ଇସ୍ରାଏଲର ପାଲଟା ଆକ୍ରମଣ ଉପରେ ଆମେରିକା ଚୁପ୍; ପୂର୍ବ ମତ ବଦଳାଇଲା ହ୍ବାଇଟ୍ ହାଉସ୍
ନୂଆଦିଲ୍ଲୀ: ଇରାନ ଉପରେ ପାଲଟା ଆକ୍ରମଣ କରିଛି ଇସ୍ରାଏଲ୍ । ଇରାନର ଇସ୍ଫହାନ ସହରକୁ ଟାର୍ଗେଟ୍ କରିଛି ଆଇଡିଏଫ୍ । ଏହି ସହରରେ ଆଣବିକ କେନ୍ଦ୍ର ରହିଥିବା ବେଳେ ଏଠାରେ ବୋମା ବିସ୍ଫୋରଣ ହୋଇଛି । ତେବେ ଇସ୍ରାଏଲର କାଉଁଣ୍ଟର ଆଟାକକୁ ନେଇ ଚୁପ୍ ରହିଛି ଆମେରିକା । ହ୍ବାଇଟ୍ ହାଉସ୍ ମୁଖପାତ୍ର କୈରିନ ଜିନ୍ ପେୟର ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଉତ୍ତେଜନା ଖବର ଜାଣିବାକୁ ସମସ୍ତେ ଇଚ୍ଛୁକ । ଆପଣ ମଧ୍ୟ ମୋତେ ଏବାବଦରେ ପଚାରିବେ, ହେଲେ ଇସ୍ରାଏଲ-ଇରାନ ଉତ୍ତେଜନାକୁ ନେଇ କୌଣସି ଟିପ୍ପଣୀ ଦିଆଯିବ ନାହିଁ ବୋଲି ହ୍ବାଇଟ୍ ହାଉସ୍ ମୁଖପାତ୍ର କହିଛନ୍ତି । ଏହା ପୂର୍ବରୁ ବାଇଡେନ ପ୍ରଶାସନ କହିଥିଲା, ଇରାନ-ଇସ୍ରାଏଲ ମଧ୍ୟରେ ଏହି ସଂଘର୍ଷ ଆଗକୁ ଅଧିକ ତିକ୍ତ ନହେଉ । ସରକାର ଏହା ଦେଖିବାକୁ ଚାହାନ୍ତି ନାହିଁ । ଦୁଇ ଦେଶ ମଧ୍ୟରେ ଉତ୍ତେଜନା କିଭଳି କମ୍ କରାଯିବ ସେନେଇ ସହଯୋଗୀ ଦେଶମାନଙ୍କର ପରମର୍ଶ ନିଆଯାଇଛି ବୋଲି କହିଛନ୍ତି । ପୂର୍ବରୁ ଇସ୍ରାଏଲକୁ ପାଲଟା ଆକ୍ରମଣ ନକରିବାକୁ ମଧ୍ୟ ପରମର୍ଶ ଦେଇଥିଲା ଆମେରିକା । ରାଷ୍ଟ୍ରପତି ଜୋ-ବାଇଡେନ, ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସ୍ପଷ୍ଟ କହିଥିଲେ ଯେ, ଇସ୍ରାଏଲ୍ ଯଦି ଇରାନ ଉପରେ ପ୍ରତିଆକ୍ରମଣ କରିବ ତେବେ ଆମେରିକା ଜେରୁଜେଲମଙ୍କୁ ସହଯୋଗ କରିବ ନାହିଁ । ଏବେ ଆଇଡିଏଫ କାଉଣ୍ଟର ଆଟାକ୍ କରିବା ପରେ ଏହାକୁ ଚୁପ
ନୂଆଦିଲ୍ଲୀ: ଇରାନ ଉପରେ ପାଲଟା ଆକ୍ରମଣ କରିଛି ଇସ୍ରାଏଲ୍ । ଇରାନର ଇସ୍ଫହାନ ସହରକୁ ଟାର୍ଗେଟ୍ କରିଛି ଆଇଡିଏଫ୍ । ଏହି ସହରରେ ଆଣବିକ କେନ୍ଦ୍ର ରହିଥିବା ବେଳେ ଏଠାରେ ବୋମା ବିସ୍ଫୋରଣ ହୋଇଛି । ତେବେ ଇସ୍ରାଏଲର କାଉଁଣ୍ଟର ଆଟାକକୁ ନେଇ ଚୁପ୍ ରହିଛି ଆମେରିକା । ହ୍ବାଇଟ୍ ହାଉସ୍ ମୁଖପାତ୍ର କୈରିନ ଜିନ୍ ପେୟର ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଉତ୍ତେଜନା ଖବର ଜାଣିବାକୁ ସମସ୍ତେ ଇଚ୍ଛୁକ । ଆପଣ ମଧ୍ୟ ମୋତେ ଏବାବଦରେ ପଚାରିବେ, ହେଲେ ଇସ୍ରାଏଲ-ଇରାନ ଉତ୍ତେଜନାକୁ ନେଇ କୌଣସି ଟିପ୍ପଣୀ ଦିଆଯିବ ନାହିଁ ବୋଲି ହ୍ବାଇଟ୍ ହାଉସ୍ ମୁଖପାତ୍ର କହିଛନ୍ତି ।
