ଇସ୍ରାଏଲରେ ବଡ଼ଧରଣର ଗୁଳିକାଣ୍ଡ; ଜଣେ ମୃତ, ଏକାଧିକ ଆହତ

ଏକ ବସଷ୍ଟାଣ୍ଡରେ ଆଖିବୁଜା ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ।

ଇସ୍ରାଏଲରେ ବଡ଼ଧରଣର ଗୁଳିକାଣ୍ଡ; ଜଣେ ମୃତ, ଏକାଧିକ ଆହତ

ଇସ୍ରାଏଲର ବେର୍ଶେବାରେ ବଡ଼ ଧରଣର ଗୁଳିବିନିମୟ। ଏକ ବସଷ୍ଟାଣ୍ଡରେ ଗୁଳିବିନିମୟ ଘଟିଛି। ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟି ଥିବାବେଳେ 9 ଜଣ ଆହତ ହୋଇଛନ୍ତି।

ତେବେ ଗୁଳିବିନିମୟ ପଛରେ କାହାର ହାତ ଅଛି, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଘଟଣାସ୍ଥଳରେ ଆକ୍ରମଣକାରୀକୁ ନିପାତା କରାଯାଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡିଛି।  

ଇସ୍ରାଏଲ ପୁଲିସ କହିଛି ଯେ, ବେର୍ଶେବା କେନ୍ଦ୍ରୀୟ ବସଷ୍ଟାଣ୍ଡ ନିକଟରେ ଗୁଳିବିନିମୟ ହୋଇଥିଲା। ଲୋକମାନେ ଛିଡ଼ା ହୋଇଥିବା ସମୟରେ ଆଖିବୁଜା ଗୁଳିମାଡ଼ କରିଥିଲେ ଜଣେ ଦୁର୍ବୃତ୍ତ। ପୁଲିସ ସେହିଠାରେ ହିଁ ଆତଙ୍କାଦୀର ଏନକାଉଣ୍ଟର କରିଦେଇଛି। ମାତ୍ର ଏଥିରେ ଜଣେ ଲୋକଙ୍କର ଜୀବନ ଚାଲି ଯାଇଥିବା ଇସ୍ରାଏଲ ପୁଲିସ କହିଛି।

ତେବେ ବିଭିନ୍ନ ପଟରୁ ଶତ୍ରୁ ଦେଶକୁ ସାମ୍ନା କରୁଥିବା ଇସ୍ରାଏଲ ପାଇଁ ଆଉ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ା କରାଯାଇଛି। ଏଥିସହ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।