ଇସ୍ରାଏଲ୍-ଇରାନ ଉତ୍ତେଜନାର ପ୍ରଭାବ, ତେଲ୍ ଅଭିଭ୍ ପାଇଁ ସମସ୍ତ ଉଡାଣ ରଦ୍ଦ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଇସ୍ରାଏଲ୍ ଏବଂ ଇରାନ ମଧ୍ୟରେ ବଢୁଥିବା ତିକ୍ତତାର ପ୍ରଭାବ ଭାରତ ଉପରେ ଦେଖିବାକୁ ମିଳିଛି । ଏୟାର ଇଣ୍ଡିଆ ଇସ୍ରାଏଲ୍ ପାଇଁ ନିଜର ସମସ୍ତ ଉଡାଣକୁ ରଦ୍ଦ କରିଛି । ଶୁକ୍ରାବର ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ତେଲ୍ ଅଭିଭ୍ ପାଇଁ ଅଗଷ୍ଟ ୮ ଯାଏଁ ନିଜର ସମସ୍ତ ଉଡାଣକୁ ରଦ୍ଦ କରି ଦିଆଯାଇଛି । ଏୟାର ଇଣ୍ଡିଆ ବୟାନ ଜାରି କରି କହିଛି, 'ମଧ୍ୟପ୍ରାଚ୍ୟରେ ଯେପରି ସ୍ଥିତି ରହିଛି, ତାହାକୁ ଦେଖି ଆମେ ତତ୍କାଳ ପ୍ରଭାବରୁ ତେଲ ଅଭିଭ୍ ପାଇଁ ଉଡାଣ ରଦ୍ଦ କରିଦେଇଛୁ । ଏହା ବ୍ୟତୀତ ତେଲ୍ ଅଭିଭ୍‌କୁ ଯାତ୍ରା କରୁଥିବା ଏବଂ ସେଠାରୁ ଆସିବା ପରେ ବିମାନ ବୁକ୍ କରିଥିବା ଯାତ୍ରୀଙ୍କ ସହ ଯୋଗାଯୋଗ ସ୍ଥାପନ କରାଯାଉଛି ।'ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ଯାତ୍ରୀଙ୍କ ଠାରୁ କ୍ୟାନସଲ୍ କରିବା କିମ୍ୱା ରିସିଡ୍ୟୁଲ୍ ପାଇଁ କୌଣସି ଚାର୍ଜ ନିଆଯିବ ନାହିଁ । ଯାତ୍ରୀ ଏବଂ କ୍ରିୟୁ ସଦସ୍ୟଙ୍କ ସୁରକ୍ଷା ଆମର ପ୍ରାଥମିକତା । ଏହା ପୂର୍ବରୁ ଗୁରୁବାର ମଧ୍ୟ ତେଲ୍ ଇଭିଭ୍ ପାଇଁ କିଛି ଉଡାଣକୁ ଏୟାର ଇଣ୍ଡିଆ ରଦ୍ଦ କରିଥିଲା । ଏହାସହ ଏୟାର ଇଣ୍ଡିଆ ପୂର୍ବରୁ ସିଙ୍ଗାପୁର, ତାଇୱାନ ଏବଂ ଚାଇନା ଏୟାରଲାଇନ୍ସ ମଧ୍ୟ ନିଜର ଫ୍ଲାଇଟ୍ ରୁଟ୍ ପରିବର୍ତ୍ତନ କରିଛନ୍ତି । ଇରାନର ଆକାଶ ମାର୍ଗ ଦେଇ ବିମାନ ଉଡାଣ ନକରିବା ପାଇଁ ସମସ୍ତେ ପରାମର୍ଶ ଦେଇଛନ୍ତି ।ଏହା ବ୍ୟତୀତ ଇରାକ୍, ଲେବାନନ ଏବଂ ଇସ୍ରାଏଲର ଆକାଶମାର୍ଗ ବ୍ୟବହାର ନକରିବା ପାଇଁ ପ

