ଇସ୍ରାଏଲ-ଇରାନ ଆଟାକ; ନାଗରିକଙ୍କ ପାଇଁ ଆଡଭାଇଜରି ଜାରି କଲା ଭାରତ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ସାମରିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ସରକାର ସେଠାରେ ରହୁଥିବା ସମସ୍ତ ଭାରତୀୟ ନାଗରିକଙ୍କ ପାଇଁ ଆଡଭାଇଜରି ଜାରି କରିଛନ୍ତି। ଭାରତୀୟ ଦୂତାବାସ କହିଛି ଯେ “ବର୍ତ୍ତମାନର ଆଞ୍ଚଳିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ଭାରତୀୟ ନାଗରିକ ସତର୍କ ରହିବା ଉଚିତ ଓ ଇସ୍ରାଏଲୀ କର୍ତ୍ତୃପକ୍ଷ ଏବଂ ‘ହୋମ୍ ଫ୍ରଣ୍ଟ୍ କମାଣ୍ଡ’ ଦ୍ୱାରା ଜାରି ସୁରକ୍ଷା ନିର୍ଦ୍ଦେଶାବଳୀକୁ ସମ୍ପୂର୍ଣ୍ଣ ଭାବରେ ପାଳନ କରିବା ଉଚିତ। ଏହା […] The post ଇସ୍ରାଏଲ-ଇରାନ ଆଟାକ; ନାଗରିକଙ୍କ ପାଇଁ ଆଡଭାଇଜରି ଜାରି କଲା ଭାରତ appeared first on Odisha.News.

ଇସ୍ରାଏଲ-ଇରାନ ଆଟାକ; ନାଗରିକଙ୍କ ପାଇଁ ଆଡଭାଇଜରି ଜାରି କଲା ଭାରତ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ସାମରିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ସରକାର ସେଠାରେ ରହୁଥିବା ସମସ୍ତ ଭାରତୀୟ ନାଗରିକଙ୍କ ପାଇଁ ଆଡଭାଇଜରି ଜାରି କରିଛନ୍ତି।

ଭାରତୀୟ ଦୂତାବାସ କହିଛି ଯେ “ବର୍ତ୍ତମାନର ଆଞ୍ଚଳିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ଭାରତୀୟ ନାଗରିକ ସତର୍କ ରହିବା ଉଚିତ ଓ ଇସ୍ରାଏଲୀ କର୍ତ୍ତୃପକ୍ଷ ଏବଂ ‘ହୋମ୍ ଫ୍ରଣ୍ଟ୍ କମାଣ୍ଡ’ ଦ୍ୱାରା ଜାରି ସୁରକ୍ଷା ନିର୍ଦ୍ଦେଶାବଳୀକୁ ସମ୍ପୂର୍ଣ୍ଣ ଭାବରେ ପାଳନ କରିବା ଉଚିତ। ଏହା ସହିତ ଭାରତୀୟମାନଙ୍କୁ ଅନାବଶ୍ୟକ ଯାତ୍ରା ଏଡାଇବାକୁ ଏବଂ ନିକଟତମ ସୁରକ୍ଷା ଆଶ୍ରୟସ୍ଥଳ ନିକଟରେ ରହିବାକୁ ପରାମର୍ଶ ଦିଆଯାଇଛି।

ପରିସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ସତର୍କ ରହିବାକୁ ଏବଂ ଆବଶ୍ୟକ ହେଲେ ତୁରନ୍ତ ସହାୟତା ପାଇଁ ଦୂତାବାସ ସହିତ ଯୋଗାଯୋଗ କରିବାକୁ ଦୂତାବାସ ସମସ୍ତଙ୍କୁ ନିବେଦନ କରିଛି।

ତେବେ ଗୁରୁବାର ବିଳମ୍ବିତ ରାତିରେ ଇସ୍ରାଏଲ, ଇରାନ ବିରୁଦ୍ଧରେ ଏକ ବଡ଼ ସାମରିକ ଅଭିଯାନ ‘ରାଇଜିଂ ଲାୟନ୍’ ଆରମ୍ଭ କରିଛି। ଇରାନର ସରକାରୀ ଗଣମାଧ୍ୟମ ମଧ୍ୟ ଏହି ଆକ୍ରମଣକୁ ସ୍ପଷ୍ଟ କରିଛି। ଇସ୍ରାଏଲୀ ପ୍ରତିରକ୍ଷା ମନ୍ତ୍ରୀ ଏହାକୁ “ପ୍ରାକ୍ଟିଭ୍ ପ୍ରତିକ୍ରିୟା” ଭାବରେ ବର୍ଣ୍ଣନା କରିଛନ୍ତି। ଇସ୍ରାଏଲ କହିଛି ଯେ ଇରାନର ପରମାଣୁ କାର୍ଯ୍ୟକ୍ରମ ତାଙ୍କ ପାଇଁ ସିଧାସଳଖ ବିପଦ ହୋଇପଡୁଥିଲା ଏବଂ ସେଥିପାଇଁ ଏହି ସାମରିକ ପଦକ୍ଷେପ ନେବା ଆବଶ୍ୟକ ହୋଇଛି।

The post ଇସ୍ରାଏଲ-ଇରାନ ଆଟାକ; ନାଗରିକଙ୍କ ପାଇଁ ଆଡଭାଇଜରି ଜାରି କଲା ଭାରତ appeared first on Odisha.News.