ଇସ୍ରାଏଲର ବୈଜ୍ଞାନିକ ଗବେଷଣା କେନ୍ଦ୍ର ଉଡ଼ାଇଲା ଇରାନ: ନଷ୍ଟ ହେଲା ଗୁରୁତ୍ୱପୂର୍ଣ୍ଣ ଲ୍ୟାବ୍
ନୂଆଦିଲ୍ଲୀ: ଇରାନର ପରମାଣୁ କାର୍ଯ୍ୟକ୍ରମକୁ ରୋକିବାକୁ ଇସ୍ରାଏଲ୍ ନିକଟରେ ଇରାନ ଉପରେ ଆକ୍ରମଣ କରିଥିଲା। ଏଥିରେ ଇରାନ ପରମାଣୁ ବୈଜ୍ଞାନିକଙ୍କ ସମେତ ସେନା ମୁଖ୍ୟଙ୍କର ବି ମୃତ୍ୟୁ ହୋଇଥିଲା। ଜବାବରେ ଇରାନ ମଧ୍ୟ ଇସ୍ରାଏଲ୍ର ବୈଜ୍ଞାନିକ ଗବେଷଣା ଭିତ୍ତିଭୂମି ଓ ବୈଜ୍ଞାନିକମାନଙ୍କୁ ଟାର୍ଗେଟ୍ କରିଛି। ଇସ୍ରାଏଲ୍ର ବୈଜ୍ଞାନିକ ଗବେଷଣା କେନ୍ଦ୍ର କ୍ରାଉନ ଜୁଏଲ ଅଫ୍ ସାଇନ୍ସ ଉପରେ ମିସାଇଲ୍ ମାଡ଼ କରିଛି ଇରାନ।ରବିବାର ଭୋର ସମୟରେ ଇରାନର ମିସାଇଲ୍ ଇସ୍ରାଏଲ୍ର ୱେଇଜମ୍ୟାନ୍ ସାଇନ୍ସ ଇନଷ୍ଟିଚ୍ୟୁଟ୍ ଉପରେ ଆଟାକ୍ କରିଥିଲା। ଏଥିରେ ଇନଷ୍ଟିଚ୍ୟୁଟ୍ର ଏକାଧିକ ଲ୍ୟାବ୍ ନଷ୍ଟ ହୋଇଯାଇଛି। ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆକ୍ରମଣରେ ଦୁଇଟି ବିଲ୍ଡିଂକୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଯେଉଁଥିରେ ଗୋଟିଏ ଜୀବ ବିଜ୍ଞାନ ଲ୍ୟାବ ଥିଲା। ଏବଂ ଅନ୍ୟଟି ରସାୟନ ବିଜ୍ଞାନ ଅଧ୍ୟୟନ ପାଇଁ ନିର୍ମାଣାଧୀନ ଥିଲା। ଏଥିରେ ଏକାଧିକ ବିଲ୍ଡିଂ ନଷ୍ଟ ହୋଇଛି। ପଢନ୍ତୁ- ଅପରେସନ ସିନ୍ଦୂରରେ ଭାରତ ଆମର ଦୁଇଟି ଏୟାର ବେସ୍ ଉପରେ ଆକ୍ରମଣ କରିଛି: ମାନିଲେ ପାକିସ୍ତାନ ଉପପ୍ରଧାନମନ୍ତ୍ରୀ୧୯୩୪ ମସିହାରେ ପ୍ରତିଷ୍ଠିତ ହୋଇଥିବା ୱେଇଜମ୍ୟାନ୍ ସାଇନ୍ସ ଇନଷ୍ଟିଚ୍ୟୁଟ୍ ଇସ୍ରାଏଲର ପ୍ରଥମ ରାଷ୍ଟ୍ରପତିଙ୍କ ନାମରେ ନାମିତ ହୋଇଥିଲା। ଏହା ବିଶ୍ୱର ଶ୍ରେଷ୍ଠ ଗବେଷଣା ପ୍ରତିଷ୍ଠାନ ମଧ୍ୟରେ ସ୍ଥାନ ପାଇଛି। ଏହି ଇନଷ୍ଟିଚ୍ୟୁଟ୍ର ବୈଜ୍ଞାନିକ
ନୂଆଦିଲ୍ଲୀ: ଇରାନର ପରମାଣୁ କାର୍ଯ୍ୟକ୍ରମକୁ ରୋକିବାକୁ ଇସ୍ରାଏଲ୍ ନିକଟରେ ଇରାନ ଉପରେ ଆକ୍ରମଣ କରିଥିଲା। ଏଥିରେ ଇରାନ ପରମାଣୁ ବୈଜ୍ଞାନିକଙ୍କ ସମେତ ସେନା ମୁଖ୍ୟଙ୍କର ବି ମୃତ୍ୟୁ ହୋଇଥିଲା। ଜବାବରେ ଇରାନ ମଧ୍ୟ ଇସ୍ରାଏଲ୍ର ବୈଜ୍ଞାନିକ ଗବେଷଣା ଭିତ୍ତିଭୂମି ଓ ବୈଜ୍ଞାନିକମାନଙ୍କୁ ଟାର୍ଗେଟ୍ କରିଛି। ଇସ୍ରାଏଲ୍ର ବୈଜ୍ଞାନିକ ଗବେଷଣା କେନ୍ଦ୍ର କ୍ରାଉନ ଜୁଏଲ ଅଫ୍ ସାଇନ୍ସ ଉପରେ ମିସାଇଲ୍ ମାଡ଼ କରିଛି ଇରାନ।
