ଇଷାନ୍‌ଙ୍କ ପାଇଁ ଗୁଡ୍ ନ୍ୟୁଜ୍ ! ବାଂଲାଦେଶ ସିରିଜ୍‌ରେ କରିପାରନ୍ତି କମ୍‌ବ୍ୟାକ୍‌

ମୁମ୍ବାଇ ୦୫।୦୮ : ଶେଷରେ ପଶିଲା ଚେତା । ଆଉ ଘରୋଇ କ୍ରିକେଟ୍‌ ଖେଳିବାକୁ ହେଲେ ରାଜି । ଆଉ ଆଗାମୀ ଘରୋଇ ସିଜିନ୍‌ରେ ଝାଡଖଣ୍ଡ ଦଳ ତରଫରୁ ଖେଳିବାକୁ ଯାଉଛନ୍ତି ଯୁବ ଓ୍ୱିକେଟ୍‌ କିପର ବ୍ୟାଟସମ୍ୟାନ୍‌ ଇଷାନ୍‌ କିଷାନ୍‌ ।  ଝାଡ଼ଖଣ୍ଡ ଷ୍ଟେଟ୍‌ କ୍ରିକେଟ୍‌ ଆସୋସିଏସ୍‌ନକୁ ଆଗାମୀ ଘରୋଇ ସିଜିନ୍‌ରେ ଖେଳିବାକୁ ଇଷାନ୍‌ ରାଜି ଅଛନ୍ତି ବୋଲି ଜଣାଇଛନ୍ତି । କିଛି ମାସ ତଳେ ବିସିସିଆଇ କିମ୍ବା ଏନ୍‌ସିଏ କିମ୍ବା ରାଜ୍ୟ କ୍ରିକେଟ୍‌ ବୋର୍ଡକୁ ନଜଣାଇ ଛୁଟିରେ ରହିଥିଲେ । ଯାହାକୁ ନେଇ ବିସିସିଆଇ ନିଜର ଅସନ୍ତୋଷ ଜାହିର କରିଥିଲା । ଏମିତିକି ତାଙ୍କୁ ବିସିସିଆଇ ନିଜ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ବାଦ୍‌ ମଧ୍ୟ ଦେଇଥିଲା । ଏହାପରେ ତାଙ୍କୁ ଘରୋଇ ସିଜିନ୍‌ରେ ଖେଳିବାକୁ କୁହାଯାଇଥିଲା । ହେଲେ ଇଷାନ୍‌ଙ୍କ ପକ୍ଷରୁ କୌଣସି ଉତ୍ତର ମିଳିନଥିଲା । କି ଘରୋଇ ସିଜିନ୍‌ରେ ଖେଳିନଥିଲେ । ଶେଷରେ ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ  ଖେଳିଥିଲେ । ଏପିରିକି ଗତ ୭ ମାସ ଧରି ଟିମ୍‌ ଇଣ୍ଡିଆ ଠାରୁ ଦୂରରେ ରହିଛନ୍ତି ଇଶାନ୍‌ କିଷାନ୍‌ । କ୍ରିକ୍‌ବଜ୍‌ର ଏକ ରିପୋର୍ଟ ଅନୁସାରେ, ୨୬ ବର୍ଷୀ କ୍ରିକେଟ୍‌ର ଇଷାନ କିଶାନ୍‌ ନିକଟରେ ଝାଡ଼ଖଣ୍ଡ ଷ୍ଟେଟ କ୍ରିକେଟ୍‌ ଆସୋସିଏସନ୍‌ ସହିତ ଯୋଗାଯୋଗ କରିଛନ୍ତି । ଆଉ ନିଜକୁ ଆଗାମୀ ଘରୋଇ ସିଜିନ୍‌ରେ ଖେଳିବାକୁ ଉପସ୍ଥିତ ଅଛନ୍ତି ବୋଲି ଜଣାଇଛନ୍ତି । ଯାହାକୁ ନେଇ ଝାଡ଼ଖଣ୍ଡ ଆସୋସିଏସ

ଇଷାନ୍‌ଙ୍କ ପାଇଁ ଗୁଡ୍ ନ୍ୟୁଜ୍ ! ବାଂଲାଦେଶ ସିରିଜ୍‌ରେ କରିପାରନ୍ତି କମ୍‌ବ୍ୟାକ୍‌

ମୁମ୍ବାଇ ୦୫।୦୮ : ଶେଷରେ ପଶିଲା ଚେତା । ଆଉ ଘରୋଇ କ୍ରିକେଟ୍‌ ଖେଳିବାକୁ ହେଲେ ରାଜି । ଆଉ ଆଗାମୀ ଘରୋଇ ସିଜିନ୍‌ରେ ଝାଡଖଣ୍ଡ ଦଳ ତରଫରୁ ଖେଳିବାକୁ ଯାଉଛନ୍ତି ଯୁବ ଓ୍ୱିକେଟ୍‌ କିପର ବ୍ୟାଟସମ୍ୟାନ୍‌ ଇଷାନ୍‌ କିଷାନ୍‌ ।  ଝାଡ଼ଖଣ୍ଡ ଷ୍ଟେଟ୍‌ କ୍ରିକେଟ୍‌ ଆସୋସିଏସ୍‌ନକୁ ଆଗାମୀ ଘରୋଇ ସିଜିନ୍‌ରେ ଖେଳିବାକୁ ଇଷାନ୍‌ ରାଜି ଅଛନ୍ତି ବୋଲି ଜଣାଇଛନ୍ତି । 

