ପହଲଗାମ୍ ଆହତଙ୍କୁ ମାଗଣା ଚିକିତ୍ସା, ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା କଲେ ରିଲାଏନ୍ସ ମୁଖ୍ୟ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଆହତଙ୍କୁ ମିଳିବ ମାଗଣା ଚିକିତ୍ସା । ଗୁରୁବାର ଦେଶର ସବୁଠୁ ଧନୀ ତଥା ରିଲାଏନ୍ସର ଗ୍ରୁପ ଅଧ୍ୟକ୍ଷ ମୁକେଶ ଅମ୍ୱାନୀ ଏହି ଘୋଷଣା କରିଛନ୍ତି । ମୁକେଶ ଅମ୍ୱାନୀ କହିଛନ୍ତି ଯେ ସମସ୍ତ ଆହତଙ୍କୁ ମୁମ୍ୱାଇରେ ରିଲାଏନ୍ସ ଫାଉଣ୍ଡେସନର ସର୍ ଏଚଏନ୍ ହସ୍ପିଟାଲରେ ମାଗଣା ଚିକିତ୍ସା ଯୋଗାଯିବ । କାଶ୍ମୀରର ପହଲଗାମରେ ୨୬ ଜଣ ପର୍ଯ୍ୟଟକଙ୍କୁ ଆତଙ୍କୀମାନେ ଗୁଳି କରି ହତ୍ୟା କରିଥିଲେ । ଏହି ଆକ୍ରମଣରେ ଅନ୍ୟ ୨୦ ଜଣ ଆହତ ହୋଇଛନ୍ତି । ଅମ୍ୱାନୀ କହିଛନ୍ତି, 'ମୁଁ ରିଲାଏନ୍ସ ପରିବାରର ସବୁ ସମଦସ୍ୟଙ୍କ ଏପ୍ରିଲ ୨୨ରେ ପହଲଗାମରେ ହୋଇଥିବା ବର୍ବର ଆତଙ୍କବାଦୀ ଆକ୍ରମଣରେ ନିର୍ଦ୍ଦୋଷ ଭାରତୀୟଙ୍କ ମୃତ୍ୟରେ ଶୋକ ବ୍ୟକ୍ତ କରୁଛି ।'ସେ କହିଛନ୍ତି, 'ଆମେ ପୀଡ଼ିତଙ୍କ ପରିବାର ପ୍ରତି ଆମ ସମବେଦନା ବ୍ୟକ୍ତ କରୁଛି । ଆହତଙ୍କ ଶୀଘ୍ର ଓ ପୂର୍ଣ୍ଣ ସୁସ୍ଥ କାମନା କରୁଛି । ମୁମ୍ୱାଇର ସାର୍ ଏଚଏନ୍ ହସ୍ପିଟାଲ୍ ସବୁ ଆହତଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରିବ ।' ମୁକେଶ ଆମ୍ୱାନୀ ଆତଙ୍କବାଦକୁ ମାନବତାର ଶତ୍ରୁ ବୋଲି କହିଛନ୍ତି । ସେ କହିଛନ୍ତି, 'କେହି ମଧ୍ୟ କୌଣସି ପ୍ରକାରେ ଏହାକୁ ସମର୍ଥନ ନକରିବା ଦରକାର । ଆମେ ଆତଙ୍କବାଦ ବିରୋଧରେ ନିର୍ଣ୍ଣାୟକ ଲଢେଇରେ ଆମ ପ୍ରଧାନମନ୍ତ୍ରୀ, ଭାରତ ସରକାର ଓ ପୂରା ଦେଶ ଛିଡ଼ା ହୋଇଛି ।'

ପହଲଗାମ୍ ଆହତଙ୍କୁ ମାଗଣା ଚିକିତ୍ସା, ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା କଲେ ରିଲାଏନ୍ସ ମୁଖ୍ୟ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଆହତଙ୍କୁ ମିଳିବ ମାଗଣା ଚିକିତ୍ସା । ଗୁରୁବାର ଦେଶର ସବୁଠୁ ଧନୀ ତଥା ରିଲାଏନ୍ସର ଗ୍ରୁପ ଅଧ୍ୟକ୍ଷ ମୁକେଶ ଅମ୍ୱାନୀ ଏହି ଘୋଷଣା କରିଛନ୍ତି । ମୁକେଶ ଅମ୍ୱାନୀ କହିଛନ୍ତି ଯେ ସମସ୍ତ ଆହତଙ୍କୁ ମୁମ୍ୱାଇରେ ରିଲାଏନ୍ସ ଫାଉଣ୍ଡେସନର ସର୍ ଏଚଏନ୍ ହସ୍ପିଟାଲରେ ମାଗଣା ଚିକିତ୍ସା ଯୋଗାଯିବ । 

କାଶ୍ମୀରର ପହଲଗାମରେ ୨୬ ଜଣ ପର୍ଯ୍ୟଟକଙ୍କୁ ଆତଙ୍କୀମାନେ ଗୁଳି କରି ହତ୍ୟା କରିଥିଲେ । ଏହି ଆକ୍ରମଣରେ ଅନ୍ୟ ୨୦ ଜଣ ଆହତ ହୋଇଛନ୍ତି । ଅମ୍ୱାନୀ କହିଛନ୍ତି, 'ମୁଁ ରିଲାଏନ୍ସ ପରିବାରର ସବୁ ସମଦସ୍ୟଙ୍କ ଏପ୍ରିଲ ୨୨ରେ ପହଲଗାମରେ ହୋଇଥିବା ବର୍ବର ଆତଙ୍କବାଦୀ ଆକ୍ରମଣରେ ନିର୍ଦ୍ଦୋଷ ଭାରତୀୟଙ୍କ ମୃତ୍ୟରେ ଶୋକ ବ୍ୟକ୍ତ କରୁଛି ।'

ସେ କହିଛନ୍ତି, 'ଆମେ ପୀଡ଼ିତଙ୍କ ପରିବାର ପ୍ରତି ଆମ ସମବେଦନା ବ୍ୟକ୍ତ କରୁଛି । ଆହତଙ୍କ ଶୀଘ୍ର ଓ ପୂର୍ଣ୍ଣ ସୁସ୍ଥ କାମନା କରୁଛି । ମୁମ୍ୱାଇର ସାର୍ ଏଚଏନ୍ ହସ୍ପିଟାଲ୍ ସବୁ ଆହତଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରିବ ।' ମୁକେଶ ଆମ୍ୱାନୀ ଆତଙ୍କବାଦକୁ ମାନବତାର ଶତ୍ରୁ ବୋଲି କହିଛନ୍ତି । ସେ କହିଛନ୍ତି, 'କେହି ମଧ୍ୟ କୌଣସି ପ୍ରକାରେ ଏହାକୁ ସମର୍ଥନ ନକରିବା ଦରକାର । ଆମେ ଆତଙ୍କବାଦ ବିରୋଧରେ ନିର୍ଣ୍ଣାୟକ ଲଢେଇରେ ଆମ ପ୍ରଧାନମନ୍ତ୍ରୀ, ଭାରତ ସରକାର ଓ ପୂରା ଦେଶ ଛିଡ଼ା ହୋଇଛି ।'