ଇଲେକ୍ଟୋରାଲ ବଣ୍ଡର ଦ୍ଵିତୀୟ ତାଲିକା ଜାରି, ଜାଣନ୍ତୁ କେଉଁ ଦଳକୁ ମିଳିଛି କେତେ ଟଙ୍କା ?
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ତାରିଖ ଘୋଷଣା ହେବାର ଠିକ୍ ଦିନକ ପରେ ନିର୍ବାଚନ ଆୟୋଗ ରବିବାର ସୁପ୍ରିମକୋର୍ଟଙ୍କ ଆଦେଶକ୍ରମେ ଏସବିଆଇ ଦ୍ଵାରା ପ୍ରାପ୍ତ ଇଲେକ୍ଟୋରାଲ ବଣ୍ଡର ଦ୍ଵିତୀୟ ତାଲିକା ନିଜ ଓ୍ଵେବସାଇଟ୍ରେ ଅପଲୋଡ୍ କରିଛିି। ଏହି ତଥ୍ୟକୁ ଜଉମୁଦ ଲଫାପାରେ ସୁପ୍ରିମକୋର୍ଟରେ ପ୍ରଦାନ କରାଯାଇଥିବା ବେଳେ ଏହାକୁ ସାର୍ବଜନୀନ କରିବାକୁ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ତଥ୍ୟ ଅନୁଯାୟୀ, ନିର୍ବାଚନୀ ବଣ୍ଡରେ କ୍ୟାସ୍ ଜରିଆରେ ବିଜେପିକୁ ମୋଟ୍ ୬ ହଜାର ୯୮୬ କୋଟି ଟଙ୍କା ମିଳିଛି। ପାର୍ଟିକୁ ୨୦୧୯-୨୦ରେ ସବୁଠୁ ଅଧିକ ୨,୫୫୫ କୋଟି ଟଙ୍କାର ଚାନ୍ଦା ମିଳିଥିଲା। ଅନ୍ୟପଟେ ଓଡ଼ିଶାରେ କ୍ଷମତାସୀନ ବିଜୁ ଜନତା ଦଳକୁ ୯୪୪.୫ କୋଟି ଟଙ୍କାର ଧନରାଶି ଇଲେକ୍ଟୋରାଲ ବଣ୍ଡ ଜରିଆରେ ମିଳିଛି। ପିଟିଆଇ ଅନୁଯାୟୀ, ଫ୍ୟୁଚର ଗେମିଂ ଆଣ୍ଡ ହୋଟେଲ୍ ସର୍ଭିସେସରୁ ତାମିଲନାଡୁର କ୍ଷମତାସୀନ ଡିଏମକେକୁ ଦାନ ଆକାରରେ ୫୦୯ କୋଟି ଟଙ୍କା ମିଳିଛି। ୨୦୧୮ରେ ନିର୍ବାଚନୀ ବଣ୍ଡ ଯୋଜନା ଲାଗୁ ହେବା ପରେ ବଣ୍ଡ ମାଧ୍ୟମରେ ବିଜେପିକୁ ସର୍ବାଧିକ ୬,୯୮୬.୫ କୋଟି ଟଙ୍କା ଧନରାଶି ପ୍ରାପ୍ତ ହୋଇଥିବା ବେଳେ ତୃଣମୂଳ କଂଗ୍ରେସ(ଟିଏମସି)କୁ ୧୩୯୭ କୋଟି, କଂଗ୍ରେସକୁ ୧୩୩୪ କୋଟି ଏବଂ ବିଆରଏସକୁ ୧୩୨୨ କୋଟି ଟଙ୍କା ମିଳିଛି। ତଥ୍ୟ ଅନୁଯାୟୀ, ଓଡ଼ିଶାରେ କ୍ଷମତାସୀନ ବିଜେଡିକୁ ୯୪୪.୫ କୋଟି ଟଙ୍କା ମିଳିଥିବା ବେଳେ ଡିଏ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ତାରିଖ ଘୋଷଣା ହେବାର ଠିକ୍ ଦିନକ ପରେ ନିର୍ବାଚନ ଆୟୋଗ ରବିବାର ସୁପ୍ରିମକୋର୍ଟଙ୍କ ଆଦେଶକ୍ରମେ ଏସବିଆଇ ଦ୍ଵାରା ପ୍ରାପ୍ତ ଇଲେକ୍ଟୋରାଲ ବଣ୍ଡର ଦ୍ଵିତୀୟ ତାଲିକା ନିଜ ଓ୍ଵେବସାଇଟ୍ରେ ଅପଲୋଡ୍ କରିଛିି। ଏହି ତଥ୍ୟକୁ ଜଉମୁଦ ଲଫାପାରେ ସୁପ୍ରିମକୋର୍ଟରେ ପ୍ରଦାନ କରାଯାଇଥିବା ବେଳେ ଏହାକୁ ସାର୍ବଜନୀନ କରିବାକୁ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ତଥ୍ୟ ଅନୁଯାୟୀ, ନିର୍ବାଚନୀ ବଣ୍ଡରେ କ୍ୟାସ୍ ଜରିଆରେ ବିଜେପିକୁ ମୋଟ୍ ୬ ହଜାର ୯୮୬ କୋଟି ଟଙ୍କା ମିଳିଛି। ପାର୍ଟିକୁ ୨୦୧୯-୨୦ରେ ସବୁଠୁ ଅଧିକ ୨,୫୫୫ କୋଟି ଟଙ୍କାର ଚାନ୍ଦା ମିଳିଥିଲା। ଅନ୍ୟପଟେ ଓଡ଼ିଶାରେ କ୍ଷମତାସୀନ ବିଜୁ ଜନତା ଦଳକୁ ୯୪୪.