଏହା ଅନ୍ତର୍ଜାତୀୟ ଆଇନ ଓ ଜାତିସଂଘ ଚାର୍ଟରର ମଧ୍ୟ ଉଲ୍ଲଂଘନ। ଏହା ଏକ ଅତ୍ୟନ୍ତ ଦାୟିତ୍ୱହୀନ ପଦକ୍ଷେପ।
ଏହି ବୟାନ ଏମିତି ସମୟରେ ଆସିଛି , ଯେତେବେଳେ ଇସ୍ରାଏଲ ଓ ଇରାନ ମଧ୍ୟରେ ଉତ୍ତେଜନା ଶୀର୍ଷ ସ୍ତରରେ ରହିଛି ଏବଂ ପଶ୍ଚିମ ଏସିଆରେ ଯୁଦ୍ଧର ଆଶଙ୍କା ବଢି ଯାଇଛି। ଆମେରିକା ଓ ଏହାର କିଛି ସହଯୋଗୀ ଦେଶ ଇରାନର କାର୍ଯ୍ୟକଳାପରେ କଠୋର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି, ଯେତେବେଳେ ରୁଷ୍ ଇରାନକୁ ସମର୍ଥନ କରି ଆସୁଛି।