ଏହା ପୂର୍ବରୁ ବାଇଡେନ ପ୍ରଶାସନ କହିଥିଲା, ଇରାନ-ଇସ୍ରାଏଲ ମଧ୍ୟରେ ଏହି ସଂଘର୍ଷ ଆଗକୁ ଅଧିକ ତିକ୍ତ ନହେଉ । ସରକାର ଏହା ଦେଖିବାକୁ ଚାହାନ୍ତି ନାହିଁ । ଦୁଇ ଦେଶ ମଧ୍ୟରେ ଉତ୍ତେଜନା କିଭଳି କମ୍ କରାଯିବ ସେନେଇ ସହଯୋଗୀ ଦେଶମାନଙ୍କର ପରମର୍ଶ ନିଆଯାଇଛି ବୋଲି କହିଛନ୍ତି । ପୂର୍ବରୁ ଇସ୍ରାଏଲକୁ ପାଲଟା ଆକ୍ରମଣ ନକରିବାକୁ ମଧ୍ୟ ପରମର୍ଶ ଦେଇଥିଲା ଆମେରିକା । ରାଷ୍ଟ୍ରପତି ଜୋ-ବାଇଡେନ, ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସ୍ପଷ୍ଟ କହିଥିଲେ ଯେ, ଇସ୍ରାଏଲ୍ ଯଦି ଇରାନ ଉପରେ ପ୍ରତିଆକ୍ରମଣ କରିବ ତେବେ ଆମେରିକା ଜେରୁଜେଲମଙ୍କୁ ସହଯୋଗ କରିବ ନାହିଁ । ଏବେ ଆଇଡିଏଫ କାଉଣ୍ଟର ଆଟାକ୍ କରିବା ପରେ ଏହାକୁ ଚୁପ୍ ରହିଛି ଆମେରିକା । ଏନେଇ ପ୍ରଶ୍ନ ଉଠିବା ପରେ ହ୍ବାଇଟ୍ ହାଉସ୍ ନିଜର ମତ ବଦଳାଇ ଦେଇଛି । ଅନ୍ୟପଟେ ଇରାନ ଉପରେ ଆକ୍ରମଣ ନକରିବାକୁ ଜର୍ମାନୀ ଓ ବ୍ରିଟେନ୍ ମଧ୍ୟ ନେତାନ୍ୟାହୁଙ୍କୁ ପରାମର୍ଶ ଦେଇଥିଲେ । ସେ କହିଥିଲେ, ଆଇଡିଏଫ୍ ଯଦି ଇରାନ ଉପରେ ଆକ୍ରମଣ କଲେ ମଧ୍ୟପ୍ରାଚ୍ୟ ବଡ଼ ଯୁଦ୍ଧ ମୁହାଁ ହେବ ।
ଗୁରୁବାର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଇସ୍ରାଏଲ ଓ୍ବାର ଏବଂ ସୁରକ୍ଷା କ୍ୟାବିନେଟ୍ ବୈଠକରେ ସ୍ପଷ୍ଟ ଭାବେ କହିଥିଲେ, ସହଯୋଗୀ ଦେଶମାନଙ୍କ ପରାମର୍ଶ ଯାହାବି ହେଉ ଇସ୍ରାଏଲ କୌଣସି ବି ଦେଶର ଚାପରେ ରହିବ ନାହିଁ । ଇରାନ ଉପରେ କେବେ ଆକ୍ରମଣ କରିବାକୁ ହେବ ସେ ନିଷ୍ପତ୍ତି ଜେରୁଜେଲମ୍ ନିଜେ ହିଁ ନେବ । ତେବେ ଏହା ପୂର୍ବରୁ ଇରାନ ଉପରେ ଆକ୍ରମଣ ଇସ୍ରାଏଲ୍ ମିସାଇଲ୍ ଆକ୍ରମଣ କରି ଦେଇଛି । ଇରାନର ଆଣବିକ କେନ୍ଦ୍ର ଥିବା ସହର ଇସ୍ଫହାନ ସହରକୁ ଟାର୍ଗେଟ୍ କରିଛି ।