ଇସ୍ରାଏଲ୍-ଇରାନ ଉତ୍ତେଜନାର ପ୍ରଭାବ, ତେଲ୍ ଅଭିଭ୍ ପାଇଁ ସମସ୍ତ ଉଡାଣ ରଦ୍ଦ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଇସ୍ରାଏଲ୍ ଏବଂ ଇରାନ ମଧ୍ୟରେ ବଢୁଥିବା ତିକ୍ତତାର ପ୍ରଭାବ ଭାରତ ଉପରେ ଦେଖିବାକୁ ମିଳିଛି । ଏୟାର ଇଣ୍ଡିଆ ଇସ୍ରାଏଲ୍ ପାଇଁ ନିଜର ସମସ୍ତ ଉଡାଣକୁ ରଦ୍ଦ କରିଛି । ଶୁକ୍ରାବର ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ତେଲ୍ ଅଭିଭ୍ ପାଇଁ ଅଗଷ୍ଟ ୮ ଯାଏଁ ନିଜର ସମସ୍ତ ଉଡାଣକୁ ରଦ୍ଦ କରି ଦିଆଯାଇଛି । ଏୟାର ଇଣ୍ଡିଆ ବୟାନ ଜାରି କରି କହିଛି, 'ମଧ୍ୟପ୍ରାଚ୍ୟରେ ଯେପରି ସ୍ଥିତି ରହିଛି, ତାହାକୁ ଦେଖି ଆମେ ତତ୍କାଳ ପ୍ରଭାବରୁ ତେଲ ଅଭିଭ୍ ପାଇଁ ଉଡାଣ ରଦ୍ଦ କରିଦେଇଛୁ । ଏହା ବ୍ୟତୀତ ତେଲ୍ ଅଭିଭ୍‌କୁ ଯାତ୍ରା କରୁଥିବା ଏବଂ ସେଠାରୁ ଆସିବା ପରେ ବିମାନ ବୁକ୍ କରିଥିବା ଯାତ୍ରୀଙ୍କ ସହ ଯୋଗାଯୋଗ ସ୍ଥାପନ କରାଯାଉଛି ।'

ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ଯାତ୍ରୀଙ୍କ ଠାରୁ କ୍ୟାନସଲ୍ କରିବା କିମ୍ୱା ରିସିଡ୍ୟୁଲ୍ ପାଇଁ କୌଣସି ଚାର୍ଜ ନିଆଯିବ ନାହିଁ । ଯାତ୍ରୀ ଏବଂ କ୍ରିୟୁ ସଦସ୍ୟଙ୍କ ସୁରକ୍ଷା ଆମର ପ୍ରାଥମିକତା । ଏହା ପୂର୍ବରୁ ଗୁରୁବାର ମଧ୍ୟ ତେଲ୍ ଇଭିଭ୍ ପାଇଁ କିଛି ଉଡାଣକୁ ଏୟାର ଇଣ୍ଡିଆ ରଦ୍ଦ କରିଥିଲା । ଏହାସହ ଏୟାର ଇଣ୍ଡିଆ ପୂର୍ବରୁ ସିଙ୍ଗାପୁର, ତାଇୱାନ ଏବଂ ଚାଇନା ଏୟାରଲାଇନ୍ସ ମଧ୍ୟ ନିଜର ଫ୍ଲାଇଟ୍ ରୁଟ୍ ପରିବର୍ତ୍ତନ କରିଛନ୍ତି । ଇରାନର ଆକାଶ ମାର୍ଗ ଦେଇ ବିମାନ ଉଡାଣ ନକରିବା ପାଇଁ ସମସ୍ତେ ପରାମର୍ଶ ଦେଇଛନ୍ତି ।

ଏହା ବ୍ୟତୀତ ଇରାକ୍, ଲେବାନନ ଏବଂ ଇସ୍ରାଏଲର ଆକାଶମାର୍ଗ ବ୍ୟବହାର ନକରିବା ପାଇଁ ପରାମର୍ଶ ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ ଗତ କିଛି ଦିନ ଭିତରେ ହିଁ ଇସ୍ରାଏଲ୍, ହମାସ୍ ଏବଂ ହିଜବୁଲ୍ଲାହର ତିନି ଶୀର୍ଷ ନେତୃତ୍ୱଙ୍କୁ ନିହତ କରିବାରେ ସଫଳ ହୋଇଛି । ଏହି ସବୁ ହତ୍ୟାକୁ ଇରାନ ଏବଂ ଲେବାନନ୍ ମାଟିରେ ଇସ୍ରାଏଲ୍ ଦ୍ୱାରା କରାଯାଇଛି । ଯେଉଁଥି ପାଇଁ ମୁସଲିମ୍ ଦେଶ ୟହୁଦୀ ରାଷ୍ଟ୍ରଠାରୁ ପ୍ରତିଶୋଧ ନେବା ପାଇଁ ଚାହୁଁଛନ୍ତି ।