ବିଜେପିରେ ମିଶିଲେ ଆଉ ଜଣେ ଓଲିଉଡ୍ ଷ୍ଟାର୍: ପଦ୍ମ ଧରିଲେ ଆକାଶ

ଭୁବନେଶ୍ୱର: ବିଜେଡିର ଜଣଙ୍କ ପରେ ଜଣେ ନେତା ବିଜେପିରେ ସାମିଲ୍ ହେଉଛନ୍ତି। ବିଶଷ କରି ଯେଉଁ ସିନେ ତାରକାମାନେ ବିଜେଡିରେ ଥିଲେ ସେମାନେ ଏବେ ବିଜେପିରେ। ପୂର୍ବରୁ ସିଦ୍ଧାନ୍ତ ମହାପାତ୍ର ପଦ୍ମ ଧରିଥିବା ବେଳେ ଏବେ ପୂର୍ବତନ କୋରେଇ ବିଜେଡି ବିଧାୟକ ତଥା ଅଭିନେତା ଆକାଶ ଦାସ ନାୟକ ବିଜେପିରେ ସାମିଲ୍ ହୋଇଛନ୍ତି।ଆକାଶ ନିକଟରେ ବିଜେଡିରୁ ଇସ୍ତଫା ଦେଇଥିଲେ। କୋରେଇ ଲୋକଙ୍କ ଇଚ୍ଛାକୁ ସମ୍ମାନ ଦେଇ ନିଜ ସ୍ୱାଭିମାନ ପାଇଁ ବିଜେଡି ଛାଡ଼ିଥିଲେ ବୋଲି ଆକାଶ କହିଥିଲେ। ସେ କହିଥିଲେ ଯେ ମୁଁ ମୋ ଅନ୍ତର ଆତ୍ମାର ସ୍ୱର ଶୁଣିଲି। ମୋର ଆତ୍ମସମ୍ମାନ ମୋର ଅଭିମାନ ଓ କରୋଇ ଜନସାଧାରଣଙ୍କ ସ୍ୱାଭିମାନ ପାଇଁ ମୁଁ ଆଜି ଦଳ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି। ମୋ ଜୀବନ ସମାଜ ସେବା ପାଇଁ ଓ କୋରେଇବାସୀଙ୍କ ସେବା ପାଇଁ ସମର୍ପିତ। ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଆକାଶ କୋରେଇର ବିଧାୟକ ଥିଲେ। ଏହାପରେ ଦଳ ତାଙ୍କୁ ଟିକେଟ୍ ଦେଇ ନଥିଲା। ତାଙ୍କୁ ମୋ କଲେଜ୍‌ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା। ସେ ଦଳର ବିଭିନ୍ନ କାର୍ଯ୍ୟରେ ଯୋଗ ଦେଉଥିଲେ। ଏଥର ନିର୍ବାଚନ ଲଢିବାକୁ ଇଚ୍ଛା ପ୍ରକାଶ କରି ଦଳୀୟ ନେତାଙ୍କୁ ଜଣାଇବା ସତ୍ତ୍ୱେ ବି ତାଙ୍କୁ ଟିକେଟ୍ ମିଳି ନଥିଲା। ଏଥିପାଇଁ ସେ କ୍ଷୋଭ ପ୍ରକାଶ କରି ଦଳରୁ ଇସ୍ତଫା ଦେଇଛନ୍ତି ବୋଲି ଆକାଶ କହିଥିଲେ। ଏହା ପୂର୍ବରୁ ଓଲିଉଡ୍‌ର ଆଉ ଦୁଇ ଜଣ ଷ୍ଟାର ଅରିନ୍ଦମ ରାୟ ଓ ସିଦ୍ଧାନ୍ତ ମହାପାତ୍ର ବିଜେଡ

ବିଜେପିରେ ମିଶିଲେ ଆଉ ଜଣେ ଓଲିଉଡ୍ ଷ୍ଟାର୍: ପଦ୍ମ ଧରିଲେ ଆକାଶ

ଭୁବନେଶ୍ୱର: ବିଜେଡିର ଜଣଙ୍କ ପରେ ଜଣେ ନେତା ବିଜେପିରେ ସାମିଲ୍ ହେଉଛନ୍ତି। ବିଶଷ କରି ଯେଉଁ ସିନେ ତାରକାମାନେ ବିଜେଡିରେ ଥିଲେ ସେମାନେ ଏବେ ବିଜେପିରେ। ପୂର୍ବରୁ ସିଦ୍ଧାନ୍ତ ମହାପାତ୍ର ପଦ୍ମ ଧରିଥିବା ବେଳେ ଏବେ ପୂର୍ବତନ କୋରେଇ ବିଜେଡି ବିଧାୟକ ତଥା ଅଭିନେତା ଆକାଶ ଦାସ ନାୟକ ବିଜେପିରେ ସାମିଲ୍ ହୋଇଛନ୍ତି।

