ଇସ୍ତଫା ଦେବା ପୂର୍ବରୁ ମୌସୁମୀ ଅଧିବେଶନରେ ସାଂସଦମାନଙ୍କୁ ଏହି ନିବେଦନ କରିଥିଲେ ଧନଖର
ନୂଆଦିଲ୍ଲୀ,୨୧।୭:ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖର ତତ୍କାଳ ପ୍ରଭାବରୁ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି ଧନଖର। ତେବେ ସୋମବାରଠାରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନ ପୂର୍ବରୁ ସମସ୍ତ ରାଜନୈତିକ ଦଳ ମଧ୍ୟରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶ ସୃଷ୍ଟି କରିବାକୁ ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନଖର ଆହ୍ବାନ ଦେଇଥିଲେ। ସେ ସମସ୍ତ ଦଳର ସାଂସଦମାନଙ୍କୁ ‘ପାରସ୍ପରିକ ସମ୍ମାନ ରଖିବାକୁ, ଟେଲିଭିଜନରେ ଅପମାନଜନକ ଭାଷା ବ୍ୟବହାର ନକରିବାକୁ ଏବଂ ବ୍ୟକ୍ତିଗତ ଆକ୍ରମଣରୁ ଦୂରେଇ […] The post ଇସ୍ତଫା ଦେବା ପୂର୍ବରୁ ମୌସୁମୀ ଅଧିବେଶନରେ ସାଂସଦମାନଙ୍କୁ ଏହି ନିବେଦନ କରିଥିଲେ ଧନଖର appeared first on Dharitri Odia News.
ନୂଆଦିଲ୍ଲୀ,୨୧।୭:ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖର ତତ୍କାଳ ପ୍ରଭାବରୁ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି ଧନଖର। ତେବେ ସୋମବାରଠାରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନ ପୂର୍ବରୁ ସମସ୍ତ ରାଜନୈତିକ ଦଳ ମଧ୍ୟରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶ ସୃଷ୍ଟି କରିବାକୁ ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନଖର ଆହ୍ବାନ ଦେଇଥିଲେ। ସେ ସମସ୍ତ ଦଳର ସାଂସଦମାନଙ୍କୁ ‘ପାରସ୍ପରିକ ସମ୍ମାନ ରଖିବାକୁ, ଟେଲିଭିଜନରେ ଅପମାନଜନକ ଭାଷା ବ୍ୟବହାର ନକରିବାକୁ ଏବଂ ବ୍ୟକ୍ତିଗତ ଆକ୍ରମଣରୁ ଦୂରେଇ ରହିବାକୁ’ ଅନୁରୋଧ କରିଥଲେ।
ଉପରାଷ୍ଟ୍ରପତି ଧନଖର କହିଥିଲେ, ମୁଁ ରାଜନୈତିକ ଜଗତର ସମସ୍ତ ଲୋକଙ୍କୁ ଅନୁରୋଧ କରୁଛି ଯେ ଦୟାକରି ପାରସ୍ପରିକ ସମ୍ମାନ ରଖନ୍ତୁ। ଦୟାକରି ଟେଲିଭିଜନରେ କିମ୍ବା କୌଣସି ଦଳର ନେତୃତ୍ୱ ବିରୁଦ୍ଧରେ ଅପମାନଜନକ ଭାଷା ବ୍ୟବହାର କରନ୍ତୁ ନାହିଁ। ଏହି ସଂସ୍କୃତି ଆମ ସଭ୍ୟତାର ମୂଳ ନୁହେଁ। ଆମକୁ ଆମର ଭାଷାର ଯତ୍ନ ନେବାକୁ ପଡିବ। ବ୍ୟକ୍ତିଗତ ଆକ୍ରମଣରୁ ଦୂରେଇ ରୁହନ୍ତୁ। ମୁଁ ରାଜନେତାମାନଙ୍କୁ ନିବେଦନ କରୁଛି। ଏବେ ରାଜନେତାଙ୍କୁ ଅପମାନ ବନ୍ଦ କରିବାର ସମୟ ଆସିଛି। ଯେତେବେଳେ ବିଭିନ୍ନ ରାଜନୈତିକ ଦଳର ଲୋକମାନେ ଅନ୍ୟ ରାଜନୈତିକ ଦଳର ବରିଷ୍ଠ ନେତାଙ୍କୁ ଅପମାନ କରନ୍ତି, ଏହା ଆମ ସଂସ୍କୃତି ପାଇଁ ଭଲ ନୁହେଁ।
The post ଇସ୍ତଫା ଦେବା ପୂର୍ବରୁ ମୌସୁମୀ ଅଧିବେଶନରେ ସାଂସଦମାନଙ୍କୁ ଏହି ନିବେଦନ କରିଥିଲେ ଧନଖର appeared first on Dharitri Odia News.