ଇସ୍ରାଏଲର ଭୟଙ୍କର ଆକ୍ରମଣ:ଲେବାନନରେ ମୃତ୍ୟୁ ସଂଖ୍ୟା ୨୭୪କୁ ବୃଦ୍ଧି, IDFର ଚେତାବନୀ, ତୁରନ୍ତ ଜାଗା ଛାଡ଼

ନୂଆଦିଲ୍ଲୀ ୨୩।୯: ଇସ୍ରାଏଲ ୨୩ ସେପ୍ଟେମ୍ବର ସୋମବାର ଲେବାନନ ଉପରକୁ ୩୦୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରିଛି। ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ଲେବାନନରେ ୨୭୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦୦ରୁ ଅଧିକ ଲୋକେ ଆହତ ହୋଇଥିବା ଜଣାପଡିଛି। ମୃତକଙ୍କ ମଧ୍ୟରେ ୨୧ ଜଣ ପିଲା ଥିବା ଲେବାନନ ସ୍ୱାସ୍ଥ୍ୟମନ୍ତ୍ରାଳୟ ପୁଷ୍ଟି କରିଛି। ଅଲଜଜିରା ଅନୁସାରେ ଗାଜା ଯୁଦ୍ଧ ଆରମ୍ଭ ହେବା ପରେ ଲେବାନନ ଉପରେ ଏହା ଏପର୍ଯ୍ୟନ୍ତର ସବୁଠୁ ଘାତକ ଆକ୍ରମଣ। ଇସ୍ରାଏଲ ପଟରୁ ଚାଲିଥିବା ଅନ୍ଧାଦୁନିଆ କ୍ଷେପଣାସ୍ତ୍ର ଆକ୍ରମଣ ଯୋଗୁ ଲେବାନନରେ ଦୁଇ ଦିନ ଲାଗି ସ୍କୁଲ ଛୁଟି ଘୋଷଣା ହୋଇଛି। ଲୋକେ ସୁରକ୍ଷିତ ସ୍ଥାନକୁ ପଳାୟନ କରୁଥିବା ଦେଖାଯାଇଛି। ଇସ୍ରାଏଲର ଘମାଘୋଟ ଆକ୍ରମଣ ଯୋଗୁ ଲେବାନନର ଅନେକ ସହରରେ ଟ୍ରାଫିକ ଜାମ ଉପୁଜିଛି।  ଏହି ଆକ୍ରଣ ପରେ ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ) କହିଛି ଯେ ଖୁବଶୀଘ୍ର ଲେବାନନର ବେକା ଘାଟିର ହିଜବୁଲ୍ଲା ଠିକଣା ଉପରେ ଆକ୍ରମଣ କରାଯିବ। ଘଟିରେ ରହୁଥିବା ସାଧାରଣ ଲୋକଙ୍କୁ ୨ ଘଣ୍ଟା ମଧ୍ୟରେ ଉପତ୍ୟାକା ଖାଲି କରିଦେବାକୁ କୁହାଯାଇଛି। ଲେବାନନ ଉପରେ ଇସ୍ରାଏଲର କ୍ଷେପଣାସ୍ତ୍ର ମାଡ଼ ଲଗାତାର ଚତୁର୍ଥ ଦିନ ବି ଜାରି ରହିଛି। ଏହି ସମୟରେ ଲେବାବନନର ସହରାଞ୍ଚଳ ଉପରକୁ ୯୦୦ଟି କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଫଳରେ ଏ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ୩୦୦ରୁ ଅଧିକ ଲୋକେ ପ୍ରାଣ ହରାଇଛନ୍ତି। ଇସ୍ରାଏଲ ସେନା ହିଜବୁଲ୍ଲ

ଇସ୍ରାଏଲର ଭୟଙ୍କର ଆକ୍ରମଣ:ଲେବାନନରେ ମୃତ୍ୟୁ ସଂଖ୍ୟା ୨୭୪କୁ ବୃଦ୍ଧି, IDFର ଚେତାବନୀ, ତୁରନ୍ତ ଜାଗା ଛାଡ଼

ନୂଆଦିଲ୍ଲୀ ୨୩।୯: ଇସ୍ରାଏଲ ୨୩ ସେପ୍ଟେମ୍ବର ସୋମବାର ଲେବାନନ ଉପରକୁ ୩୦୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରିଛି। ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ଲେବାନନରେ ୨୭୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦୦ରୁ ଅଧିକ ଲୋକେ ଆହତ ହୋଇଥିବା ଜଣାପଡିଛି। ମୃତକଙ୍କ ମଧ୍ୟରେ ୨୧ ଜଣ ପିଲା ଥିବା ଲେବାନନ ସ୍ୱାସ୍ଥ୍ୟମନ୍ତ୍ରାଳୟ ପୁଷ୍ଟି କରିଛି। ଅଲଜଜିରା ଅନୁସାରେ ଗାଜା ଯୁଦ୍ଧ ଆରମ୍ଭ ହେବା ପରେ ଲେବାନନ ଉପରେ ଏହା ଏପର୍ଯ୍ୟନ୍ତର ସବୁଠୁ ଘାତକ ଆକ୍ରମଣ। 