କିଛି ମାସ ତଳେ ବିସିସିଆଇ କିମ୍ବା ଏନ୍‌ସିଏ କିମ୍ବା ରାଜ୍ୟ କ୍ରିକେଟ୍‌ ବୋର୍ଡକୁ ନଜଣାଇ ଛୁଟିରେ ରହିଥିଲେ । ଯାହାକୁ ନେଇ ବିସିସିଆଇ ନିଜର ଅସନ୍ତୋଷ ଜାହିର କରିଥିଲା । ଏମିତିକି ତାଙ୍କୁ ବିସିସିଆଇ ନିଜ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ବାଦ୍‌ ମଧ୍ୟ ଦେଇଥିଲା । ଏହାପରେ ତାଙ୍କୁ ଘରୋଇ ସିଜିନ୍‌ରେ ଖେଳିବାକୁ କୁହାଯାଇଥିଲା । ହେଲେ ଇଷାନ୍‌ଙ୍କ ପକ୍ଷରୁ କୌଣସି ଉତ୍ତର ମିଳିନଥିଲା । କି ଘରୋଇ ସିଜିନ୍‌ରେ ଖେଳିନଥିଲେ । ଶେଷରେ ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ  ଖେଳିଥିଲେ । ଏପିରିକି ଗତ ୭ ମାସ ଧରି ଟିମ୍‌ ଇଣ୍ଡିଆ ଠାରୁ ଦୂରରେ ରହିଛନ୍ତି ଇଶାନ୍‌ କିଷାନ୍‌ । 

କ୍ରିକ୍‌ବଜ୍‌ର ଏକ ରିପୋର୍ଟ ଅନୁସାରେ, ୨୬ ବର୍ଷୀ କ୍ରିକେଟ୍‌ର ଇଷାନ କିଶାନ୍‌ ନିକଟରେ ଝାଡ଼ଖଣ୍ଡ ଷ୍ଟେଟ କ୍ରିକେଟ୍‌ ଆସୋସିଏସନ୍‌ ସହିତ ଯୋଗାଯୋଗ କରିଛନ୍ତି । ଆଉ ନିଜକୁ ଆଗାମୀ ଘରୋଇ ସିଜିନ୍‌ରେ ଖେଳିବାକୁ ଉପସ୍ଥିତ ଅଛନ୍ତି ବୋଲି ଜଣାଇଛନ୍ତି । ଯାହାକୁ ନେଇ ଝାଡ଼ଖଣ୍ଡ ଆସୋସିଏସନ୍‌ ପ୍ରି-ସିଜିନ୍‌ରେ ସାମିଲ କରିପାରେ । ଯେଉଁଥିରେ ମୋଟ ୨୫ ଖେଳାଳିଙ୍କୁ ଚୟନ କରାଯାଇଛି । ଯେଉଁଥିରେ ଇଷାନ କିଶାନ ସାମିଲ ଅଛନ୍ତି । ଏପିରିକି ତାଙ୍କୁ ଆଗାମୀ ରଣଜୀ ସିଜିନ୍‌ରେ ଝାଡ଼ଖଣ୍ଡ ଟିମ୍‌ ଅଧିନାୟକ ହୋଇପାରନ୍ତି ଇଷାନ୍‌ କିଶାନ୍ । 

ତେବେ ଦେଖାଯାଉ ଇଷାନ୍‌ କିଶାନ୍‌ଙ୍କ ଏହି ନିଷ୍ପତ୍ତି ତାଙ୍କ କ୍ୟାରିୟର ପାଇଁ କେତେ ଫାଇଦା ହେଉଛି । ଯଦି ରଣଜୀରେ ଇଷାନ୍‌ କିଶାନ୍‌ଙ୍କ ଫର୍ମ ଠିକ୍‌ଠାକ୍‌ ରୁହେ । ତେବେ ତାଙ୍କ ଆଗାମୀ ବାଂଲାଦେଶ ବିପକ୍ଷ ସିରିଜ୍‌ରେ ଚୟନ କରାଯାଇପାରେ ।  

ସୂଚନାଯୋଗ୍ୟ ଯେ, ଇଷାନ୍‌ କିଶାନ୍‌ ଏବେ ଯାଏଁ ୨୭ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି । ଯେଉଁଥିରେ ୯୩୩ ରନ୍‌ ସଂଗ୍ରହ କରିଛନ୍ତି । ଦିନିକିଆ କ୍ୟାରିୟରରେ ଗୋଟିଏ ଶତକ, ଗୋଟିଏ ଦ୍ୱିଶତକ ଏବଂ ୭ଟି ଅର୍ଦ୍ଧଶତକ ରହିଛି । ୨୧୦ ତାଙ୍କର ତାଙ୍କର ବ୍ୟକ୍ତିଗତ ଭାବେ ସର୍ବାଧିକ ସ୍କୋର ରହିଛି । ସେହିପରି ୩୨ଟି ଟି-୨୦ ମ୍ୟାଚ୍‌ ଖେଳି ୭୯୬ ରନ୍‌ ସଂଗ୍ରହ କରିଛନ୍ତି । ଯେଉଁଥିରେ ତାଙ୍କର ସର୍ବାଧିକ ସ୍କୋର ୮୯ ରହିଥିବା ବେଳେ ୬ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ବାକି ୨ଟି ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି । ଯେଉଁଥିରେ ସେ ୭୮ ରନ୍‌ ସଂଗ୍ରହ କରିଛନ୍ତି ।