ଆକାଶ ନିକଟରେ ବିଜେଡିରୁ ଇସ୍ତଫା ଦେଇଥିଲେ। କୋରେଇ ଲୋକଙ୍କ ଇଚ୍ଛାକୁ ସମ୍ମାନ ଦେଇ ନିଜ ସ୍ୱାଭିମାନ ପାଇଁ ବିଜେଡି ଛାଡ଼ିଥିଲେ ବୋଲି ଆକାଶ କହିଥିଲେ। ସେ କହିଥିଲେ ଯେ ମୁଁ ମୋ ଅନ୍ତର ଆତ୍ମାର ସ୍ୱର ଶୁଣିଲି। ମୋର ଆତ୍ମସମ୍ମାନ ମୋର ଅଭିମାନ ଓ କରୋଇ ଜନସାଧାରଣଙ୍କ ସ୍ୱାଭିମାନ ପାଇଁ ମୁଁ ଆଜି ଦଳ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି। ମୋ ଜୀବନ ସମାଜ ସେବା ପାଇଁ ଓ କୋରେଇବାସୀଙ୍କ ସେବା ପାଇଁ ସମର୍ପିତ। 

୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଆକାଶ କୋରେଇର ବିଧାୟକ ଥିଲେ। ଏହାପରେ ଦଳ ତାଙ୍କୁ ଟିକେଟ୍ ଦେଇ ନଥିଲା। ତାଙ୍କୁ ମୋ କଲେଜ୍‌ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା। ସେ ଦଳର ବିଭିନ୍ନ କାର୍ଯ୍ୟରେ ଯୋଗ ଦେଉଥିଲେ। ଏଥର ନିର୍ବାଚନ ଲଢିବାକୁ ଇଚ୍ଛା ପ୍ରକାଶ କରି ଦଳୀୟ ନେତାଙ୍କୁ ଜଣାଇବା ସତ୍ତ୍ୱେ ବି ତାଙ୍କୁ ଟିକେଟ୍ ମିଳି ନଥିଲା। ଏଥିପାଇଁ ସେ କ୍ଷୋଭ ପ୍ରକାଶ କରି ଦଳରୁ ଇସ୍ତଫା ଦେଇଛନ୍ତି ବୋଲି ଆକାଶ କହିଥିଲେ। 

ଏହା ପୂର୍ବରୁ ଓଲିଉଡ୍‌ର ଆଉ ଦୁଇ ଜଣ ଷ୍ଟାର ଅରିନ୍ଦମ ରାୟ ଓ ସିଦ୍ଧାନ୍ତ ମହାପାତ୍ର ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ।  

ବିଜେଡିରେ ତାଙ୍କ କାର୍ଯ୍ୟକୁ ମର୍ଯ୍ୟାଦା ମିଳୁନାହିଁ। ଅନେକ ଥର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଥିଲେ ବି ସୁଯୋଗ ମିଳୁନି। ତେବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ମାପଦଣ୍ଡ ପୂରଣ କରୁନଥିବା ଅନୁଭବ କରୁଥିବାରୁ ଇସ୍ତଫା ଦେଉଛି ବୋଲି ଅରିନ୍ଦମ କହିଛନ୍ତି। ଅନ୍ୟପଟେ ସିଦ୍ଧାନ୍ତ ମହାପାତ୍ର ମଧ୍ୟ ଓଡ଼ିଶାର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ଆସିବା ଦରକାର ବୋଲି କହିଛନ୍ତି। କାରଣ ବିଜେଡିର ଆଉ ପୁରୁଣା ନେତୃତ୍ୱ ନାହିଁ ନେତୃତ୍ୱରେ ପରିବର୍ତ୍ତନ ହୋଇଛି। ତେଣୁ ସରକାର ପରିବର୍ତ୍ତନ ହେବା ଦରକାର ବୋଲି ସିଦ୍ଧାନ୍ତ କହିଥିଲେ। 

ଅନ୍ୟପଟେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ମଧ୍ୟ ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ମଧ୍ୟ ବିଜେପିରେ ସାମିଲ୍ ହେବେ ବୋଲି କୁହାଯାଉଛି। ଶନିବାର(୩୦ ମେ ୨୦୨୪)ରେ ଅନୁଭବ ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ଅନୁଭବ ଗତ କିଛି ବର୍ଷ ହେଲା ବ୍ୟକ୍ତିଗତ କାରଣରୁ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହୁଥିଲେ। ବିଜେଡିର କୌଣସି କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳୁ ନଥିଲା। 


କହି ରଖୁଛୁ ଯେ ୨୦୧୯ ଲୋକସଭା ନିର୍ବାଚନରେ ବିଜେଡି ଟିକେଟ୍‌ରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜୟୀ ହୋଇଥିଲେ। ସେ ବିଜେପିର ବୈଜୟନ୍ତ ପଣ୍ଡାକୁ ପରାସ୍ତ କରିଥିଲେ। ଚଳିତ ଥର କେନ୍ଦ୍ରାପଡ଼ା ଲୋକସଭା ଆସନ ଲାଗି ବିଜେଡି ଅଂଶୁମାନ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ନିକଟରେ ଅଂଶୁମାନ କଂଗ୍ରେସ ଛାଡ଼ି ବେଜେଡିରେ ଯୋଗ ଦେଇଥିଲେ। ତେଣୁ ଦଳ ତାଙ୍କୁ ପ୍ରାର୍ଥୀ କରିଛି। ଏହା ହିଁ ଅନୁଭବଙ୍କ ଅସନ୍ତୋଷର କାରଣ ହୋଇପାରେ ବୋଲି କୁହାଯାଉଛି। ତେବେ ଅନୁଭବ ମଧ୍ୟ ବିଜେପିରେ ସାମିଲ୍ ହୋଇପାରନ୍ତି ବୋଲି କୁହାଯାଉଛି।