ଇସ୍ରାଏଲ ପଟରୁ ଚାଲିଥିବା ଅନ୍ଧାଦୁନିଆ କ୍ଷେପଣାସ୍ତ୍ର ଆକ୍ରମଣ ଯୋଗୁ ଲେବାନନରେ ଦୁଇ ଦିନ ଲାଗି ସ୍କୁଲ ଛୁଟି ଘୋଷଣା ହୋଇଛି। ଲୋକେ ସୁରକ୍ଷିତ ସ୍ଥାନକୁ ପଳାୟନ କରୁଥିବା ଦେଖାଯାଇଛି। ଇସ୍ରାଏଲର ଘମାଘୋଟ ଆକ୍ରମଣ ଯୋଗୁ ଲେବାନନର ଅନେକ ସହରରେ ଟ୍ରାଫିକ ଜାମ ଉପୁଜିଛି।  ଏହି ଆକ୍ରଣ ପରେ ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ) କହିଛି ଯେ ଖୁବଶୀଘ୍ର ଲେବାନନର ବେକା ଘାଟିର ହିଜବୁଲ୍ଲା ଠିକଣା ଉପରେ ଆକ୍ରମଣ କରାଯିବ। 

ଘଟିରେ ରହୁଥିବା ସାଧାରଣ ଲୋକଙ୍କୁ ୨ ଘଣ୍ଟା ମଧ୍ୟରେ ଉପତ୍ୟାକା ଖାଲି କରିଦେବାକୁ କୁହାଯାଇଛି। ଲେବାନନ ଉପରେ ଇସ୍ରାଏଲର କ୍ଷେପଣାସ୍ତ୍ର ମାଡ଼ ଲଗାତାର ଚତୁର୍ଥ ଦିନ ବି ଜାରି ରହିଛି। ଏହି ସମୟରେ ଲେବାବନନର ସହରାଞ୍ଚଳ ଉପରକୁ ୯୦୦ଟି କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଫଳରେ ଏ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ୩୦୦ରୁ ଅଧିକ ଲୋକେ ପ୍ରାଣ ହରାଇଛନ୍ତି। ଇସ୍ରାଏଲ ସେନା ହିଜବୁଲ୍ଲା ଠିକଣା ପାଖଆଖରେ ରହୁଥିବା ଲୋକଙ୍କୁ ତୁରନ୍ତ ନିଜ ଘର ଖାଲି କରିବାକୁ ଚେତାବନୀ ଦେଇଥିଲା। 


ଟାଇମ୍ସ ଅଫ ଇସ୍ରାଏଲ ମୁତାବକ ଆଇଡିଏଫ ମୁଖପାତ୍ର ରିୟର ଆଡମିରାଲ ଡାନିୟଲ ହଗାରୀ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରିଥିଲେ। ଏଥିରେ ହିଜବୁଲ୍ଲା ଘର ଓ ବିଲ୍ଡିଂ ମାନଙ୍କରେ ଅସ୍ତ୍ରଶସ୍ତ୍ର ଜମା କରି ରଖିଛି। ଯଦି ଆପଣମାନେ କେହି ଏପରି ଘରେ ବା ବିଲ୍ଡିଂରେ ରହୁଥାନ୍ତି  ଯେଉଁଠି ଅସ୍ତ୍ରଶସ୍ତ୍ର ଅଛି ସେ ସ୍ଥାନ ତୁରନ୍ତ ଖାଲି କରିଦିଅନ୍ତୁ। ସେ କହିଛନ୍ତି ଯେ ଏହି ବାର୍ତ୍ତାକୁ ଲେବାନନର ସବୁ ନେଟୱାର୍କ ଓ ପ୍ଲାଟଫର୍ମରେ ଆରବୀ ଭାଷାରେ ପ୍ରସାରଣ କରାଯାଉଛି। 


ଲେବାନନ ଉପରେ ଇସ୍ରାଏଲର ଏପରି ଆକ୍ରମଣକୁ ନେଇ ଇରାନ ପ୍ରତିକ୍ରିୟା ରଖିଛି। ଏହାକୁ ଇସ୍ରାଏଲର ପାଗଳାମୀ ବୋଲି ଇରାନ କହିଛି। ଏଥି ପାଇଁ ଇସ୍ରାଏଲକୁ ଗୁରୁତର ପରିଣାମ ଭୋଗିବାକୁ ପଡିବ ବୋଲି ମଧ୍ୟ ଚେତାବନୀ ଦେଇଛି। ହମାସ ମଧ୍ୟ ଲେବାନନ ଉପରେ ଇସ୍ରାଏଲ ଆକ୍ରମଣକୁ ନିନ୍ଦା କରିଛି। ହମାସ ଏହାକୁ ଏକ ‘ୱାର କ୍ରାଇମ’ ବୋଲି କହିଛି। ଏହା ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଦେଶ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି। 

ନେତନ୍ୟାହୁ କହିଛନ୍ତି ଯେ ଆମେ କୌଣସି ବିପଦକୁ ଅପେକ୍ଷା କରୁ ନାହୁଁ, ଆମେ ଏଥିରେ ଆଗରେ ଅଛୁ। ସବୁ ସ୍ଥାନରେ ସବୁ ଅଞ୍ଚଳରେ ଆମେ ହିଜବୁଲ୍ଲାର ଟପ୍ ଲିଡର,  କମାଣ୍ଡରଙ୍କୁ  ଓ ସେମାନଙ୍କ ରକେଟକୁ ସମାପ୍ତ କରୁଛୁ। ଯିଏ ଆମର କ୍ଷତି କରିବାକୁ  ଉଦ୍ୟମ କରିବ ଆମେ ତାର ଗୁରୁତର କ୍ଷତି କରିବୁ। ୭ ଅକ୍ଟୋବର ୨୦୨୩ ପରଠାରୁ ଇସ୍ରାଏଲ ଦକ୍ଷିଣ ଲେବାନନ ଉପରକୁ ୮ହଜାରରୁ ଅଧିକ ବିମାନ ଆକ୍ରମଣ କରିଛି। ଗତ ୧୧ ମାସରେ ଏଠାରୁ ୮୦ ହଜାରରୁ ଅଧିକ ଲୋକ ପଳାୟନ କରିଛନ୍ତି।