ଇସ୍ରାଏଲ ଉପରେ ୩୦ ରକେଟ ମାଡ଼ କଲା ହମାସ

ଜେରୁଜେଲମ,୨୨।୧୨: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଗୁରୁବାର ବିଳମ୍ବିତ ରାତିରେ ହମାସ ଇସ୍ରାଏଲରେ ଗୋଟିଏ ପରେ ଗୋଟିଏ ୩୦ଟି ରକେଟ ମାଡ଼ କରିଛି। ହମାସ ଆକ୍ରମଣରେ ଅନେକ ଲୋକ ଆହତ ହୋଇଛନ୍ତି। ହମାସ ରକେଟର ଏକ ଖଣ୍ଡ ମଧ୍ୟ ତେଲ ଅଭିବର ଏକ ସ୍କୁଲ ଉପରେ ପଡିଛି। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନାହିଁ। ଇସ୍ରାଏଲ ଅଧିକାରୀ କହିଛନ୍ତି, ହମାସ କେନ୍ଦ୍ରୀୟ ଇସ୍ରାଏଲ ଏବଂ ତେଲ ଅଭିବ ଉପରେ ରକେଟ ଆକ୍ରମଣ […] The post ଇସ୍ରାଏଲ ଉପରେ ୩୦ ରକେଟ ମାଡ଼ କଲା ହମାସ appeared first on Dharitri Odia News.

ଇସ୍ରାଏଲ ଉପରେ ୩୦ ରକେଟ ମାଡ଼ କଲା ହମାସ

ଜେରୁଜେଲମ,୨୨।୧୨: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଗୁରୁବାର ବିଳମ୍ବିତ ରାତିରେ ହମାସ ଇସ୍ରାଏଲରେ ଗୋଟିଏ ପରେ ଗୋଟିଏ ୩୦ଟି ରକେଟ ମାଡ଼ କରିଛି। ହମାସ ଆକ୍ରମଣରେ ଅନେକ ଲୋକ ଆହତ ହୋଇଛନ୍ତି। ହମାସ ରକେଟର ଏକ ଖଣ୍ଡ ମଧ୍ୟ ତେଲ ଅଭିବର ଏକ ସ୍କୁଲ ଉପରେ ପଡିଛି। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନାହିଁ।
ଇସ୍ରାଏଲ ଅଧିକାରୀ କହିଛନ୍ତି, ହମାସ କେନ୍ଦ୍ରୀୟ ଇସ୍ରାଏଲ ଏବଂ ତେଲ ଅଭିବ ଉପରେ ରକେଟ ଆକ୍ରମଣ କରିଛି। ଗାଜା ଷ୍ଟ୍ରିପରେ ଅସ୍ତ୍ରବିରତି ଉଲ୍ଲଂଘନ ନେଇ ଇଜିପ୍ଟରେ ଗୁରୁତର ଆଲୋଚନା ସତ୍ତ୍ୱେ ଏହି ଯୁଦ୍ଧ ଥମିବାର ନାଁ ଧରୁନି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୭ଠାରୁ ହମାସ ଇସ୍ରାଏଲ ବିରୁଦ୍ଧରେ ୧୨ହଜାରରୁ ଅଧିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ପକ୍ଷର ୧୯ ହଜାରରୁ ଅଧିକ ଲୋକ ଯୁଦ୍ଧରେ ପ୍ରାଣ ହରାଇଛନ୍ତି।

The post ଇସ୍ରାଏଲ ଉପରେ ୩୦ ରକେଟ ମାଡ଼ କଲା ହମାସ appeared first on Dharitri Odia News.