ରବିବାର ଭୋର ସମୟରେ ଇରାନର ମିସାଇଲ୍ ଇସ୍ରାଏଲ୍ର ୱେଇଜମ୍ୟାନ୍ ସାଇନ୍ସ ଇନଷ୍ଟିଚ୍ୟୁଟ୍ ଉପରେ ଆଟାକ୍ କରିଥିଲା। ଏଥିରେ ଇନଷ୍ଟିଚ୍ୟୁଟ୍ର ଏକାଧିକ ଲ୍ୟାବ୍ ନଷ୍ଟ ହୋଇଯାଇଛି। ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆକ୍ରମଣରେ ଦୁଇଟି ବିଲ୍ଡିଂକୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଯେଉଁଥିରେ ଗୋଟିଏ ଜୀବ ବିଜ୍ଞାନ ଲ୍ୟାବ ଥିଲା। ଏବଂ ଅନ୍ୟଟି ରସାୟନ ବିଜ୍ଞାନ ଅଧ୍ୟୟନ ପାଇଁ ନିର୍ମାଣାଧୀନ ଥିଲା। ଏଥିରେ ଏକାଧିକ ବିଲ୍ଡିଂ ନଷ୍ଟ ହୋଇଛି।
ପଢନ୍ତୁ- ଅପରେସନ ସିନ୍ଦୂରରେ ଭାରତ ଆମର ଦୁଇଟି ଏୟାର ବେସ୍ ଉପରେ ଆକ୍ରମଣ କରିଛି: ମାନିଲେ ପାକିସ୍ତାନ ଉପପ୍ରଧାନମନ୍ତ୍ରୀ
୧୯୩୪ ମସିହାରେ ପ୍ରତିଷ୍ଠିତ ହୋଇଥିବା ୱେଇଜମ୍ୟାନ୍ ସାଇନ୍ସ ଇନଷ୍ଟିଚ୍ୟୁଟ୍ ଇସ୍ରାଏଲର ପ୍ରଥମ ରାଷ୍ଟ୍ରପତିଙ୍କ ନାମରେ ନାମିତ ହୋଇଥିଲା। ଏହା ବିଶ୍ୱର ଶ୍ରେଷ୍ଠ ଗବେଷଣା ପ୍ରତିଷ୍ଠାନ ମଧ୍ୟରେ ସ୍ଥାନ ପାଇଛି। ଏହି ଇନଷ୍ଟିଚ୍ୟୁଟ୍ର ବୈଜ୍ଞାନିକ ଏବଂ ଗବେଷକମାନେ ପ୍ରତିବର୍ଷ ଶହ ଶହ ଅଧ୍ୟୟନ ପ୍ରକାଶ କରନ୍ତି। ରସାୟନ ବିଜ୍ଞାନରେ ଜଣେ ନୋବେଲ ପୁରସ୍କାର ବିଜେତା ଏବଂ ତିନି ଜଣ ଟୁରିଂ ପୁରସ୍କାର ବିଜେତା ଏହି ପ୍ରତିଷ୍ଠାନ ସହିତ ଜଡିତ ଅଛନ୍ତି। ଏହି ଇନଷ୍ଟଚ୍ୟୁଟ୍ ୧୯୫୪ ମସିହାରେ ଇସ୍ରାଏଲରେ ପ୍ରଥମ କମ୍ପ୍ୟୁଟର ନିର୍ମାଣ କରିଥିଲା। ତେଣୁ ଏହା ଇସ୍ରାଏଲ୍ ବୈଜ୍ଞାନିକ ଗବେଷଣା କ୍ଷେତ୍ରରେ ଖୁବ୍ ଗୁରୁତ୍ୱ ରଖୁଛି।
ୱେଇଜମ୍ୟାନ୍ ସାଇନ୍ସ ଇନଷ୍ଟିଚ୍ୟୁଟ୍ ଯଦିଓ ଏକ ବହୁବିଧ ଗବେଷଣା ପ୍ରତିଷ୍ଠାନ, ଅନ୍ୟାନ୍ୟ ଇସ୍ରାଏଲୀ ବିଶ୍ୱବିଦ୍ୟାଳୟ ପରି ୱେଜମ୍ୟାନର ଇସ୍ରାଏଲର ପ୍ରତିରକ୍ଷା ପ୍ରତିଷ୍ଠାନ ସହିତ ମଧ୍ୟ ଜଡ଼ିତ ରହିଛି। ଏହି ଇନଷ୍ଟିଚ୍ୟୁଟ୍ ଏଲବିଟ୍ ସିଷ୍ଟମ୍ସ ଭଳି ପ୍ରତିରକ୍ଷା କମ୍ପାନୀ ସହ ସହଯୋଗରେ ରହିଛି। ତେଣୁ ଇରାନ ଏହାକୁ ଟାର୍ଗେଟ କରିଥାଇପାରେ ବୋଲି କୁହାଯାଉଛି।