୫ କୋଟି ଟଙ୍କାର ଧନରାଶି ଇଲେକ୍ଟୋରାଲ ବଣ୍ଡ ଜରିଆରେ ମିଳିଛି।
ପିଟିଆଇ ଅନୁଯାୟୀ, ଫ୍ୟୁଚର ଗେମିଂ ଆଣ୍ଡ ହୋଟେଲ୍ ସର୍ଭିସେସରୁ ତାମିଲନାଡୁର କ୍ଷମତାସୀନ ଡିଏମକେକୁ ଦାନ ଆକାରରେ ୫୦୯ କୋଟି ଟଙ୍କା ମିଳିଛି। ୨୦୧୮ରେ ନିର୍ବାଚନୀ ବଣ୍ଡ ଯୋଜନା ଲାଗୁ ହେବା ପରେ ବଣ୍ଡ ମାଧ୍ୟମରେ ବିଜେପିକୁ ସର୍ବାଧିକ ୬,୯୮୬.୫ କୋଟି ଟଙ୍କା ଧନରାଶି ପ୍ରାପ୍ତ ହୋଇଥିବା ବେଳେ ତୃଣମୂଳ କଂଗ୍ରେସ(ଟିଏମସି)କୁ ୧୩୯୭ କୋଟି, କଂଗ୍ରେସକୁ ୧୩୩୪ କୋଟି ଏବଂ ବିଆରଏସକୁ ୧୩୨୨ କୋଟି ଟଙ୍କା ମିଳିଛି।
ତଥ୍ୟ ଅନୁଯାୟୀ, ଓଡ଼ିଶାରେ କ୍ଷମତାସୀନ ବିଜେଡିକୁ ୯୪୪.୫ କୋଟି ଟଙ୍କା ମିଳିଥିବା ବେଳେ ଡିଏମକେକୁ ୬୫୬.୫ କୋଟି ଟଙ୍କା ଏବଂ ଆନ୍ଧ୍ର ପ୍ରଦେଶର କ୍ଷମତାସୀନ ଓ୍ଵାଇଏସଆର କଂଗ୍ରେସକୁ ପ୍ରାୟ ୪୪୨.୮ କୋଟି ଟଙ୍କାର ନଗଦ ଅର୍ଥ ରାଶି ମିଳିଛି। ଜେଡିଏସକୁ ୮୯.୭୫ କୋଟି ଟଙ୍କାର ଚାନ୍ଦା ମିଳିଛି।
ସବୁଠୁ ଅଧିକ ବଣ୍ଡ କିଣିଛି ଫ୍ୟୁଚର ଗେମିଂ
ଲଟେରୀ କିଙ୍ଗ୍ ସାଣ୍ଟିଆଗୋ ମାର୍ଟିନଙ୍କ ଫ୍ୟୁଚର ଗେମିଂ ୧୩୬୮ କୋଟି ଟଙ୍କା ସହିତ ସବୁଠୁ ଅଧିକ ବଣ୍ଡ କିଣିଛି। ଏଥିରୁ ୩୭ ପ୍ରତିଶତ ଚାନ୍ଦା ଡିଏମକେ ଖାତାକୁ ଯାଇଛି। ଡିଏମକେକୁ ନିର୍ବାଚନୀ ବଣ୍ଡ ଜରିଆରେ ଚାନ୍ଦା ଦେଇଥିବା ଅନ୍ୟ ପ୍ରମୁଖ ଦାନଦାତାଙ୍କ ମଧ୍ୟରେ ମେଘା ଇଞ୍ଜିନିୟରିଂ ୧୦୫ କୋଟି ଟଙ୍କା, ଇଣ୍ଡିଆ ସିମେଣ୍ଟ୍ସ ୧୪ କୋଟି ଟଙ୍କା ଓ ସନ ଟିଭି ୧୦୦ କୋଟି ଟଙ୍କା ସାମିଲ୍।
ଏହି ଦଳକୁ ମଧ୍ୟ ମିଳିଛି ଏତେ କୋଟି ବଣ୍ଡ
ତେଲଗୁ ଦେଶମ ପାର୍ଟି(ଟିଡିପି)କୁ ୧୮୧.୩୫ କୋଟି ଟଙ୍କା, ଶିବସେନାକୁ ୬୦.୪ କୋଟି, ଆରଜେଡିକୁ ୫୬ କୋଟି, ସମାଜବାଦୀ ପାର୍ଟିକୁ ୧୪.୦୫ କୋଟି ଟଙ୍କା ବଣ୍ଡ ଜରିଆରେ ମିଳିଛି। ସେହିପରି ଅକାଳି ଦଳକୁ ୭.୨୬ କୋଟି, ଏଆଇଏଡିଏମକେକୁ ୬.୦୫ କୋଟି ଟଙ୍କା, ନ୍ୟାସନାଲ କନଫରେନ୍ସକୁ ୫୦ ଲକ୍ଷ ଟଙ୍କା ମିଳିଛି।